ହେଡଲାଇନସ୍:

ବାରିପଦା ପୌରପରିଷଦରେ ପିଠା କାର୍ଯ୍ୟକ୍ରମ ଶୁଭାରମ୍ଭ : ୨୮ ଟି ୱାର୍ଡ ପାଇଁ ହେବ  ୭ଟି ପିଠା କ୍ୟାମ୍ପ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା (ଦିଲ୍ଲୀପ ମହାନ୍ତି )- ଗୃହ ଓ ନଗର ଉନ୍ନୟନ ବିଭାଗ ଆନୁକୂଲ୍ୟରେ ଓ ବାରିପଦା ପୌରପରିଷଦର ସହାୟତାରେ ଶୁକ୍ରବାର ପୌରପରିଷଦର ୨୮ଟି ୱାର୍ଡରେ ପିଠା କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି । ତେବେ ବାରିପଦା ପୌରପରିଷଦର ୨୮ଟି ୱାର୍ଡରେ ପ୍ରତି ୪ଟି ୱାର୍ଡକୁ ନେଇ ୭ଟି ପିଠା ଯୋଜନା କ୍ୟାମ୍ପର ଶୁଭାରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ଆସନ୍ତା ୨୩ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ତେବେ ପ୍ରଥମ କ୍ୟାମ୍ପଟି ୱାର୍ଡ ନମ୍ବର ୨,୩,୧୮ ଏବଂ ୨୬କୁ ନେଇ ଜଗଦ୍ଧାତ୍ରୀ ପଡିଆ ଠାରେ ଶୁଭାରମ୍ଭ ହୋଇଥିବା ବେଳେ ଦ୍ୱିତୀୟ କ୍ୟାମ୍ପଟି ୱାର୍ଡ ନମ୍ବର ୧,୫,୭ ଏବଂ୮କୁ ନେଇ ସିରିଡିସାଇ ପଡ଼ିଆ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଛି । ସେହିପରି  ତୃତୀୟ କ୍ୟାମ୍ପଟି ୱାର୍ଡ ନମ୍ବର ୪,୬,୧୦ଏବଂ୧୬କୁ ନେଇ ଜୁବୁଲି ଲାଇବ୍ରେରୀ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଥିବା ବେଳେ ଚତୁର୍ଥ କ୍ୟାମ୍ପଟି ୱାର୍ଡ ନମ୍ବର ୧୭,୧୯,୨୧ ଏବଂ୨୨କୁ ନେଇ ତେଲକୋ ପଡ଼ିଆ,ପଂଚମ କ୍ୟାମ୍ପଟି ୱାର୍ଡ ନମ୍ବର୯,୧୩,୧୪ଏବଂ୨୦କୁ ନେଇ ସୁନଗଡିଆ କାର୍ତିକେଶ୍ୱର ପୂଜା ପଡିଆ,ଷଷ୍ଠ କ୍ୟାମ୍ପଟି ୱାର୍ଡ ନମ୍ବର ୧୧,୧୨,୨୫ ଏବଂ୨୮କୁ ନେଇ ଷ୍ଟେସନ ପଡ଼ିଆ ଏବଂ ଶେଷ କ୍ୟାମ୍ପଟି ୱାର୍ଡ ନମ୍ବର ୧୫, ୨୩, ୨୪ ଏବଂ୨୭କୁ ନେଇ ଗୋଶାଳା ଛକ ପଡ଼ିଆ ଠାରେ ଅନୁଷ୍ଠିତ  ହୋଇଛି । ତେବେ ଜୁବୁଲି ପଡ଼ିଆ ଠାରେ ପିଠା କାର୍ଯ୍ୟକ୍ରମର ଶୁଭାରମ୍ଭରେ ମୁଖ୍ୟ ଅତିଥି ଭାବେ ବାରିପଦା ପୌରପରିଷଦ ନଗରପାଳ ବବିତା ଦାସ ଯୋଗଦେଇଥିବା ବେଳେ କାଯ୍ୟର୍କ୍ରମର ନୋଡାଲ ଅଫିସର ଦୀପ୍ତିଲତା ମିଶ୍ର, କୋର୍ଡିନେଟର  ପ୍ରୀୟା ମିଶ୍ର,୧୦ନମ୍ବର ୱାର୍ଡ କାଉନସିଲର ସୁଚିସ୍ମିତା ମହାନ୍ତି,୬ନମ୍ବର ୱାର୍ଡ କାଉନସିଲର ନିରୋଜ ସାହୁ,୧୬ନମ୍ବର ୱାର୍ଡକାଉନସିଲର ସରୋଜ କୁମାର ମହାପାତ୍ର ପ୍ରମୁଖଙ୍କ ସହ ଅନ୍ୟମାନେ ଯୋଗଦେଇଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ଉକ୍ତ ୱାର୍ଡରେ ମହିଳାମାନେ ଆରିଶା ପିଠା ସହ ଚା ଲୋକମାନଙ୍କୁ ପ୍ରଦାନ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ଏହି ପିଠା ଯୋଜନା ମାଧ୍ୟମରେ ଜାତୀୟ ଖାଦ୍ୟ ଯୋଜନାରୁ ବାଦ ପଡ଼ିଥିବା ପ୍ରତ୍ୟେକ ଗରିବ,ନିଃସହାୟ ଓ ଯୋଗ୍ୟ ପରିବାରକୁ ଖାଦ୍ୟ ସୁରକ୍ଷା ଯୋଗାଇଦେବା ପାଇଁ ଏହି ଯୋଜନା ମୁଖ୍ୟମନ୍ତ୍ରୀ ଆରମ୍ଭ କରିଥିଲେ ।  

0
0
0
s2sdefault