ହେଡଲାଇନସ୍:

ଓଡ଼ିଶା ସେଲସ୍ ରିପ୍ରେଜେଣ୍ଟେଟିଭ୍ ୟୁନିୟନ୍ ପକ୍ଷରୁ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଲେଶ୍ୱର,(ଉଜ୍ଜ୍ୱଳ କର ): ଆତଙ୍କବାଦୀଙ୍କ ଆକ୍ରମଣରେ କାଶ୍ମୀରର ପୁଲୱାମାରେ ଭାରତୀୟ ସି.ଆର.ପି.ଏଫ୍.ର ସହିଦ ଯବାନମାନଙ୍କ ସ୍ମୃତି ଉଦେ୍ଧଶ୍ୟରେ ସୋମବାର ସନ୍ଧ୍ୟାରେ ଓଡ଼ିଶା ସେଲସ୍ ରିପ୍ରେଜେଣ୍ଟେଟିଭ୍ ୟୁନିୟନ୍ (ଅଶ୍ରୁ) ଏକ ମହମବତୀ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ସହିଦମାନଙ୍କ ଶ୍ରଦ୍ଧା ସମ୍ମାନ ଜଣାଇ ‘ଅଶ୍ରୁ’ର  ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ଶ୍ରଦ୍ଧାଞ୍ଜଳି ସଭାରେ ବକ୍ତାମାନେ ଆତଙ୍କବାଦଙ୍କୁ ପ୍ରୋତ୍ସାହନ ଦେଉଥିବା ପାକିସ୍ଥାନର ସରକାରଙ୍କୁ ଦୃଢ଼ ନିନ୍ଦା କରିଥିଲେ । ସମଗ୍ର ବିଶ୍ୱରୁ ଆତଙ୍କବାଦ ବିଲୋପ ପାଇଁ ଶାନ୍ତିକାମୀ ଜନଗଣ ଐକ୍ୟବଦ୍ଧ ହେବାକୁ ଶ୍ରଦ୍ଧାଞ୍ଜଳି ସଭାରେ ବକ୍ତାମାନେ ଆହ୍ୱାନ ଦେଇଥିଲେ । ୟୁନିୟନର  ରାଜ୍ୟ ସଂପାଦକ ପରମେଶ୍ୱର ପାତ୍ର ଜିଲ୍ଲା ସଂପାଦକ ବସନ୍ତ ନାୟକଙ୍କ ସମେତ ଟି.ୟୁ.ଏ.ସି.ସି.ର ସଂପାଦକ ଗୌରାଙ୍ଗ ପାଣିଗ୍ରାହୀ, ସିଭିଲ୍ ସୋସାଇଟିର ସଂପାଦକ ତଥା ଆଇନଜୀବୀ ମନୋଜ ନାୟକ ଓ ନୀଳମଣି ଦୀକ୍ଷିତ, ସଂଗ୍ରାମ କିଶୋର ମଲ୍ଲିକ, ଅରୁଣ ମିଶ୍ର  ଏବଂ ଅନ୍ୟାନ୍ୟ ସଦସ୍ୟବୃନ୍ଦ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସଭାରେ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା ଓ ମୃତ ଏବଂ ଆହତ ଯବାନ ପରିବାରଙ୍କ  ପ୍ରତି ସମବେଦନା ଜ୍ଞାପନ କରାଯାଇଥିଲା ।

 

 

 

0
0
0
s2sdefault