ହେଡଲାଇନସ୍:

ଶିଶୁ ସୁରକ୍ଷା ଓ ଯୈାନ ଅପରାଧ ନିୟନ୍ତ୍ରଣ ସଂପର୍କିତ କର୍ମଶାଳା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଯାଜପୁର,(ଜୟଶଙ୍କର  ଦାଶ) ପ୍ରତ୍ୟେକ ଶିଶୁ ଦେବ ଶିଶୁ ।  ପ୍ରତ୍ୟେକଙ୍କ ପାଇଁ ଶିକ୍ଷା, ସୁରକ୍ଷା ଓ ସୁନ୍ଦର ଭବିଷ୍ୟତ ଗଢିବାର ଆବଶ୍ୟକତା ରହିଚ୍ଥି ।  ବିଭିନ୍ନ ସ୍ତରରେ ମଧ୍ୟ ସରକାର ଏଥିପ୍ରତି ବ୍ୟବସ୍ଥା କରିଚ୍ଥନ୍ତି ।  ତେଣୁ ସମ୍ମିଳିତ ଭାବେ ଶିଶୁ ସୁରକ୍ଷାକୁ ସୁ ନିଶ୍ଚିତ କରିବାକୁ ଅତିଥିମାନେ ମତବ୍ୟକ୍ତ କରିଚ୍ଥନ୍ତି ।  ଶୁକ୍ରବାର ପୂର୍ବାହ୍ନରେ ସ୍ଥାନୀୟ ଜଳଚ୍ଚ୍ଥାୟା ପ୍ରକଳ୍ପ ସମ୍ମିଳନୀ ଗୃହରେ ଜିଲ୍ଳ୍ା ଶିଶୁ ସୁରକ୍ଷା ୟୁନିଟ୍, ଶିଶୁ ସୁରକ୍ଷା କମିଟି ଓ ଅଗ୍ରଣୀ ସ୍ୱେଚ୍ଚ୍ଥସେବୀ ସଂଗଠନ ସଂଯୋଗର ମିଳିତ ସହଯୋଗରେ ଯୈାନ ଅପରାଧ ଓ ଶିଶୁ ସୁରକ୍ଷା ସଂପର୍କରେ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ   ହୋଇଥିଲା ।  ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅକ୍ଷୟ କୁମାର ଦାସ  ପ୍ରତିଷେଧକ ବ୍ୟବସ୍ଥା ସବୁବେଳେ ଚିକିତ୍ସା  ଅପେକ୍ଷା ଅଧିକ ଭଲ ଭଳି କୈାଣସି ଘଟଣା  ଘଟିବା ପୂର୍ବରୁ ବ୍ୟାପକ ସଚେତନ କରାଇଲେ ତାହା ଅଧିକ ସପଂଳ ହେବ ବୋଲି କହିଥିଲେ ।   ଶିଶୁ ମାନଙ୍କୁ ନିର୍ଯ୍ୟାତନା ଏକ ଘୃଣ୍ୟ ଓ ମାନସିକ ବିକାରଗ୍ରସ୍ତ କାର୍ଯ୍ୟ ।  ଏହା ବିରୋଧରେ ଅନେକ ଆଇନ ରହିଚ୍ଥି ।  ପ୍ରତ୍ୟେକ ବିଭାଗ ପରସ୍ପର ସମନ୍ୱୟ ମାଧ୍ୟମରେ ଏହି ଘୃଣ୍ୟତାକୁ ସମାଜରୁ ଦୂର କରାଯାଇପାରିବ ବୋଲି ସେ କହିଥିଲେ । ଜିଲ୍ଳ୍ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର, ଭାରପ୍ରାପ୍ତ ସମାଜ କଲ୍ୟାଣ ଅଧିକାରୀ ମଞ୍ଜୁଳା ରଥ, ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା ରୀତା ବେହେରା ପ୍ରମୁଖ ଯୋଗ ଦେଇ ଶିଶୁ ସୁରକ୍ଷା, ଶିଶୁ ଅଧିକାର, ସରକାରୀ ବ୍ୟବସ୍ଥା, ଶିଶୁ ନିର୍ଯ୍ୟାତନା ସଂପର୍କରେ ରହିଥିବା ଆଇନଗତ ବ୍ୟବସ୍ଥା, ନିର୍ଯ୍ୟାତିତ ଶିଶୁ ପ୍ରତି ଦାୟିତ୍ୱ, ଥଇଥାନ ଇତ୍ୟାଦି ସଂପର୍କରେ ଆଲୋକପାତ କରିଥିଲେ ।  