ହେଡଲାଇନସ୍:

ବିବେକାନନ୍ଦଙ୍କ ୧୫୭ତମ ଜୟନ୍ତୀ ପାଳିତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ  : ଦୋଳୋ ବନ୍ଧ ଉନ୍ନୟନ କମିଟି ଦ୍ୱାରା ଅନୁଷ୍ଠିତ  ବିଶ୍ୱ ବିଦିତ କାଳଜୟୀ ବିବେକାନନ୍ଦଙ୍କ ୧୫୭ତମ ଜୟନ୍ତି ସ୍ଥାନୀୟ ବିବେକାନନ୍ଦ ବୂଟିଙ୍ଗ ପୋଖରି କୂଳଠାରେ ମହାସମାହରରେ ପାଳିତ ହେଇଯାଇଛି । ଆଜି ପୂର୍ବାହ୍ନରେ ପ୍ରାରମ୍ଭରେ ସଭ୍ୟ ବିଚିତ୍ରାନନ୍ଦ  ବେବର୍ତା ସ୍ୱାଗତ ସମ୍ଭାଷଣ ଓ ଅତିଥି ପରିଚୟ ଦେଇଥିଲେ। ସଭାପତି ତଥା କମିଟିର ଅଧ୍ୟକ୍ଷ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା ବିବେକାନନ୍ଦଙ୍କ ଜୀବନୀ ସମ୍ୟକ ସୂଚନା ପ୍ରଦାନ କରିଥିଲେ ।

ଅତିଥି ମହନ୍ତ ମହାରାଜ ରାମାନୁଜ ଦାସ,ଉପାନ୍ତପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ସମାଜସେବୀ ଅନାଦି ପାଣିଗ୍ରାହୀ, ଯୋଗଦାନକରି କାଳଜୟୀ ପୁରୁଷଙ୍କ ଆଦର୍ଶକୁ ଯୁବପୀଢ଼ିଙ୍କୁ ବାଣ୍ଟିଥିଲେ ।   ସବୁ ବିଦ୍ୟାଳୟ, ମହାବିଦ୍ୟାଳୟ,ର ଛାତ୍ର/ଛାତ୍ରୀମାନେ ୩୦୦ରୁ ଉର୍ଦ୍ଧ୍ବ ଯୋଗଦାନ କରିଥିଲେ। ତର୍କ ପ୍ରତିଯୋଗିତାରେ ବିଜୟ ଲାଭ କରିଥିବା ପିଲାମାନଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନକରା ଯାଇଥିଲା । ଶେଷରେ କୃଷ୍ଣଚନ୍ଦ୍ର ପଣ୍ଡା ଧନ୍ୟବାଦ ଦେଇଥିଲେ।  

0
0
0
s2sdefault