ହେଡଲାଇନସ୍:

ବାପା, ମା ଏବଂ ଶିକ୍ଷକ ଉଭୟେ ପିଲାଙ୍କ ଉନ୍ନତିରେ ସହଭାଗିଦାର ହୁଅନ୍ତୁ : ଏଡିଏମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସ୍ମାର୍ଟ ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବ 'ଦର୍ପଣ' - ୨୦୧୯

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଅର୍ବାନ ବ୍ୟାଙ୍କ ପଡିଆ ଠାରେ ସ୍ମାର୍ଟ ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବ 'ଦର୍ପଣ' ୨୦୧୯ ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ଅଧ୍ୟକ୍ଷା ଶ୍ରୀମତି ସ୍ୱାଗତିକା ମିଶ୍ରଙ୍କ ପୌରହିତରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମକୁ ପାରଳା ବିଧାୟକ କେ.ସୁରିଆ ରାଓ ମୁଖ୍ୟ ଅତିଥି ରୁପେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍‍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠୀ, ସେଞ୍ଚୁରିଆନ ୟୁନିଭରସିଟିର ଡିନ୍‍ ଡ: ଅଶୋକ ମିଶ୍ର, ସଙ୍ଗୀତ ନିର୍ଦ୍ଦେଶକ ଗୁରୁ ରଘୁନାଥ ପାତ୍ର, ଓଲିଉଡ୍‍ ନାୟିକା ଅର୍ଚ୍ଚିତା ସାହୁ ,ଚମ୍ପିୟାନ ଚଳଚିତ୍ରର ନିର୍ମାତା ଗଙ୍ଗାଧର ରେଡୀ ଏବଂ ସହ ନିର୍ମାତା ପି.ଦୀପ୍ତିରାଣୀ ପ୍ରମୁଖ ଯୋଗ ଦେଇ ସମ୍ପୁର୍ଣ୍ଣ କାର୍ଯ୍ୟକ୍ରମକୁ ଗୌରାବାନ୍ୱିତ କରିଥିଲେ । ଆକର୍ଷଣୀୟ ପ୍ରାମାଣିକ ଚଳଚିତ୍ର ମାଧ୍ୟମରେ ବିଦ୍ୟାଳୟର ବାର୍ଷିକ ଉତ୍ସବକୁ ଉପସ୍ଥାପନା କରାଯାଇଥିଲା । ନିଜର ଅଭିଭାଷଣରେ ଅଧ୍ୟକ୍ଷା ଶ୍ରୀମତି ମିଶ୍ର ବାର୍ଷିକ ଉତ୍ସବ ବିଦ୍ୟାଳୟ ତଥା ସମସ୍ତ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ଯୋଗ୍ୟତା ଉପରେ ଆଲୋକପାତ କରିଥିବା ଯୋଗୁଁ ଏହାକୁ ଦର୍ପଣ ବୋଲି ନାମିତ କରାଯାଇଥିବାର ଦର୍ଶାଇଥିଲେ । ପାରଳା ବିଧାୟକ କେ.