ହେଡଲାଇନସ୍:

ଏଲପିଜି ବଟଲିଂ ପ୍ଲାଂଟର ଭିତ୍ତିପ୍ରସ୍ତର ସ୍ଥାପନ, ଲୋକାର୍ପିତ ହେଲା ରେଳ ବିଭାଗର ୩ଟି ଫୁଟ ଓଭର ବ୍ରିଜ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡା/ସରୋଜ କୁମାର ସାହୁ 

ରାୟଗଡା ସହର ସଦର ମହକୁମା ସ୍ଥିତ ଆଇଆଇଡି ସେଂଟର ଠାରେ ୯୧ କୋଟି ଟଙ୍କାରେ ନିର୍ମାଣ ହେବାକୁ ଥିବା ଏଲପିଜି ବଟଲିଂ ପ୍ଲାଂଟକୁ କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଡିଜିଟାଲ ମାଧ୍ୟମରେ ଶୁଭ ଉଦଘାଟନ କରିଛନ୍ତି । ଏଥି ସହ ଜେମାଦେଇପେଣ୍ଠ ଠାର ୧ କୋଟି ୧୨ ଲକ୍ଷ, ଲାଡ୍ଡା ଠାରେ ୧ କୋଟି ୧୨ ଲକ୍ଷ ଏବଂ ରାୟଗଡା ଠାରେ ୨ କୋଟି ୪୪ ଲକ୍ଷ ଟଙ୍କାରେ ନିର୍ମିତ ପାଦ ଚଲା ବ୍ରିଜକୁ ଯାତ୍ରୀମାନଙ୍କ ଉଦ୍ୟେଶରେ ଲୋକାର୍ପିତ କରିଛନ୍ତି ।

 ଆୟୋଜିତ ଏହି କାର୍ଯ୍ୟକ୍ରମ ମଧ୍ୟରେ ଅନ୍ୟ ମାନଙ୍କ ମଧ୍ୟରେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ଏଚପିସିଏଲର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ତଥା ଅଧ୍ୟକ୍ଷ ମୁକେଶ କୁମାର ସୁରାନା, ଏଚପିସିଏଲର ମାର୍କେଟିଙ୍ଗ ନିର୍ଦ୍ଦେଶକ  ଜୟ କ୍ରିଷ୍ଣା, ଆଂଚଳିକ ପାସପୋର୍ଟ ଅଧିକାରୀ ସୁଧାଂଶୁ ମିଶ୍ର ଏବଂ ପୋଷ୍ଟ ମାଷ୍ଟର ଜେନେରାଲ କର୍ଣ୍ଣେଲ ଜଳେଶ୍ୱର କହଁର, ଡିଆରଏମ ବିଶାଖାପାଟଣା ଡିିଭିଜନର ମୁକୁଲ ଶରତ ମାଥୁର ଉପସ୍ଥିତ ଥିଲେ । ଏଚପିସିଏଲର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ  ତଥା ଅଧ୍ୟକ୍ଷ ମୁକେଶ କୁମାର ସୁରାନା ରାୟଗଡା ଠାରେ ନୂତନ ଭାବେ ନିର୍ମାଣ ହେଉଥିବା ବଟଲିଂ ପ୍ଲାଂଟ ସଂପର୍କରେ ନିଜର ବକ୍ତବ୍ୟ ରଖିଥିଲେ । ଓଡିଶାର ଜଟଣୀ ପରେ ରାୟଗଡା ନିର୍ମାଣ ହେବାକୁ ଥିବା ଏଚପିସିଏଲର ଦ୍ୱିତୀୟ ପ୍ଲାଂଟ ୨୦୨୦ ସେପ୍ଟେମ୍ବର ସୁଦ୍ଧା କାର୍ଯ୍ୟକ୍ଷମ ହେବା । ଦୈନିକ ୧୪ ହଜାର ସିଲିଣ୍ଡର ଫିଲିଂ ସହ ବାର୍ଷିକ ୪୨ ଲକ୍ଷ ସିଲିଣ୍ଡର ଫିଲିଂ ହେବା ନେଇ କଂପାନୀ ଲକ୍ଷ୍ୟ ଧାର୍ଯ୍ୟ ରଖିଥିବା ନେଇ ଶ୍ରୀସୁରାନା ପ୍ରକାଶ କରିଥିଲେ । ଏହି ବଟଲିଂ ପ୍ଲାଂଟ କାର୍ଯ୍ୟକ୍ଷମ ହେବା ଦ୍ୱାରା ରାୟଗଡା,କୋରାପୁଟ,ମାଲକାନଗିରି, ନବରଙ୍ଗପୁର, ବୌଦ୍ଧ, କନ୍ଧମାଳ, ନୂଆପଡା, ବଲାଙ୍ଗୀର, କଳାହାଣ୍ଡି ଓ ସୋନପୁର ଆଦି ୧୧ଟି ଜିଲ୍ଲାର ଉପଭୋକ୍ତାଙ୍କୁ ଏଲପିଜି ସିଲିଣ୍ଡର ଯୋଗାଣ ହୋଇପାରିବ ବୋଲି ମଧ୍ୟ ଶ୍ରୀସୁରାନା ପ୍ରକାଶ କରିଥିଲେ । କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରକାଶ କରିଥିଲେ ଯେ କେନ୍ଦ୍ର ସରକାରଙ୍କ ତରଫରୁ ରାୟଗଡା ଜିଲ୍ଲାବାସୀଙ୍କୁ ବଟଲିଂ ପ୍ଲାଂଟ ବଡ ଉପହାର । ଏହି ବଟଲିଂ ପ୍ଲାଂଟ ଦ୍ୱାରା ପରୋକ୍ଷ ଏବଂ ପ୍ରତ୍ୟେକ୍ଷରେ ରାୟଗଡା ଜିଲ୍ଲାବାସୀ ଉପକୃତ ହେବା ସହ ବେକାର ଯୁବକ ଯୁବତୀ ନିଯୁ୍୍କ୍ତି ପାଇପାରିବେ ଏହା ଦ୍ୱାରା ରାୟଗଡା ଜିଲ୍ଲାର ଦ୍ରୁତ ଗତିରେ ଅଭିବୃଦ୍ଧି ଘଟିବ । ଏଥି ସହ ଡିଜିଟାଲ ମାଧ୍ୟମରେ ଜୟପୁର ଠାରେ ୧ କୋଟି ୭୮ ଲକ୍ଷ ଟଙ୍କାରେ ନିର୍ମାଣ ହେବାକୁ ଥିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ବିମାନ ଇନ୍ଧନ ଷ୍ଟେସନ, ନବରଙ୍ଗପୁର ଠାରେ ପାସପୋର୍ଟ ସେବା କେନ୍ଦ୍ରର  ମଧ୍ୟ ଶୁଭ ଉଦଘାଟନ କରିଛନ୍ତି । ଏଚପିସିଏଲର ଏଚ୍ପିସିଏଲ୍ର ରାୟଗଡ଼ା ଏଲ୍ପିଜି ବଟ୍ଲିଂ ପ୍ଲାଂଟ କାର୍ଯ୍ୟକ୍ଷମ ହେବା ପରେ ନୂତନ ଅଭିବୃଦ୍ଧି, ଏଲ୍ପିଜି କଭରେଜ୍ରେ ଆହୁରି ବୃଦ୍ଧି ଘଟିବା ସହ ଏହା ରାଜ୍ୟରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାକୁ ଅଧିକ ସୁଦୃଢ କରିବ ବୋଲି ମଧ୍ୟ ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଥିଲେ । 

 

0
0
0
s2sdefault