ହେଡଲାଇନସ୍:

ବିଜେପୁରରେ ପିଠା କାର୍ଯ୍ୟକ୍ରମ ଉଦଘାଟିତ:ସରକାରୀ କାର୍ଯ୍ୟକ୍ରମ କେବଳ ଲୋକଦେଖାଣିଆ !

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଜେପୁର (ଶାସକ ପ୍ରଶାସକ )- ବରଗଡ ଜିଲା ବିଜେପୁର ବିଜ୍ଞାପିତ ଅଂଚଳ ପରିଷଦ ପକ୍ଷରୁ ରାଜ୍ୟସରକାରଙ୍କ ପିଠା କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ୧୫ ତାରିଖ ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ  ହେବାକୁ ଯାଉଛି । ସ୍ଥାନୀୟ ବିଜ୍ଞାପିତ ଅଂଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ବିଷ୍ଣୁପ୍ରିୟା ମିଶ୍ରଙ୍କ ଅଧ୍ୟକ୍ଷତାରେ ବିଧାୟିକା ରୀତା ସାହୁ,ସମାଜସେବୀ ଜନାର୍ଦ୍ଧନ ପାଣିଗ୍ରାହୀ,ବରପାଲି ଏନ.ଏ.ସି ଉପଧ୍ୟକ୍ଷ ପ୍ରଦୁ୍ୟମ୍ନ ତ୍ରିପାଠୀ ଯୋଗଦେଇ  ପିଠା କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଉଦଘାଟନୀ ସମାରୋହରେ ମେହେରପଡା,ଜମିଦାରପଡା,ଚମାରପଡା ଓ ଗାନ୍ଧୀପଡାର ସ୍ୱୟଂ ସହୟକ ଗୋଷ୍ଠୀ  ଯୋଗଦେଇ ପିଠା ତିଆରି କରି ପ୍ରଦର୍ଶିତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟସରକାର ପିଠା ଯୋଜନାରେ ଜନସାଧାରଣଙ୍କୁ ସରକାରୀ କର୍ମଚାରୀ ଗଣ ବିଭିନ୍ନ ପ୍ରକାରର ସଚେତନତା ବାର୍ତ୍ତା ଦେବାର କାର୍ଯ୍ୟକ୍ରମ ରହିଥାଏ । ହେଲେ ଉକ୍ତ କାର୍ଯ୍ୟକ୍ରମ ନିର୍ଦ୍ଧିଷ୍ଟ ସମୟ ସୀମାରୁ ପ୍ରାୟ ଅଢେଇ ଘଣ୍ଟା ବିଲମ୍ବରେ ହେବାରୁ ଜନ ସାଧାରଣ କାର୍ଯ୍ୟକ୍ରମରେ ଅତିଷ୍ଟ ହୋଇ ଫେରିଯାଇଥିଲେ । ରାଜ୍ୟ ସରକାରଙ୍କର ବିଭିନ୍ନ ଯୋଜନା ସଂପର୍କରେ ଜନସାଧାରଣଙ୍କୁ ସଚେତନତା ସୃଷ୍ଟି କରିବା ଏହାର ମୁଖ୍ୟ ଉଦେ୍ଧଶ୍ୟ । କିନ୍ତୁ ହାତ ଗଣତି କେବଳ ସ୍ୱୟଂ ସହାୟିକା ଗୋଷ୍ଠୀ  ସଦସ୍ୟା ମାନଙ୍କୁ ନେଇ ଉକ୍ତ ପିଠା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାରୁ ଏହା କେତେଦୁର ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ବାର୍ତ୍ତା ଜନସାଧାରଣଙ୍କ ନିକଟରେ ପହଂଚାଇ ପାରିଛି ତାହା ସହଜେ ଅନୁମେୟ ବୋଲି ଆଲୋଚନା ହେଉଛି ।  ଯାହାକି କେବଳ ଲୋକଦେଖାଣି କାର୍ଯ୍ୟକ୍ରମରେ ପରିଣତ ହୋଇଛି । ଫଳରେ କାର୍ଯ୍ୟକ୍ରମ  କେବଳ ନିଜେ ନିଜେ ସରକାରୀ ବାବୁମାନେ କରିଥିବା ଦେଖିବାକୁ ମିଳିଥିଲା । ଯାହାଫଳରେ କି ଜନସାଧାରଣଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । ଅନ୍ୟପଟେ ଏହି ବିଜ୍ଞାପିତ ଅଂଚଳ ପରିଷଦର ବାଉଁଶପୋଲା ନେତାଜୀ ଯୁବକ ସଂଘ ଠାରେ ବାଉଁଶପୋଲା,କେଉଁଟିପାଲି ଓ ମାଝିପାଲି ଏବଂ ଏମ.ଗଣ୍ଡପାଲି ଅମରଦୀପ ଯୁବକ ସଂଘ ପରିସରରେ ଏମ୍.ଗଣ୍ଡପାଲି ଓ କନ୍ଧରା ଗ୍ରାମର ବିଭିନ୍ନ ସୟଂ ସହାୟକ ଗୋଷ୍ଠୀ  ପିଠା କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । 

0
0
0
s2sdefault