ହେଡଲାଇନସ୍:

ଓଡିଆ ପିଲାମାନେ ଅନ୍ୟକୁ ରୋଜଗାର ଦେବା ସହ ନିଜେ ମାଲିକ ମଧ୍ୟ ବନିବେ -ଧର୍ମେନ୍ଦ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଖୋର୍ଦ୍ଧା ଜାଆଁଳାରେ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ରର ଉଦ୍ଘାଟନ

 

ଭୁବନେଶ୍ୱର – ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ର ଓଡିଆ ପିଲାଙ୍କୁ ସମ୍ମାନ ଏବଂ ସ୍ୱାଭିମାନ ସହକାରେ ବଂଚିବାର ରାସ୍ତା ଦେଖାଇବ । ଓଡିଆ ପିଲାମାନେ କେବଳ ନିଜେ ଆତ୍ମନିର୍ଭରଶୀଳ ହେବେ ନାହିଁ ମାଲିକ ମଧ୍ୟ ବନିବେ । ଭାରତ ସରକାରଙ୍କ କଳ୍ପନା ରହିଛି ଗରିବ ଘରର ପିଲାମାନେ ରୋଜଗାର ଖୋଜିବା ପାଇଁ ବାହାରକୁ ଯିବେ ନାହିଁ । ଗରିବ ଘରର ଯୁବକମାନେ ଅନ୍ୟକୁ ରୋଜଗାର ଦେବା ସହ ମାଲିକ ବନିବେ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ଆଜି ଖୋର୍ଦ୍ଧା ଜାଆଁଳା ଠାରେ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ରକୁ ଉଦଘାଟନ କରିବା ଅବସରରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଆଜି ଦେଶରେ ବିଭିନ୍ନ ରାଜ୍ୟରେ ବିଶେଷ କରି ଗରିବ ଲୋକଙ୍କ ଭିତରେ ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର, ସାମାଜିକ ସଂସ୍କାର ବଢିବା ସହ କେହି ଭୋକରେ ନ ରହିବାର ଲକ୍ଷ୍ୟ ନେଇ ମାତା ଅମୃତାମନନ୍ଦମୟୀଙ୍କ ନେତ୍ୃତ୍ୱରେ ଏହି ସ୍କୁଲ ଆରମ୍ଭ ହୋଇଛି । 

କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଗତ ୫ ବର୍ଷ ହେଲା ଏହି ସ୍କୁଲ ଏ ଅଂଚଳରେ ଗଢି ଉଠିଛି । ସ୍କୁଲଟି ଏ ଅଂଚଳର ମୌଳିକ ଆବଶ୍ୟକତାକୁ ପୂରଣ କରିବ ଏଥିରେ ସନେ୍ଦହ ନାହିଁ । ସ୍କୁଲଟି ଖୋର୍ଦ୍ଧା ଜିଲ୍ଲାର ୪ଟି ଗାଁକୁ ପୋଷ୍ୟ ଗାଁ ଭାବେ ଗ୍ରହଣ କରିଛି । ଗାଁର ବିକାଶ ପାଇଁ ଏହାର ମୂଳ ଲକ୍ଷ୍ୟ ରହିଛି । ଭାରତ ସରକାରଙ୍କ ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଳ୍ପନା ରହିଛି ଭାରତ ବର୍ଷର ସାମାନ୍ୟ ପିଲାଙ୍କୁ ରୋଜଗାରକ୍ଷମ କରିବା ପାଇଁ, ସ୍ୱରୋଜଗାରରେ ନିଜ ଗୋଡରେ ଠିଆ କରିବା ପାଇଁ । ସ୍ୱାଭିମାନ ସହ ଜୀବନ ଯାପନ କରିବା ପାଇଁ ସମସ୍ତଙ୍କୁ ଶିକ୍ଷା ଓ ପ୍ରଶିକ୍ଷଣ ଦରକାର ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।  

ଶ୍ରୀ ପ୍ରଧାନ କହିଛନ୍ତି ଆଜି ଶିକ୍ଷା ଓ ସ୍ୱାକ୍ଷରତା ଅଜଣା ବିଷୟ ନୁହେଁ । କିନ୍ତୁ ଯେଉଁ ଶିକ୍ଷା ଆମକୁ ମିଳୁଛି ଆମକୁ ରୋଜଗାର, ସ୍ୱରୋଜଗାର, ସ୍ୱାଭିମାନର ସହ ସମ୍ମାନର ବଂଚିବାର ବ୍ୟବସ୍ଥା କରିପାରୁଛି କି ନାହିିଁ ତାହାର ପ୍ରଶ୍ନ ସମସ୍ତଙ୍କ ମନରେ ଅଛି । ଏଭଳି ସମୟରେ ଭାରତ ସରକାରଙ୍କ କୌଶଳ ବିକାଶ ଯୋଜନା, ଦକ୍ଷତା ବିକାଶ ମନ୍ତ୍ରଣାଳୟ ଓ ମା’ଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଅନୁଷ୍ଠାନର ମିଳିତ ପ୍ରଚେଷ୍ଟାରେ ଖୋର୍ଦ୍ଧା ସ୍ଥିତ ଏହି ଶିକ୍ଷାନୁଷ୍ଠାନ  ଏ ଅଂଚଳରେ ୨୦୦ ପିଲାଙ୍କ ପ୍ରଶିକ୍ଷଣ ପାଇଁ ପିଏମକେଭିୱାଇ ପ୍ରକଳ୍ପ ବୁଝାମଣା କରିଛି ବୋଲି ସେ କହିଛନ୍ତି ।      

ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ସ୍କୁଲରେ ପିଲାଙ୍କୁ ପ୍ଲବିଂ, ଘରୋଇ ସହଯୋଗୀ, ଟେଲରିଂ, କମ୍ପ୍ୟୁଟର ଡାଟା ଅପରେଟର, ମେକାନିକ୍ ଆଦି ବିଭିନ୍ନ ବିଭାଗ ଗୁଡିକରେ ପ୍ରଶିକ୍ଷଣ ଦିଆଯିବ । କେବଳ ପ୍ରଶିକ୍ଷଣ ନୁହେଁ ଏହି ଟ୍ରେନିଂ ସେଟଂରକୁ ବ୍ୟାଙ୍କ୍ ସହ ଅନୁବନ୍ଧିତ କରାଯିବ । ଭାରତ ସରକାରଙ୍କ ମୁଦ୍ରା ଯୋଜନାରେ କମ୍ ସୁଧରେ ପିଲାଙ୍କୁ ଋଣ ଦିଆଯିବ । ଯୁବକ/ଯୁବତୀମାନେ ନିଜ ଗୋଡରେ ଠିଆ ହେବା ପାଇଁ ଭାରତ ସରକାର ସେମାନଙ୍କୁ ପ୍ରଶିକ୍ଷଣ ଦେବା ସହ ପୁଞ୍ଜି ଯୋଗାଇ ଦେବେ । ସମସ୍ତେ ଯେପରି କାର୍ଯ୍ୟକ୍ଷମ ହୋଇପାରିବେ ସେଥିପାଇଁ ଭାରତ ସରକାର ସମସ୍ତଙ୍କ ସହ ଅଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । 

ଗୋଟେ ବଡ ଲକ୍ଷ୍ୟ ନେଇ କାମ ନକଲେ କୌଣସି କାର୍ଯ୍ୟ ସମ୍ଭବ ନୁହେଁ । ଆଜିର ଯୁଗରେ ପିଇବା ପାଣି, ବସ୍ତ୍ର ଓ ଖାଦ୍ୟ ପରି ମୋବାଇଲ ମଧ୍ୟ ଅତ୍ୟାବଶକୀୟ ବସ୍ତୁ ହେଲାଣି । ମୋବାଇଲ ମାଧ୍ୟମରେ ଫେସବୁକ ଓ ହ୍ୱାଟସଆପ ମାଧ୍ୟମରେ ସବୁ କିଛି ସୂଚନା ପାଇପାରୁଛେ । କମ୍ପ୍ୟୁଟର ବା ଏଟିଏମ୍ ମାଧ୍ୟମରେ ନିଜେ ଟଙ୍କା କାଢିବା ଓ ଟୋଲିିଫୋନ ରିଚାର୍ଜ କରିବ ହିଁ ଡିଜିଟାଲାଇଜେସନ୍ । 

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ଏହି ଶିକ୍ଷା ଅନୁଷ୍ଠାନରେ ଛାତ୍ରଛାତ୍ରୀଙ୍କୁ ଡାଟା ଏଂଟ୍ରି ପ୍ରଶିକ୍ଷଣ ଦିଆଯିବ । ଯଦ୍ୱାରା ଏ ଅଂଚଳର ଝିଅ ଆମେରିକାର ଜିନିଷ ଭାରତକୁ ଆଣିପାରିବ ଓ ଭାରତର ଜିନିଷ ବିଦେଶରେ ପହଂଚାଇପାରିବ । ଏହି ସ୍କୁଲ ଯୁବକ, ଯୁବତୀମାନଙ୍କୁ ରୁଚି ଅନୁସାରେ ପ୍ରଶିକ୍ଷିତ କରାଇବ ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।                        ଏହି କେନ୍ଦ୍ରର ପରିଚାଳନା ଓ ସ୍ଥାପନା କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟର ସହଯୋଗୀତାରେ  ମାତା ଅମୃତାନନ୍ଦମୟୀ ଟ୍ରଷ୍ଟ ତରଫରୁ କରାଯାଉଛି ।

0
0
0
s2sdefault