ହେଡଲାଇନସ୍:

ନାକ ଥିଲେ ନୋଥ ନାହିଁ, ନୋଥ ଥିଲାବେଳକୁ ନାକ ନାହିଁ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

   ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଥାଇ ଡାକ୍ତର ନଥିବାରୁ ରୋଗୀ ହନ୍ତସନ୍ତ, ପ୍ରଶାସନକୁ କହି କହି ଲୋକେ ନୟାନ୍ତ 

 ଜି ଉଦୟଗିରି/ ଗଗନ ପ୍ରଧାନ : କନ୍ଧମାଳ ଜ଼ିଲ୍ଲା ଅନ୍ତର୍ଗତ ଘୁଉଦୟଗିରି ବ୍ଲକ  ଅଞ୍ଚଳବାସୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ବା ପାଇଁ ସରକାରଙ୍କ ତରଫରୁ ଏକ ସ୍ୱାସ୍ଥ୍ୟ କେନ୍ଦ୍ର ସରକାର ପ୍ରତିଷ୍ଠା କରିଛନ୍ତି |  ହେଲେ ଅତ୍ୟନ୍ତ ପରିତାପର ବିଷୟ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ବର୍ତ୍ତମାନ ଡାକ୍ତର ନାହାନ୍ତି, ଯାହାର ପରିଣାମ ସ୍ୱରୂପ ଏ ଅଞ୍ଚଳର ଗରିବ ଆଦିବାସୀ ଚିକିତ୍ସା ସେବାରୁ ବଂଚିତ ହୋଇ ଆସୁଛନ୍ତି | ଲୋକମାନେ ହନ୍ତସନ୍ତ ହେଉଥିବା ବେଳେ ଘଟଣା ସମ୍ପର୍କରେ ଅଞ୍ଚଳ ଜନସାଧାରଣ ପ୍ରଶାସନ ପାଖରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୋୖଣସି ସୁଫଳ ମିଳୁନଥିବା ଦେଖାଦଇଛି | ବର୍ତ୍ତମାନ ଜନସାଧାରଣ ଟିକାବାଲି ଫୁଲବାଣୀ ବ୍ରହ୍ମପୁର ଭୁବନେଶ୍ୱର ଚିକିତ୍ସା ପାଇଁ ଯାଉଛନ୍ତି | ଗରିବ ବର୍ଗର ଜନସାଧାରଣ ବିଭିନ ସ୍ଥାନକୁ ଯାଇ ଚିକିତ୍ସା ପାଇବା  ପାଇପାରୁନାହାନ୍ତି |  ଘୁ ଉଦୟଗିରି ସ୍ୱାସ୍ଥ୍ୟ କେନ୍ଦ୍ରରେ ପୁରା ସେବା ଏକ ପ୍ରକାର ଠପ ହୋଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି | ସୂଚନା ପାଇବାପରେ ଆମ ପ୍ରତିନିଧି ସ୍ୱାସ୍ଥ୍ୟ କେନ୍ଦ୍ର ବୁଲି ଦେଖିଥିଲେ | ସ୍ୱାସ୍ଥ୍ୟ କେନ୍ଦ୍ରରେ ବେଡ ଦେଖିଥିଲେ କିନ୍ତୁ କୌଣସି ରୋଗୀଣାଙ୍କୁ ଦେଖିନଥିଲେ | ଘଟଣା ସମ୍ପର୍କରରେ କିଛି ଲୋକଙ୍କ ମତାମତ ନେଇଥିଲେ | ସରକାରଙ୍କ ଆଦିବାସୀ ଦଳିତ ବର୍ଗର ଲୋକଙ୍କ ପାଇଁ ଆନ୍ତରିକତା ନାହିଁ  | ଯଦି ଥାନ୍ତା  ବର୍ଷ ତମାମ ଡାକ୍ତର ପଦ ଖାଲି ପଡିନଥାନ୍ତା କି ସାମାନ୍ୟ ରୋଗର ଚିକିତ୍ସା ପାଇଁ ୧୦୦ ରୁ ଉର୍ଧ କିଲୋମିଟର ଟଙ୍କା ଖର୍ଚ କରି ଯିବାକୁ ପଡ଼ିନଥାନ୍ତା ବୋଲି ଜଣେ ରୋଗୀ କହିଛନ୍ତି | ଡାକ୍ତର ନଥିବା ସତ୍ୱେ ପ୍ରସବ ପାଇଁ ମଧ୍ୟ ମହିଳାଙ୍କୁ ଅନ୍ୟ ସ୍ଥାନକୁ ନିଆ ଯାଉଛି |  ତେଣୁ ପ୍ରଶାସନ ଜନ ସାଧାରଣଙ୍କ ଏହି ଦାବି ପ୍ରତି କର୍ଣପାତ କରି ଯଥା ଶୀଘ୍ର ସମ୍ଭବ ଡାକ୍ତର ନିଯୁକ୍ତି ଦେବା ସହ ଚିକିତ୍ସା ଯୋଗାଇବା ପାଇଁ ଦାବି ହେଉଛି .|

0
0
0
s2sdefault