ହେଡଲାଇନସ୍:

୨.୧୨  କୋଟି ବ୍ୟୟରେ ନିର୍ମିତ କଲ୍ୟାଣ ମଣ୍ଡପ ଉଦ୍ଘାଟନ କଲେ ସାଂସଦ କଲିକେଶ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗୀର- ବଲାଙ୍ଗୀର ଲୋକସଭା ସାଂସଦ କଲିକେଶ ନାରାୟଣ ସିଂହ ଦେଓଙ୍କ କରକମଳରେ ସ୍ଥାନୀୟ କଳେଜ ଛକଠାରେ ପ୍ରାୟ ୨ କୋଟି ୧୨ଲକ୍ଷ ଟଙ୍କାରେ ପୌରପରିଷଦ ତରଫରୁ ନିର୍ମିତ କଲ୍ୟାଣ ମଣ୍ଡପର ଶୁଭ ଉଦ୍ଘାଟନ ହୋଇଯାଇଛି । ଏହି କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ପୁର୍ବତନ ରାଜ୍ୟସଭା ସାଂସଦ ଅନଙ୍ଗ ଉଦୟ ସିଂହଦେଓ ଓ ଲୋକ ସଭା ସାଂସଦ କଲିକେଶ ନାରାୟଣ ସିଂହଦେଓ ନିଜସ୍ୱ ପାଣ୍ଠିରୁ ୪୫ ଲକ୍ଷ ପ୍ରଦାନ କରାଯାଇଥିବା ବେଳେ ପଶ୍ଚିମ ଓଡିଶା ବିକାଶ ପରିଷଦରୁ ୧୦ ଲକ୍ଷ ବାକି ୧କୋଟି ୫୭ ଲକ୍ଷ ମୁ୍ୟନିସିପାଲିଟି ତରଫରୁ ଖର୍ଚ୍ଚ କରାଯାଇ କଲେଜଛକ ଠାରେ ଆତ୍ୟାଧୁନିକ କଲ୍ୟାଣ ମଣ୍ଡପ ସହ ୫ ଗୋଟି ଷ୍ଟଲ ମଧ୍ୟ ନିର୍ମିତ ହୋଇଛି । ଆଜିର ଉଦ୍ଘାଟନୀ ଉସôବରେ ପୌରାଧ୍ୟକ୍ଷା ସନ୍ତୋଷିନି ବେହେରା, ନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପ, ପୂର୍ବତନ ମନ୍ତ୍ରୀ ତଥା ପୁର୍ବତନ ରାଜ୍ୟସଭା ସାଂସଦ ଅନଙ୍ଗ ଉଦୟ ସିଂହଦେଓ, ଯୁବନେତା ଅର୍କେଶ ନାରାୟଣ ସିଂହଦେଓ , ଜିଲ୍ଲା ଯୁବ ବିଜେଡି ସଭାପତି ଲୋଟସ ଷଢ଼ଙ୍ଗି, ଉପାଧ୍ୟକ୍ଷା ଲିପିଶ୍ରୀ ସାଏ, ସଦର ବ୍ଳକ ଅଧ୍ୟକ୍ଷ ଗୋଳାପ ବାଗ, କାଉନସିଲର ଉପେନ ଦୀପ, ସରିତା ଦାଶ, ଶମ୍ଭୁ ନାଗ, ମୁନା ଖାଁ, ନରହରି ରାଉତ, ଅଶ୍ୱୀନୀ ପୁଟେଲ, ମମତା ଜେନା, ସତ୍ୟପିର ପାତ୍ର, ପ୍ରେମଲତା ନାଏକ, ସୁନିତା ମାହାଣା, ସୁଜାତା ଦାସ, ଜୟନ୍ତି ବରିହା, ଗିତା ବରାଳ, ଓଙ୍କାର ନାଏକ, ଜୟରାମ ମିଶ୍ର, ମହେନ୍ଦ୍ର ବାଗ, ନରସିଂହ ବାଗ, ରାଜେନ୍ଦ୍ର ହୋତା, କୈଳାଶ ମହାନ୍ତି, ନିହାର ରଞ୍ଜନ ସ୍ୱାଇଁ, ଧୃବ ଯୁଏଡ, ମନୀଷ ମିଶ୍ର, ସାଗର ସଙ୍ଗମ ଶତପଥି, ଗୁଞ୍ଜ ଖାଁନ, ରାଜୁ ବାଗ, ସନ୍ତୋଷ ଦନ୍ତା, ପ୍ରମୁଖ ଉପସ୍ଥିତ ଥିଲେ । 

 

0
0
0
s2sdefault