ହେଡଲାଇନସ୍:

ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଜେପୁର,(ଶାସକ ପ୍ରଶାସକ )- ବରଗଡ ଜିଲା ବିଜେପୁର ବ୍ଲକ ସ୍ତରୀୟ ୭୦ ତମ ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ  ହୋଇଯାଇଛି । ଗୋଷ୍ଠୀ   ଉନ୍ନୟନ ଅଧିକାରୀ ପଦ୍ମନାଭ ସାମନ୍ତରାୟ ଅଧ୍ୟକ୍ଷତାରେ ସହକାରୀ ଯନ୍ତ୍ରୀ  ଟେକଚାନ୍ଦ କାଲୋ,ଡବ୍ଲୁଇଓ ସଂଜୟ ଭୋଇ,ଏସ.ଇ.ଓ ପାଣ୍ଡବ ନନ୍ଦ ପ୍ରମୂଖ ମଞ୍ଚାସିନ ଥିଲେ  । ଉକ୍ତ କାର୍ଯକ୍ରମରେ ସଦର ସହରରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନ ସମେତ ବିଭିନ୍ନ ସଂଗଠନର କର୍ମକର୍ତ୍ତା ଯୋଗଦାନ କରି ଆଗାମୀ ଦିନରେ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ଉପଲକ୍ଷେ୍ୟ ବିଭିନ୍ନ ସୁ ଚିନ୍ତିତ ମତାମତ ପ୍ରଦାନ କରିଥିଲେ । ପଂଚାୟତ  ସମିତି ସ୍ତରୀୟ ସାଧାରଣତନ୍ତ୍ର ଦିବସ ଅବସରରେ ବ୍ଲକ ସ୍ତରୀୟ ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଜୁନିୟର,ସବ-ଜୁନିୟର,ସିନିୟର,ସବ-ସିନିୟର ଏବଂ ମହାବିଦ୍ୟାଳୟ ସ୍ତରୀୟ ପ୍ରବନ୍ଧ ଲିଖନ,ବକୃତା,ଚିତ୍ରାଙ୍କନ,ସଂଗୀତ ପ୍ରମୂଖ ପ୍ରତିଯୋଗିତା ମାନ ଅନୁଷ୍ଠିତ ହେବ । ଉକ୍ତ ପ୍ରତିଯୋଗିତା ସ୍ଥାନୀୟ ସଂକର୍ଷଣ ଟିଓୟୁପି ବିଦ୍ୟାଳୟରେ ଆସନ୍ତା ୨୪ ତାରିଖରେ ଅନୁଷ୍ଠିତହେବାକୁ ସ୍ଥିର କରାଯାଇଥିଲା । ଛାତ୍ରଛାତ୍ରୀ ମାନଙ୍କ ବ୍ଲକସ୍ତରୀୟ ପ୍ୟାରେଟର ପୂର୍ବାଭାଷ ୨୨ ଓ ୨୩ ତାରିଖ ହାଇସ୍କୁଲ ପଡିଆରେ ଅନୁଷ୍ଠିତ  କରାଯିବାକୁ ପ୍ରସ୍ତାବ  ହୋଇଥିଲା । ଶେଷରେ ଏସ.ଇ.ଓ ପାଣ୍ଡବ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।   

 

0
0
0
s2sdefault