ହେଡଲାଇନସ୍:

ମେଲଛାମୁଣ୍ଡା ଅଂଚଳରେ ସହୀଦଙ୍କୁ ଶ୍ରଦ୍ଧାଞ୍ଜଳି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମେଲଛାମୁଣ୍ଡା(ମନୋଜ କୁମାର ଭୋଇ)  ପୁଲଓାମା ଆତଙ୍କବାଦୀ ଆକ୍ରମଣରେ ସହୀଦ ହୋଇଥିବା ସିଆପିଏଫ ଯବାନଙ୍କୁ  ଶ୍ରଦ୍ଧାଞ୍ଜଳି  ଉଦ୍ୟେଶରେ ସୋମବାର ଦିନ ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ସାଲେପାଲି, ଘେଁସ, ସମାରପାଲି ଆଦି ଅଂଚଳରେ ବଣିକ ସଂଘ ମାନଙ୍କର ଆହ୍ୱାନ କ୍ରମେ ଦୋକାନ ବଜାର ବନ୍ଦ କରିବା ସହ ରାତ୍ରରେ ମସାଳ ଶୋଭାଯାତ୍ରା  ଅନୁଷ୍ଠିତ ହୋଇଥିଲା ।  ମେଲଛାମୁଣ୍ଡାରେ ବଣିକ ସଂଘର ଅୟୋଜନ କ୍ରମେ ଗ୍ରାମ ସାରା ଯୁବ ଗୋଷ୍ଠୀ  କ୍ୟାଣ୍ଡଲ ଧରି ସହୀଦ ଜବାନ ଅମର ରହେ, ଭାରତ ମାତା କୀ ଜୟ, ପାକିସ୍ଥାନ ମୁର୍ଦାବାଦ ପ୍ରମୁଖ ସ୍ଲୋଗାନ ଦେଇଥିଲେ । ଶୋଭାଯାତ୍ରାରେ ଗୁଡୁ ଦେବତା, ରୋଶନ, ଗୋପାଲ ସାହୁ, ତନ୍ମୟ, ସୁନିଲ ଜୈନ, ଡା.ସୁବ୍ରତ ନାୟକ, ହରେକୃଷ୍ଣ ଦେବତା, ପ୍ରଶାନ୍ତ ଦେବତା, ଅମିୟ ଆଚାର୍ଯ୍ୟ, ଝୁନୁ ଭୋଇ, ରବିନ୍ଦ୍ର ପଣ୍ଡା ସମେତ ଶତାଧିକ ଯୁବକ ସାମିଲ ଥିଲେ । ସେହିପରି ସାଲେପାଲି ଗ୍ରାମରେ ଜୟ ଜଗନ୍ନାଥ କ୍ଳବ ର ଆୟୋଜନକ୍ରମେ କ୍ୟାଣ୍ଡଳ ଶୋଭାଯାତ୍ରା ସହ ପାକିସ୍ଥାନ ପ୍ରଧାନ ମନ୍ତ୍ରୀ ଇମ୍ରାନ ଖାନଙ୍କ କୁଶ ପୁତଲିକା ଦାହ କରିଥିଲେ । ଏହି କାର୍ଯ୍ୟକ୍ରମରେ ସୁଶାନ୍ତ ପାତ୍ର, ଧନେଶ୍ୱର ବିଶି, ହେମନ୍ତ ବେହେରା, ମନୁ ପାତ୍ର, ପିଂଟୁ ବିଶ୍ୱାଲ, ପିଂଟୁ କୁମ୍ଭାର, ରାଜେଶ ପାତ୍ର, ଦିଲିପ ପାତ୍ର, ଶୁଭମ ପାତ୍ର, ମିଳୁ ବେହେରା, ମନିଶ ସେଠ, ସୁରେନ୍ଦ୍ର ବେହେରା, ପ୍ରବୀଣ ବେହେରା ସମେତ ଶତାଧିକ ଯୁବକ ସାମିଲ ଥିଲେ । ସେହିପରି ଘେଁସ ଗ୍ରାମରେ ମଶାଳ ଶୋଭାଯତ୍ରାରେ ଭୋଲାନାଥ ସିଂ ବରିହା, କ୍ଷିରୋଦ୍ର ସାହୁ, ରିଂଟୁ ଜୈନ, ଟିକେଶ୍ୱର ପଟେଲ, ଅର୍ଜୁନ ସାହୁ, ଗୋପାଲ ପଣ୍ଡା, ସନ୍ତୋଷ ଗିଙ୍ଗିରା, ରାମଚନ୍ଦ୍ର ଭୋଇ ପ୍ରମୁଖ ସାମିଲ ଥିଲେ । ସେହିପରି  ସମାରପାଲି ଗ୍ରାମରେ ବୀର ସୁରେନ୍ଦ୍ର ସ୍ମୃତି କମିଟି ଆହ୍ୱାନରେ କ୍ୟାଣ୍ଡଲ ଶୋଭାଯାତ୍ରା ଅନୁଷ୍ଠିତ  ହୋଇଥିଲା । ଏଥିରେ କମିଟିର ଉପଦେଷ୍ଟା  ଡମ୍ବରୁଧର ବେହେରା, ରାସବିହାରୀ ସାହୁ, ଗହଳ ମହାନନ୍ଦ,ବରତ ମହାନନ୍ଦ, ଘନଶ୍ୟାମ ବରିହା,ନାରାୟଣ ସେଠ, ସମ୍ପଦ ସାହୁ, ହୃଷିକେଷ ବରିହା ଓ ଗୁଲଠୁ ମହାନନ୍ଦ ପ୍ରମୁଖ ସାମିଲ ଥିଲେ ।

0
0
0
s2sdefault