ବାରିପଦାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ଦାବିରେ ବାର ଆସୋସିଏସନ ପକ୍ଷରୁ  ଆନ୍ଦୋଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦାଠାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚପ୍ରତିଷ୍ଠା  ଦାବିରେ ବାରିପଦା ବାର ଆସୋସିଏସନ ଜାନୁଆରୀ ୧୭ରୁ ୩ ଦିନ ଧରି କାର୍ଯ୍ୟ ବନ୍ଦ ଆନେ୍ଦାଳନ ଆରମ୍ଭ କରିଛନ୍ତି ।  ଆସୋସିଏସନର ସଭାପତି ପ୍ରବୀର ବସା ଓ ସମ୍ପାଦକ ବିପ୍ଳବ ବାରିକଙ୍କ ନେତୃତ୍ୱରେ ସମସ୍ତ ଆଇନଜୀବୀ ଆଜି କୋର୍ଟର ମୁଖ୍ୟ ଫାଟକରେ ତାଲା ପକାଇ କୋର୍ଟର କାମକାର୍ଯ୍ୟକୁ ସମ୍ପୂର୍ଣ୍ଣ ଭାବେ ଅଚଳ କରିଦେଇଥିଲେ । ବିଚାରପତିମାନେ କୋର୍ଟ ଭିତରକୁ ପ୍ରବେଶ କରିନପାରି ମୁଖ୍ୟ ଫାଟକ ନିକଟରୁ ଫେରିଯାଇଥିଲେ । ଏଥି ସହିତ ଆଇନଜୀବୀମାନେ ଏକ ପଦଯାତ୍ରାରେ ବାହାରି ସହର ପରିକ୍ରମା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ନାରାବାଜି କରିଥିଲେ ।  ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍ତର ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା  ନିମନ୍ତେ ଉପଯୁକ୍ତ ଭିତ୍ତିଭୂମି ରହିଥିବା ସମୟରେ ଉତ୍ତର ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ପୋଷଣ ପୂର୍ବକ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ କେନ୍ଦ୍ରକୁ ସୁପାରିଶ କରିଥିବାର ଅଭିଯୋଗ ଆଣିଛନ୍ତି ବାର ଆସୋସିଏସନର ସମ୍ପାଦକ ବିପ୍ଳବ ବାରିକ  । ଏଥି ସହିତ ମୟୂରଭଞ୍ଜ ଗଡ଼ଜାତ ରାଜ୍ୟ ଓଡ଼ିଶା ପ୍ରଦେଶ ସହିତ ମିଶ୍ରଣ ପୂର୍ବରୁ ମୟୂରଭଞ୍ଜ ରାଜ୍ୟରେ ଶାସନ କାର୍ଯ୍ୟର ସୁପରିଚାଳନା ନିମନ୍ତେ  ହାଇକୋର୍ଟ ସ୍ଥାପନ କରାଯାଇଥିଲା ଏବଂ ଗଡ଼ଜାତ ରାଜ୍ୟ ଓଡ଼ିଶା ପ୍ରଦେଶ ସହିତ ମିଶ୍ରଣ ସମୟରେ ହୋଇଥିବା ଚୁକ୍ତିନାମାରେ ଯଦି ଓଡ଼ିଶାରେ କୌଣସିଠାରେ ଭବିଷ୍ୟତରେ ହାଇକୋର୍ଟର ଦ୍ୱିତୀୟ ବେଞ୍ଚ ସ୍ଥାପନ ହୁଏ, ତେବେ ପ୍ରଥମେ ତାହା ବାରିପଦାଠାରେ ହେବ ବୋଲି ସ୍ଥାନ ପାଇଥିବା ବେଳେ ରାଜ୍ୟ ସରକାର ଏହାକୁ ଅଣଦେଖା ପ୍ରଦର୍ଶନ କରିଛନ୍ତି । ଫଳରେ ନିଜର ହକ୍ ହାସଲ ନିମନ୍ତେ ବାରିପଦା ବାର ଆସୋସିଏସନ ଆଗେଇ ଆସିଛି ଏବଂ ଏଥିରେ ସଫଳ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନକୁ ଚାଲୁ ରହିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୟୂରଭଞ୍ଜ ପ୍ରତି ରହିଥିବା ବୈମାତୃକ ମନୋଭାବର ପ୍ରତିବାଦରେ ଆବଶ୍ୟକ ହେଲେ ଉକ୍ତ ଆନ୍ଦୋଳନକୁ ଅଧିକ ତୀବ୍ର କରାଯିବ ଏବଂ ଶାସନ କଳକୁ ସମ୍ପୂର୍ଣ୍ଣ ଅଚଳ କରି ଦିଆଯିବ ବୋଲି ସଭାପତି ପ୍ରବୀର ବସା କହିଛନ୍ତି ।  ଆଜିର ଏହି ଆନ୍ଦୋଳନରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସଭାପତି ପ୍ରଦୀପ ରଥ, ବିଜନ ଦାସ, ଜ୍ୟୋତି ପ୍ରକାଶ ରଥ, ଅରବିନ୍ଦ ଦାସ, ସୁନୀଲ କୁମାର ଜେନା, ଧୀରେନ୍ଦ୍ର ନାଥ ସାସମଲ, ସ୍ୱରୂପ କୁମାର ମିଶ୍ର, ସୁଜାତା ମିଶ୍ର, ସୋନାଲୀ ମିଶ୍ର, ରାନୀ ଲେଙ୍କା, ସସ୍ମୀତା ଘୋଷାଲ, ସାଗରୀକା ଷଢ଼ଙ୍ଗୀ, ଲିଙ୍ଗରାଜ ମିଶ୍ର, ସତ୍ୟ ନାରାୟଣ ବେହେରା, ମୃତ୍ୟୁଞ୍ଜୟ ସିଂ, ପ୍ରଦୀପ କୁମାର ସାସମଲ, ବସନ୍ତ ନାୟକ, ଅଶୋକ ମହାପାତ୍ର, ବୈଦ୍ୟନାଥ ସାହୁ, କାର୍ତ୍ତିକ ମିଶ୍ର, କମଳ ଲୋଚନ ମାର୍ଣ୍ଡି, ବସନ୍ତ ଭୋଳ, ସତ୍ୟ ନାରାୟଣ ମହାନ୍ତି, ଉମା ଶଙ୍କର ରାଉତ, ପ୍ରଭାତ ବେହେରା,    କୃଷ୍ଣଚନ୍ଦ୍ର ମହାନ୍ତି, କିଶୋର ମହାନ୍ତି, ଅନୀଲ ବେହେରା, ପ୍ରଶାନ୍ତ ବେହେରା, ସୁବାଷ ଦଣ୍ଡପାଟ୍ଟ, ଶତ୍ରୁଘ୍ନ ସାହୁ, ପ୍ରଭାତ କୁମାର ଦାସ, ପରେଶ ରଣା, ସୁନୀଲ ନାୟକ, ତାପସ ଦତ୍ତ, ରବୀ ଗୋସ୍ୱାମୀ ପ୍ରମୁଖ ଆଇନଜୀବୀମାନେ ଯୋଗ ଦେଇଥିଲେ । 

 

0
0
0
s2sdefault