ହେଡଲାଇନସ୍:

ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଢ଼ାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ: ଗତ ୧୩ ତାରିଖ ପାକିସ୍ତାନୀ ଆତଙ୍କବାଦୀ ସଂଗଠନର ଆତ୍ମଘାତୀ ବିସ୍ଫୋରଣରେ ସହିଦ ହୋଇଥିବା ୪୪ ଜଣ ଜବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇବା ଉଦ୍ଦେଶ୍ୟରେ ମଙ୍ଗଳବାର ରେଢ଼ାଖୋଲର ବିଭିନ୍ନ ସଂଗଠନ ପକ୍ଷରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା | ଏଥିରେ ଜୟ ଜଗନ୍ନାଥ ,କନକଦେବି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ,ରେଢ଼ାଖୋଲ ସାହାରା ପରିବାର ଓ ଆପ୍ ପାର୍ଟି କର୍ମକର୍ତ୍ତା ବିଭିନ୍ନ ସ୍ଥାନରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ସହିଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳୀ  ଦେଇଥିଲେ l ଶୋଭାଯାତ୍ରାରେ ଲକ୍ଷ୍ମୀ ପ୍ରଧାନ,ମାମି ଖଡ଼ିରତ୍ନ ,ଜୟନ୍ତ ବାରିକ,ଆନନ୍ଦ ସାମଲ,ମମତା ପାତ୍ର,ରବିନ୍ଦ୍ର ନନ୍ଦ ପ୍ରମୁଖ ସାମିଲ ଥିଲେ l

 

 

0
0
0
s2sdefault