ହେଡଲାଇନସ୍:

ମାପକଣ୍ଟା ଗୁଡିକ ତନଖି  ହେଉନି, ଠକି ହେଉଛନ୍ତି ଗ୍ରାହକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମାଂସ କିଣାବେଳେ ଓଜନ ଠକେଇକୁ ନେଇ ବଚସା 

ବଡଚଣା ରୁ ପ୍ରଫୁଲ୍ଲ କୁମାର ସାହୁ :ରଵିବାର  ଦିନ  ଧର୍ମଶାଳା ଥାନା ଅନ୍ତର୍ଗତ ପୋଵଳ ଗ୍ରାମରେ ମାଂସ କିଣାକୁ କେନ୍ଦ୍ରକରି ଏକ ଗୋଷ୍ଟୀ ସଂର୍ଘସ ହୋଇଛି | ଘଟଣା ରୁ ପ୍ରକାଶ ପୋବଳ ଗ୍ରାମର ରମେଶ ମଳିକ ସେହି ଗ୍ରାମର ଧ୍ରୁବ ସାମଲଙ୍କ ଦୋକାନ କୁ ଯାଇଥିଲେ|  ମାଂସ ଓଜନକୁ ନେଇ ଉଭୟ ଙ୍କ ଭିତରେ ଵଚସା ହୋଇଥିଲା | ମାଂସ ଦୋକାନୀ ଦ୍ରୁବ ସାମଲଙ୍କ ସହ ସେହି ଗ୍ରାମର ରମେଶ ପାହାଳ ଅଜୟ ନାଏକ ପ୍ରମୋଦ ଜେନା  ପ୍ରମୁଖ ମିଶି ମାଂସ କିଣିବାକୁ ଆସିଥିବା ରମେଶ ମଳିକକୁ ଯାତି ଗୋତ୍ର ନେଇ ଅସଭ୍ୟ  ଭାଷାରେ ଗାଳି ଗୁଲଜ କରିବାସହିତ ଆକ୍ରମଣ କରିଥିଲେ ଓ ପରେ ଦଳିତ ସାହିର କିଛି ଲୋକ ରମେଶ ମଳିକଙ୍କୁ ମେଡିକାଲ ପଠାଇଥିଲେ | ରାତି 11.ସମୟରେ ଧର୍ମଶାଳା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ପ୍ରଶାସନ ଆଜି ପର୍ଯ୍ୟନ୍ତ ଉକ୍ତ ଗ୍ରାମକୁ ଆସିନଥିଵା ଜଣାଇଛନ୍ତି | ଘଟଣା ଘଟିବା ଆଠଦିନ ବିତିଯାଇଥିଲେ ମଧ୍ୟ  ପୋଲିସ ଵିଭାଗ ଉକ୍ତ ଘଟଣା ଟିକୁ ସଠିକ ଭାବେ ତଦନ୍ତ ନହେବା କାରଣରୁ ଗଣ୍ଡଗୋଳ କରିଥିବା ଲୋକମାନେ ରମେଶ ମଳିକକୁ ଵିଭିନ୍ନ ସମୟରେ ଵିଭିନ୍ନ ପ୍ରକାର ଧମକ ଚମକ ଦେଉଥିବା ସେ ଜଣାଇଛନ୍ତି | ତେବେ ଏଠାରେ ପ୍ରଶ୍ନ ଉଠୁଛି କି ଗ୍ରାମାଞ୍ଚଳରେ ଵହୁତ ଗୁଡିଏ ବ୍ଯବସାୟ ପ୍ରତିଷ୍ଠାନ ଅଛି ସେମାନେ ବ୍ୟବହାର  କରୁଥିବା ଓଜନ ଓ ମାପକଣ୍ଟା ଗୁଡିକ ସରକାରି ସ୍ତରରେ ତନଖି ହେବାର ବ୍ୟବସ୍ଥାଥିଲେ ମଧ୍ୟ  ତାହା ସଠିକ ଭାବେ ହୋଇ ପାରୁନାହିଁ, ଯାହାଦ୍ୱାରା ବହୁତ ଗ୍ରାହକ ଠକାମୀର ଶୀକାର ହେଉଛନ୍ତି |  ବହୁ ଗ୍ରାମାଞ୍ଚଳରେ ବଡ ବଡ ବ୍ୟବସାୟ ପ୍ରତିଷ୍ଠାନ ଵିନା ରେଜିଷ୍ଟ୍ରେସନରେ ରେ ଚାଲିଛି ସେମାନେ ଗ୍ରାହକ ମାନଙ୍କୁ ନିମ୍ନମାନର ଶାମଗ୍ରୀ ଚଢା ଦରରେ ଵିକ୍ରିକରିବା ସହିତ ସରକାରୀ ଟିକସ ମଧ୍ୟ ଫାଙ୍କୁଛନ୍ତି |  ବହୁ ଯାଗାରେ ଏଇଥି ପାଇଁ ଵିଭିନ୍ନ ପ୍ରକାର ବିଶୃଙ୍ଖଳା  ହେଉଥିବା ସାଧାରଣରେ ଆଲୋଚନା  ହେଉଛି | ଏହାକୁ ସ୍ଥାନୀୟ ପ୍ରଶାସନ ଗମ୍ଭୀରତାର ସହିତ ଵିଚାର କରି ତଦନ୍ତ କରିବା ପାଇଁ ସ୍ଥାନୀୟ ଲୋକେ ଦାଵିକରିଛନ୍ତି| 

0
0
0
s2sdefault