ହେଡଲାଇନସ୍:

କଳିଙ୍ଗ ସାମ୍ବାଦିକ ସଂଘ ର ସାମ୍ବାଦିକ ମାନଙ୍କ ନଗର ସମ୍ମିଳନୀ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଗୁଣପୁରରୁ ସିଦ୍ଧାର୍ଥ ଦାଶ :  ରାୟଗଡ଼ା ଜିଲ୍ଲା ଗୁଣପୁର ସ୍ଥାନୀୟ ସାନ ନଦୀ ପ୍ରାଙ୍ଗଣରେ କଳିଙ୍ଗ ସାମ୍ବାଦିକ ସଂଘ ର ସାମ୍ବାଦିକ ମାନଙ୍କୁ ନେଇ ଏକ ନଗର ସମ୍ମିଳନୀ , ବନ୍ଧୁ ମିଳନ ଓ ନୂତନ ସାମ୍ବାଦିକଙ୍କୁ ସ୍ୱାଗତ ଜଣାଯାଇଥିଲା । ଉକ୍ତ ବୈଠକକୁ ସଂଘ ର ଉପଦେଷ୍ଟା ଶ୍ରୀ ଇନ୍ଦ୍ରାକ୍ଷି ପ୍ରସାଦ ଦାଶ ସଭାପତିତ୍ୱ କରିଥିବା ବେଳେ , ସଂଘର ଆବାହକ ଶ୍ରୀ ଶକ୍ତିପ୍ରସାଦ ଦାଶ ନୂତନ ଭାବେ ସଂଘରେ ଯୋଗ ଦେଇ ଥିବା ସାମ୍ବାଦିକଙ୍କ ପରିଚୟ ଓ ସଂଘର ମୁଖ୍ୟ ଉଦ୍ଦେଶ୍ୟ ଜ୍ଞାପନ କରିବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ସମସ୍ତ ସାମ୍ବାଦିକ ଙ୍କୁ ନୂତନ ବର୍ଷ ର ଅଭିନନ୍ଦନ ଦେବା ସହ ଗୁଣପୁର ନଗର ନିମନ୍ତେ ପଦବୀ ମାନ ଦିଆଯାଇଥିଲା । ଗୁଣପୁର ନଗର ର ସଭାପତି ଭାବେ ଶ୍ରୀ ରାମନାଥ ମହାନ୍ତି , କାର୍ଯ୍ୟକାରୀ ସଭାପତି ଭାବେ ଶ୍ରୀ କାଳୀ ଶଙ୍କର ରଥ, ଉପ ସଭାପତି ଭାବେ ଶ୍ରୀ ମାଧବ ବିଡିକା , ସମ୍ପାଦକ ଭାବେ ଶ୍ରୀ ସୁମନ ସାହୁକାର , କାର୍ଯ୍ୟକାରୀ ସମ୍ପାଦକ ଭାବେ ଶ୍ରୀ ସନ୍ତୋଷ କୁମାର ଗୁରୁ , ସହ ସମ୍ପାଦକ ଭାବେ ଶ୍ରୀ ଜଗବନ୍ଧୁ ଲିମା , କୋଷାଧକ୍ଷ ଭାବେ ଶ୍ରୀ ଭାସ୍କର ବୋଉରୀ ଏବଂ ମିଡିଆ ସେଲ୍ କୋଡିନେଟର ଭାବେ ଶ୍ରୀ ହରିହର ଶତପଥି ଙ୍କୁ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଥିବା ବେଳେ ଉପଦେଷ୍ଟା ଭାବେ ଶ୍ରୀ ଇନ୍ଦ୍ରାକ୍ଷି ଦାଶ ଓ ଆଇନ ଉପଦେଷ୍ଟା ଭାବେ ଶ୍ରୀ ଗୌରୀ ଶଙ୍କର ଦାଶ ପୁର୍ବ ଭଳି ମନୋନୀତ ହୋଇଥିଲେ ।

0
0
0
s2sdefault