ବିଷୟ ବିଷାରଦ ତଥା ଶିଶୁ ଅଧିକାର କର୍ମୀ ଡଃ ବେଣୁଧର ସେନାପତି ବିସ୍ତୃତ ଆଲୋଚନା କରି ଶିଶୁ ମନସ୍ତତ୍ତ୍ୱ, ଶିଶୁ ଅଧିକାର, ଶିଶୁ ନିର୍ଯ୍ୟାତନାର କାରଣ , ନିରାକରଣ, ଆଇନ ବ୍ୟବସ୍ଥା ସଂପର୍କରେ ବିଷଦ ତଥ୍ୟ ପ୍ରଦାନ କରିଥିଲେ । ଶତକଡା ୮୦ ଭାଗ ଶିଶୁ ନିଜ ସଂପର୍କୀୟଙ୍କ ଦ୍ୱାରା ନିର୍ଯ୍ୟାତିତ ହେଊଥିବା ବେଳେ, ଦେଶରେ ୬୦ ହଜାର ଶିଶୁ ଭିକ୍ଷା ବୃତ୍ତି, ୧୨ ନିୟୁତ ପିଲା ନିର୍ଯ୍ୟାତନାର ଶିକାର, ୧୧ ନିୟୁତ ପିଲା ବେଘର, ୧ ଲକ୍ଷ ୩୫ ହଜାର ଶିଶୁ ଚାଲାଣ, ଶତକଡା ୫୩ ଭାଗ ଶିଶୁ ଯୈାନ ନିର୍ଯ୍ୟାତନାର ଶିକାର ହେଊଥିବା ସଂପର୍କରେ ଡଃ ସେନାପତି ସୂଚନା ଦେଇଥିଲେ ।  ସଂଯୋଗର ଆଞ୍ଚଳିକ ପ୍ରକଳ୍ପ ସଂଯୋଜିକା ବିଜୟିନୀ ଦାସ ଏଥିରେ ଅଧ୍ୟକ୍ଷତା କରିବା ସହ ଶିଶୁ ସୁରକ୍ଷା ସହ ଜଡିତ ପ୍ରତ୍ୟେକ ସମ୍ୱେଦନଶୀଳ ହୋଇ କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ ।  ଏଥିରେ ସମସ୍ତ ଥାନାର ଆଇ.ଆଇ.ସି. , ବିଭିନ୍ନ ଶିଶୁ ଆଶ୍ରୟ ଗୃହର କର୍ମକର୍ତ୍ତା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।  ଅନ୍ୟ ମାନଙ୍କ ମଧ୍ୟରେ ଶିଶୁ ମଙ୍ଗଳ କମିଟିର ସଦସ୍ୟ ସୁବାଷ ଦେବତା, ହୃଷିକେଶ ପଣ୍ଡା, ଶିଶୁ ସୁରକ୍ଷା ୟୁନିଟ୍ର କର୍ମକର୍ତ୍ତା ମିହିର ପ୍ରସାଦ ଜେନା, କାଳି ପ୍ରସାଦ ସାହୁ, ଶିଶିର ମଲ୍ଲିକ ପ୍ରମୁଖ ଆଲୋଚନା କରିଥିଲେ ।  ସଂଯୋଗର ସଂଯୋଜକ ଜଗନ୍ନାଥ ସାହୁ, ସଦସ୍ୟ ରିଙ୍କୁ ବିଶ୍ୱାଳ, ମନୋରଂଜନ ସାହୁ, ବିକାଶ ମହାନ୍ତି ପ୍ରମୁଖ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ ।   ଶେଷରେ ଲିଗାଲ ଅପିଂସର ତପନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।    

 

0
0
0
s2sdefault