ହେଡଲାଇନସ୍:

ଜାମଗାଁ ନୋଡାଲ ହାଇସ୍କୁଲ ର ରୋଷେଇ ଘର ଚୋରି

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ବଲାଙ୍ଗିର/ ନିରୋଜ ମିଶ୍ର : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ର ଜାମଗାଁ ନୋଡାଲ ହାଇସ୍କୁଲ ରେ ତା 19-06-2009 ରେ ଏକ ରୋଷେଇ ଗୃହ ନିର୍ମାଣ ପାଇଁ A/C NO-12067019959 ରେ Rs 56,000/- ଟଙ୍କା ଜମା ହୋଇଥିଲା | କିନ୍ତୁ ବୌଠକ ନଂ-58 ତା 04-07-2018 ଅନୁଯାଇ Rs 56,000/- U.G.B ବିଲାଇ ସର୍ଡାରୁ ଉଠାଣ ହୋଇଛି, କିନ୍ତୁ ବିଦ୍ୟାଲୟର ପ୍ରଧାନ ଶିକ୍ଷକ ଶ୍ରୀ ଶ୍ରୀୟାକାନ୍ତ ପାଣିଗ୍ରାହିଙ୍କ ପାଖରେ ନିର୍ଦେଶାନାମା କିମ୍ବା ଚୁକ୍ତିନାମା ନାହି | ଅଦ୍ୟାବଧି ରେଷେଇ ଗୃହ ବିଦ୍ୟାଲୟରେ ନାହିଁ | ପୁଇନ୍ତଲା କନିଷ୍ଟ ଯନ୍ତ୍ରୀ ଶ୍ରୀ ବିରେନ୍ଦ୍ର ବିଶ୍ୱାଲ ରୋଷେଇ ଗୃହ ଅନୁଦାନ ରାଶି ମଞ୍ଜୁର କରିଛନ୍ତି | ଏଠାରେ ତାଙ୍କ କାର୍ୟକଲାପ ଉପରେ ପ୍ରଶ୍ନବାଚି ସୃଷ୍ଟିହେଉଛି |  ତଦନ୍ତତରୁ ଜଣା ପଡିଛିଯେ A.C.R  2010-11 ପାଇଁ ଟଙ୍କାଖର୍ଚ୍ଚ କରିଚନ୍ତି | A.C.R 2010-11 ର ଅନୁମୋଦିତ ଅର୍ଥରାଶି ହେଲା Rs 2,85,000/-  କିନ୍ତୁ ଖର୍ଚ୍ଚହେଇଛି ସମୁଦାୟ Rs 3,28,700/- ଟଙ୍କା | A.C.R 2010-11 ର ବଲକା ଟଙ୍କା 43,700/- ର ହିସାବ ପ୍ରଧାନ ଶିକ୍ଷକଙ୍କ ପାଖରେ ନାହିଁ | ଏହା ବିଷୟରେ ପଚାରିବାରୁ ସେ ଭୁଆଁବୁଲାଇବାକୁ ଚେଷ୍ଚାକରୁଛନ୍ତି | ବିଶେଷ ସୁତ୍ରରୁ ଜଣାପଡିଛିଯେ, ପ୍ରଧାନ ଶିକ୍ଷକଙ୍କର କାର୍ଯ୍ୟକାଳ  ଆସନ୍ତା ମାର୍ଚ୍ଚ ଶେଷ ସୁଧା ସମାପ୍ତ ହେବାକୁ ଯାଉଛି | କାର୍ଯ୍ୟକାଳ ଶେଷ ପୁର୍ବରୁ ଡି.ପି.ସି ତଦନ୍ତ ଭୁକ୍ତ କରିବେ କି ? ଜନ ସାଧାରଣରେ ଯୋର ଧରିଛି |

0
0
0
s2sdefault