ସୁରିଆ ରାଓ ସ୍ୱଳ୍ପ ସମୟ ଭିତରେ ସ୍କୁଲର ଉନ୍ନତି ଏକ ଦୃଷ୍ଟାନ୍ତ ବୋଲି ଅଭିହିତ କରିଥିଲେ । ସେ ସ୍କୁଲର ସମସ୍ତ ପରିଚାଳନା ସଦସ୍ୟ ତଥା କର୍ମକର୍ତ୍ତାଙ୍କୁ ବହୁତ ପ୍ରଶଂସା କରିଥିଲେ । ଏଡିଏମ ଶ୍ରୀ ସେଠୀ ବାର୍ଷିକ ବିବରଣୀରେ ପ୍ରଦର୍ଶିତ ବିଭିନ୍ନ ଦୃଷ୍ଟାନ୍ତ ମୁଳକ ପଦକ୍ଷେପକୁ ନେଇ ନିଜର ଖୁସୀ ବ୍ୟକ୍ତ କରିଥିଲେ । ବିଦ୍ୟାଳୟ ପିଲାମାନଙ୍କ ଦ୍ୱୀତିୟ ଘର ଏବଂ ଏହିଠାରେ ସେମାନଙ୍କର ମାନସିକ ଏବଂ ବୈଦ୍ଧିକ ଉନ୍ନତି ହୋଇଥାଏ । ଚରିତ୍ର ଗଠନ କରିବାରେ ଦେଶ ଗଠନ କରିବାରେ ଭାଗୀଦାର ହୁଅନ୍ତୁ ବୋଲି କୁନି କୁନି ପିଲାଙ୍କୁ ପରାମର୍ଶ ଦେଇଥିଲେ । ବାପା, ମା ଏବଂ ଶିକ୍ଷକ ଉଭୟେ ପିଲାଙ୍କ ଉନ୍ନତିରେ ସହଭାଗିଦାରୀ  । ପ୍ରତ୍ୟେକ ଛୁଆ ମାନେ ଦେଶର ଭବିଷ୍ୟତ ପ୍ରତ୍ୟେକ ଛୁଆଙ୍କ ଭିତରେ କଳା, ସଂସ୍କୃତି , ସୌନ୍ଦର୍ଯ୍ୟତା ଅଛିି । ସୌନ୍ଦର୍ଯ୍ୟତା କେବଳ ମୁହଁରୁ ଚେହେରାରୁ ପରିପ୍ରକାଶ ହୁଏନା,ସୌନ୍ଦର୍ଯ୍ୟତା ସେଇଟା ଯେଉଁଟା ଭିତରେ ଥାଏ ତାକୁ ବାହାରକୁ ଅଣାଯାଏ ତାହାକୁ ହିଁ ପ୍ରକୃତ ଶିକ୍ଷା । ଯେ ପର୍ଯ୍ୟନ୍ତ ଗୋଟିଏ ପିଲା ଭିତରୁ ପରିପ୍ରକାଶ ପାଇନାହିଁ ତାକୁ ଆମେ କହିପାରିବାନି ଶିକ୍ଷା ବୋଲି । କେବଳ ଶିକ୍ଷାଗତ ଯୋଗ୍ୟତା ଯୋଗ୍ୟତା ନୁହେଁ ତାହା ସହିତ ଆମର ଅନ୍ତର୍ନିହିତ ଶକ୍ତି ବାହାରକୁ ଆଣିବା ଦରକାର ଆଉ ସେଥି ପାଇଁ ଏଭଳି ସ୍ମାର୍ଟ ସ୍କୁଲ ନିତ୍ୟାନ୍ତ ଆବଶ୍ୟକ ବୋଲି ଡ: ଅଶୋକ ମିଶ୍ର ଅଭିଭାଷଣରେ କହିଥିଲେ । ନାୟିକା ଅର୍ଚ୍ଚିତା ସାହୁ ପିଲାମାନଙ୍କ ସହ ନିଜେ ନୃତ୍ୟ ପରିବେଷଣ କରିଥିଲେ । ଚଳଚିତ୍ର ନିର୍ମାତା ଶ୍ରୀ ରେଡି ସ୍ମାର୍ଟ ସ୍କୁଲ ଏବଂ ଚମ୍ପିୟନ ଟିମର ମିଳିତ ପ୍ରୟାସ ଆଗକୁ ବହୁତ ସଫଳ ଅଧ୍ୟାୟ ସୃଷ୍ଟି କରିବ ବୋଲି କହିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ସୁଶ୍ରୀ ସଂଯୁକ୍ତା ପତି ଉପସ୍ଥାପନା କରିଥିବାବେଳେ ମନୋଜ କର, ଲିନା କର,ରଶ୍ମିତା ପଟ୍ଟନାୟକ ଏବଂ ରବି ପଟ୍ଟନାୟକ ପ୍ରମୁଖ ପରିଚାଳନା କରିଥିଲେ । ଶୁଭେନ୍ଦୁ ମୋହନ ସେନାପତିଙ୍କ ନୃତ୍ୟ ନିର୍ଦ୍ଦେଶନାରେ ବିଦ୍ୟାଳୟର ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ବହୁତ ଚିତାକର୍ଷକ ଥିଲା ।

0
0
0
s2sdefault