ହେଡଲାଇନସ୍:

 ଲୋକଙ୍କ ନିକଟବର୍ତ୍ତୀ ହେବାକୁ ପୋଲିସର ଅଭିନବ ଉଦ୍ୟମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଜଗଦଲପୁର ଥାନା ଅଂଚଳରେ ପୋଲିସ ଜନସମ୍ପର୍କ ଅଭିଯାନ 

ଝାରବନ୍ଧ(ଜଗଦଲପୁର)/ହେମସାଗର ସାହୁ- ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଅନ୍ତର୍ଗତ ନୂଆପଡ଼ା ଗ୍ରାମରେ ବରଗଡ଼ ଜିଲ୍ଳା ପୋଲିସ ପଦ୍ମପୁର ଉପଖଣ୍ଡ ର ପୋଲିସ ଅଧିକାରୀ(ଏସ.ଡି. ପି.ଓ) ଶ୍ରୀଯୁକ୍ତ ଲଷ୍ମୀନାରାୟଣ ପଣ୍ଡା ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ଜଗଦଲପୁର ପୋଲିସ ଉଦ୍ଧେଶ୍ୟରେ ଏକ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି । ସାଧାରଣ ଜନତାକୁ ପୋଲିସ ର ନିକଟରେ କରାଇବା ତାଙ୍କ ମଧ୍ୟରେ ରହିଥିବା ଛବି ତଥା ଧାରଣାର ପରିବର୍ତ୍ତନ ପାଇଁ ପୋଲିସ ବିଭାଗ ତରଫରୁ ଏହି କାର୍ଯ୍ୟକ୍ରମ ଗତ ବର୍ଷ ମଧ୍ୟ କରାଯାଇଥିଲା, ଏହି କାର୍ଯ୍ୟ କ୍ରମ ଦ୍ଵାରା ପୋଲିସ ର ପ୍ରଶାସନ,ସାଧାରଣ ଜନତାଙ୍କ ନିକଟରେ ହେଉଛି ଏବଂ ଲୋକେ ମଧ୍ୟ ପୋଲିସର ନିକଟରେ ହେବା ସହିତ ବହୁସମୟରେ ତାଙ୍କ ତରଫରୁ ସହଯୋଗ ମଧ୍ୟ କରୁଛନ୍ତି।ଏହି ଅଭିନବ ଉଦ୍ୟମ ପାଇଁ ନିହାତି ଭାବେ ବିଭାଗକୁ ସାଧୁବାଦ ଜଣାଇବାକୁ ହେବା। ଏହି କାର୍ଯ୍ୟକ୍ରମ ଦ୍ଵାରା ସାଧାରଣ ଜନତାଙ୍କ ପୋଲିସ ପ୍ରତି ବିଶ୍ଵାସ ଜନ୍ମଉଛି । ପୋଲିସ ବିଭାଗ ମଧ୍ୟ ପରୋକ୍ଷ ଭାବରେ ଜଣାଇ ଦେଇଅଛୁ ଯେ ସେମାନେ ସାଧାରଣ ଜନତାଙ୍କ ପାଇଁ ହିଁ ନିୟୋଜିତ ହୋଇଯାଇଛି। ଏବଂ ଲୋକଙ୍କ ସୁରକ୍ଷା ଦେବା ତଥା ଆଇନ ଶୃଙ୍ଖଳା ବଜାୟ ରଖିବା ତାଙ୍କର କର୍ତ୍ତବ୍ୟ ।ଏହୂ କାର୍ଯ୍ୟକ୍ରମ ପୋଲିସ ବିଭାଗଙ୍କ ପାଇଁ  ଏକ ବଡ଼ ଉପଲବ୍ଧି ଏବଂ ସଫଳତା ଅଟେ।ଉକ୍ତ   କାର୍ଯ୍ୟକ୍ରମରେ ଜଗଦଲପୁର (ଆଇ.ଆଇ.ସି) ଶ୍ରୀମତୀ ଲଳିତା ଲାକ୍ରା,ଏବଂ ତାଙ୍କ ସହିତ ଜଗଦଲପୁର ସମସ୍ତ ପୋଲିସ ଅଧିକାରୀ ମଧ୍ୟ ଯୋଗେଦେଇଛନ୍ତି। ଉକ୍ତ କାର୍ଯ୍ୟକ୍ରମ ରେ ଜଗଦଲପୁର ଗ୍ରାମ ପଞ୍ଚାୟତ ର ବୃଦ୍ଧା ଲୋକମାନଙ୍କୁ  କମଳ,ମସାରି,ଛତା, ପାଣି ବୋତଲ ପ୍ରଦାନ କରିଥିଲେ, ଏବଂ ସାଂସ୍କୃତି କାର୍ଯ୍ୟକ୍ରମ ରେ ଭାଗ ନେଇଥିବା ଶିଶୁଗଣଙ୍କୁ ଅଙ୍କନ ବକ୍ସ, ରବର,ପେନ୍ସିଲ, ପେନ,ଖାତା,ସ୍କୁଲ ବେଗ, ରେନୀ କୋଟ, ପାଣି ବୋତଳ ଇତ୍ୟାଦି ପୁରସ୍କାର ବିତରଣ କରିଥିଲେ,ଉକ୍ତ କାର୍ଯ୍ୟକ୍ରମରେ ରେ ୬ଟି କ୍ରିକେଟ ଦଳ ଯଥା ନୂଆପଡ଼ା,ଧଉରାଭଟା,ବଡ଼କୁଞ୍ଜରୀ, ପୁଟୁକା, ଖୀରପାଲି,ବଡ଼ମହୁଲ ଦଳ ଅଂଶ ଗ୍ରହଣ କରିଥିଲେ।ଉକ୍ତ ମେଚ ରେ ନୂଆପଡା ଦଳ ଏବଂ ଧଉରାଭଟା ଫାଇନାଲ ରେ ପ୍ରଵେଶ କରିଥିଲା,ଉକ୍ତ ମେଚ ରେ ନୂଆପଡ଼ା ଦଳ କୁ ପଛରେ ପକାଇ ଫାଇନାଲ ରେ ବିଜୟ ଲାଭ କରିଛି।ଅଂଶ ଗ୍ରହଣ କରିଥିବା ସମସ୍ତ ଖେଲାଳି ମାନଙ୍କୁ ବେଟ, ବଳ, ସ୍ଟମପ,ଫୂଟବଲ, ହ୍ୟାଣ୍ଡ ଗ୍ଲୋପ, ଟି-ଶାର୍ଟ, ଏବଂ ବିଜେତା ମାନକୁ ଟ୍ରଫି ଦେଇ ସମାନ ଜଣାଇ ଥିଲେ ।ପୋଲିସ ବିଭାଗ, ଏବଂ ସମସ୍ତଙ୍କ ପାଇଁ ଖାଇବା ବ୍ୟବସ୍ଥା ମଧ୍ୟ କରା ଯାଇଥିଲା, ଶେଷରେ ସମସ୍ତ ସହଯୋଗୀ କର୍ମୀମାନଙ୍କୁ ଟି-ସାଟ ଏବଂ ଗାମୁଛା ଅର୍ପଣ କରି ସମାନ ଜଣାଇଥିଲେ ।ଶେଷ ପର୍ଯ୍ୟାୟରେ ରେ ଜଗଦଲପୁର ପୋଲିସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ  କରିଥିଲେ

 

0
0
0
s2sdefault