ହେଡଲାଇନସ୍:

ଜଗନ୍ନାଥପୁର୍ ଗ୍ରାମ ପଞ୍ଚାୟତ ଠାରେ ରାଜ୍ୟରକାରଙ୍କ ପ୍ରାୟୋଜିତ "ପିଠା" କାର୍ଯ୍ୟକ୍ରମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗୁଣପୁରରୁ ସିଦ୍ଧାର୍ଥ ଦାଶ : ରାୟଗଡ ଜିଲ୍ଲା ଗୁଣପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର୍ ଗ୍ରାମ ପଞ୍ଚାୟତ ଠାରେ ରାଜ୍ୟରକାର ଙ୍କ ପ୍ରାୟୋଜିତ "ପିଠା" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପାରମ୍ପରିକ ଆଦିବାସୀ ବାଦ୍ୟ ସହ, ଜିଲ୍ଲା କିନ୍ନର ମହା ସଂଘ ର ସମ୍ପାଦିକା ପିଙ୍କି ମହାପାତ୍ର ଙ୍କ ପରିଚାଳନାରେ କିନ୍ନର ମାନଙ୍କ ନୃତ୍ଯ ଦଳ ଏବଂ ସ୍ଥାନୀୟ ଆଦିବାସୀ ନାଟ୍ଯ ଦଳ ଅତିଥି ବୃନ୍ଦ ଙ୍କୁ ସଭା ନିକଟକୁ ପାଛୋଟି ଆଣିଥିଲେ। 

ଗୁଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ଗାୟତ୍ରୀ ଦେବୀ ଉକ୍ତ କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।  ଏହି ଅବସରରେ ଜଗନ୍ନାଥପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଗୌରୀ ଗମାଙ୍ଗ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ା ଜିଲ୍ଲା ପରିଦର୍ଶକ ତଥା କ୍ରୀଡ଼ା ଓ ଯୁବ ଉନ୍ନୟନ ବିଭାଗ ଯୁଗ୍ମ ସଚିବ ଶ୍ରୀ ମନୋଜ କୁମାର ପାଢ଼ୀ ରହିଥିବା ବେଳେ ସମ୍ମାନିତ ଅତିଥି ଭାବେ ଗୁଣପୁର ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀମତୀ ଗାୟତ୍ରୀ ଦେବୀ, ମୁଖ୍ୟ ବକ୍ତା ଭାବେ ବ୍ଲକ A.E.E ଶ୍ରୀ ନିହାର ରଞ୍ଜନ ମାଝି ଓ ବ୍ଲକ A.E ଶ୍ରୀ ଦୁର୍ୟୋଧନ ଯାନୀ ଯୋଗଦେଇ ରାଜ୍ଯ ସରକାର ଙ୍କ ଦ୍ଵାରା ପ୍ରସ୍ତୁତ ପିଠା ଯୋଜନାର ଶ୍ରେୟ ନେଇ ବକ୍ତବ୍ୟ ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମ ରେ ବୃଦ୍ଧା ଙ୍କୁ ଭତ୍ତା , ପଞ୍ଚାୟତ ର ପଢୁଥିବା ଛାତ୍ରୀ ମାନଙ୍କୁ ଚକ୍ଷୁ ପରୀକ୍ଷା ପରେ ଚଷମା ପ୍ରଦାନ , ହିତାଧିକାରୀ ଙ୍କୁ ଏଲ ଇ ଡ଼ି ବଲ୍ ପ୍ରଦାନ କରାଯିବା ସହ ଅଙ୍ଗନବାଡି କର୍ମୀ ଓ ମିଶନ ଶକ୍ତି କର୍ମୀ ଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ଦିଆଯାଇଥିଲା ।

ପରିଶେଷରେ ଉକ୍ତ କାର୍ଯ୍ୟକ୍ରମ ରେ ମନୋରଞ୍ଜନ କରିବା ନିମନ୍ତେ ଆସିଥିବା କିନ୍ନର ମାନଙ୍କୁ ଅତିଥି ମାନେ ସମ୍ବର୍ଦ୍ଧନା କରିଥିବା ବେଳେ ମା ମାନଙ୍କ ସୁରକ୍ଷା ନିମନ୍ତେ କିନ୍ନର ମହାସଂଘ ଦ୍ୱାରା ଏକ କାର୍ଯ୍ୟକ୍ରମ ଯାହା ଘର ଘର ବୁଲି ମା ମାନଙ୍କୁ ସାହାଯ୍ୟ କରିବ ସେହି ବିଷୟରେ ପିଙ୍କି ମହାପାତ୍ର ଏକ ସମ୍ୟକ ସୁଚନା ଦେଇଥିଲେ ।

0
0
0
s2sdefault