ହେଡଲାଇନସ୍:

ସନ୍ତ୍ରାସବାଦୀ ଆକ୍ରମଣ ପ୍ରତିବାଦରେ ମହମବତୀ ଶୋଭାଯାତ୍ରା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା-(ଦିଲ୍ଲୀପ ମହାନ୍ତି ) :  ଫେବୃଆରୀ ୧୯ ବାରିପଦା ପୌରାଞ୍ଚଳ ପଟ୍ଟାବିହୀନ ମହିଳା ସଂଘ ପକ୍ଷରୁ ଜାମୁ କାଶ୍ମୀରର ପୁଲୱାମା ଅବନ୍ତିପୁରା ନିକଟ ଦୋହରା ରାଜମାର୍ଗର ଗୋରୀପୁରାଠାରେ ଗୁରୁବାର ପାକିସ୍ଥାନୀ ପୃଷ୍ଠପୋଷକତାରେ  କାର୍ଯ୍ୟକରୁଥିବା ଜୈସ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନ ଦ୍ୱାରା ଆତ୍ମଘାତୀ ଆକ୍ରମଣରେ ସହିଦ୍ ହୋଇଥିବା ଦ୍ଭାରତୀୟ ସିଆରପିଏଫର  ବୀର ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସଂଗେସଂଗେ ଆହତ ଯବାନଙ୍କ ଆଶୁ ଆରୋଗ୍ୟ କାମନା କରି ଈଶ୍ୱରଙ୍କ ନିକଟରେ ନୀରବ ପ୍ରାର୍ଥନା ସହି ସହିଦ୍ ଯବାନଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି । କାହ୍ନୁ ଚରଣ ବେହେରା ଓ ଅମଲ ଦେଙ୍କ ନେତୃତ୍ୱରେ ବାରିପଦା ପୌରାଞ୍ଚଳର ୨୪ ନମ୍ବର ୱାର୍ଡରୁ   ପଟ୍ଟାବିହୀନ ମହିଳା ସଂଘର ସଦସ୍ୟା ଟିକିଲି ବେହେରା, ସରସ୍ୱତୀ ବାରିକ, ସସ୍ମୀତା ଦାସ, ସୌଦାମିନୀ ଦାସ, ସୁମିତ୍ରା ଘଢେ଼ଇ, ଜୟନ୍ତୀ ପ୍ରଧାନ, ପ୍ରମିଳା ନାଥ, ରୀତା ଦାସ, ସୀତା ମୁଖୀ, ରଞ୍ଜିତା ସେଠୀ, ରୁମି ବୈଠା ପ୍ରମୁଖଙ୍କ ସହ ଓମ ପ୍ରକାଶ ବେହେରା, ମୁନୁ ମୁଜୁମଦାର, ମାଲା ରାମ, ବିଦ୍ୟାଧର ବେହେରା ପ୍ରମୁଖ ଶତାଧିକ ମହିଳା ଓ ପୁରୁଷ ଏକ ମହମବତୀ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ଷ୍ଟେସନ ବଜାର ସ୍ଥିତ ତାରିଣୀ ମନ୍ଦିର ନିକଟରେ ପହଁଞ୍ଚିଥିଲେ । ସେଠାରେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଓଡ଼ିଶା ମାଟିର ୨ ବୀର ଯବାନ ସହ ସମସ୍ତ ସହିଦ ଯବାନଙ୍କ ଅମର ଆତ୍ମାର ସଦଗତି କାମନା ପୂର୍ବକ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

0
0
0
s2sdefault