ହେଡଲାଇନସ୍:

ନୂଆପଡା ପୋଲିସ ଓ ସିଆରପିଏଫଙ୍କ କ୍ୟାଣ୍ଡଲ ଶୋଭାଯାତ୍ରା : ସହିଦଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି, ସହିଦ ପରିବାରଙ୍କୁ ଗୋଟିଏ ଦିନର ଦରମା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆପଡ଼ା(ଅମିତ କୁମାର ପୁରୋହିତ):   ନୂଆପଡା ସହରରେ ମଧ୍ୟ ନୂଆପଡ଼ା ପୋଲିସ ଏବଂ ସିଆରପିଏଫ ତରଫରୁ ଏକ କ୍ୟାଣ୍ଡଲ ଯାତ୍ରା ହୋଇଥିଲା । ଏଥିରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ମିତ ପି ପରମାରଙ୍କ ସମେତ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୁନିଲ କୁମାର ଆଚାର୍ଯ୍ୟ, ଆଇଆଇସି ବିବେକାନନ୍ଦ ମହନ୍ତ ଓ ଅଧିକାରୀମାନେ ଯୋଗଦେଇଥିଲେ । ନୂଆପଡ଼ା ହେଡ କ୍ୱାର୍ଟରରେ  କାର୍ଯ୍ୟରତ ପୋଲିସ ବିଭାଗ କର୍ମଚାରୀ ତାଙ୍କର ଗୋଟିଏ ଦିନର ଦରମା ୧ଲକ୍ଷ ୫୩ ହଜାର ୫୦ ଟଙ୍କା ସହୀଦ ବୀର ଯବାନଙ୍କ ପରିବାରକୁ ସହଯୋଗ କରିଥିଲେ । 

0
0
0
s2sdefault