ହେଡଲାଇନସ୍:

ବଲାଙ୍ଗୀର ଜଳ ସେଚନ ବିଭାଜନ ପାଣିପଂଚାୟତ ପାଳନ ସମାରୋହ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗୀର, (ନୀରିଜ ମିଶ୍ର)- ବଲାଙ୍ଗୀର ଜଳସେଚନ ବିଭାଜନ କାର୍ଯ୍ୟାଳୟ ପରିସରରେ ପାଣି ପଂଚାୟତ ପକ୍ଷ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ମୁଖ୍ୟ ଅତିଥି ଲୋୟର ସୁକତେଲ ଜଳ ସେଚନର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଭାତ କୁମାର ରାଉତ ଯୋଗଦେଇଥିଲେ । ମୁଖ୍ୟ ବକ୍ତା ଭାବରେ କୃଷି ବିଜ୍ଞାନ କେନ୍ଦ୍ରର ଯୁବ ବୈଜ୍ଞାନିକ ଆଶିଷ ଦାସ, ସମ୍ମାନିତ ଅତିଥିଭାବରେ ମସ୍ୟ ବିଭାଗ ଉପନିର୍ଦ୍ଦେଶକ ସଦାନନ୍ଦ ମହାପାତ୍ର ଉପନିର୍ଦ୍ଦେଶକ ମୁର୍ତ୍ତିକା ସଂରକ୍ଷଣ ତଥା ପ୍ରକଳ୍ପ ନିର୍ଦ୍ଦେଶକ ଜଳବିଭାଜିକା ସମେନ୍ଦ୍ର ମିଶ୍ର, ଜିଲ୍ଲା କୃଷି ଅଧିକାରୀ ହିମାଂଶୁ ଶେଖର ପାଢ଼ୀ, ଏଗ୍ରୋ ଇଣ୍ଡଷ୍ଟ୍ରିର ଜିଲ୍ଲା ଅଧିକାରୀ ରୋମ୍ୟ ରଂଜନ ମିଶ୍ର, ଲୋୟର ସୁକତେଲ ନିର୍ବାହି ଯନ୍ତ୍ରୀ ସଂଜିବ କୁମାର ତ୍ରିପାଠି ଓ ନିର୍ବିଘ୍ନ  ଭୋଇ । ଅଗ୍ରଣି ଚାଷି ଭାବରେ ମୁକୁନ୍ଦ ନାଏକ, ଧନୁଞ୍ଜୟ ପଟେଲ ଓ ଦିଲିପ ବାରିକ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ର୍ନିର୍ବାହୀ ଯନ୍ତ୍ରୀ ଚଣ୍ଡେଶ୍ୱର ବେହେରା ସ୍ୱାଗତ ଭାଷଣ ଦେବାସହ ମଂଚ ପରି·ଳନା କରିଥିଳେ । ପରିଶେଷରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଲକ୍ଷ୍ମଣ ଦାସ ଠାକୁର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମାରୋହରେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିଥିଲେ । 

0
0
0
s2sdefault