ଦାୟିତ୍ବହୀନ ପ୍ରଶାସନ : ଫାଇଲ ତଳେ ବନ୍ଧା ଘୁ. ଉଦୟଗିରିର ବିକାଶ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ସିରିକି ଘାଇ ଏବଂ କାକଲବାକିରେ ଇକୋ ଟୁରିଜିମ ବିକାଶ ପ୍ରସ୍ତାବ ଗଲା ଚୁଳିକି 

 କନ୍ଧମାଳ/ଗଗନ ପ୍ରଧାନ : କନ୍ଧମାଳ ଜ଼ିଲ୍ଲାର ଘୁ  ଉଦୟଗିରି ବ୍ଲକ  ଯାହାକି ପ୍ରାକୃତିର ସୌନ୍ଦର୍ଯ୍ୟରେ ପରିପୂର୍ଣ ଏଠିକାର ପାଣିପାଗ ମଧ୍ୟ ଦାର୍ଜିଲିଂ ପାଣିପାଗ ସହିତ ସମାନ ରହି ଥାଏ | ବାର ମାସ ମଧ୍ୟରେ ଆଠ ମାସ ଶୀତ ଅନୁଭୂତ ହୋଇଥାଏ  ବର୍ଷା ମଧ୍ୟ ପ୍ରବଳ ହୋଇଥାଏ | ହେଲେ ଦୁଃଖର ବିଷୟ ଘୁ .ଉଦୟଗିରି ଠାରେ ପାଣିପାଗ ମାପକ ଯନ୍ତ୍ର ଥାଇ ମଧ୍ୟ କୌଣସି ପାଣିପାଗ  ବା ତାପମାତ୍ରା ପ୍ରକାଶ କରା ଯାଇ ନଥାଏ  ଯାହାପାଇଁ ଘୁ ଉଦୟଗିରିର ପ୍ରାକୃତିକ  ସୌନ୍ଦର୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଠ କରି ପାରି ନାହିଁ | କିଛି ଦିନ ପୂର୍ବେ ଓଡିଶା ପର୍ଯ୍ୟଟନ ବିଭାଗ ତରଫରୂ ସିରିକି ଘାଇକୁ ସୌନ୍ଦର୍ଯ୍ୟକରଣ  ପାଇଁ ପ୍ରସ୍ତାବ ଆସିଥିଲା | ହେଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଏହାକୁ ଗୁରୁତର ସହିତ ନେଇ ନ ଥିବା ଜଣେ ସରକାରୀ କର୍ମଚାରୀ ପ୍ରକାଶ କରିଛନ୍ତି | ପୂର୍ବତନ ବ୍ଲକ ଅଧ୍ୟକ୍ଷ ଆଗ୍ରହ ନ ଦେଖାଇବା ଯୋଗୁ ବା ସ୍ଥାନୀୟ ପ୍ରଶାସନ ଆନ୍ତରିକତା ନ ଦେଖାଇବା ଯୋଗୁ ଏଠି ପାଇଁ ଅନୁଦାନ ଦାବି କରି ପ୍ରକଳ୍ପ ଯାଇ ପାରିଲା ନାହିଁ |  ଅନ୍ୟପକ୍ଷରେ ପାଣିପାଗ ସର୍ବସାଧାରଣ ସରକାରୀ ଭାବେ ପ୍ରକାଶ କରା ଯାଉ ନାହିଁ | ଏହା ପ୍ରଶାସନର ଅଣଦେଖା ଏବଂ  ଅବହେଳା ବୋଲି ଅଂଚଳରେ ମତ ପ୍ରକାଶ ପାଇଛି |.ସିରିକି ଘାଇକୁ ଇକୋ ଟୁରିଜିମ ସ୍ଥଳ ଭାବେ ସୌନ୍ଦର୍ଯ୍ୟକରଣ ପାଇଁ ପୁରା ଯୋଗ୍ୟ ଥିଲେ ମଧ୍ୟ ଆଜି ଏହା ଅବହେଳିତ | ସେହିପରି କାକଲବାକି ସ୍ଥିତି ମଧ୍ୟ ଅନୁରୂପ |  ଏ ନେଇ ଅଂଚଳ ବସି ବାରମ୍ବାର ଦାବି କରୁଥିଲେ ମଧ୍ୟ ଫଳାଫଳ ଶୂନ | ଘୁ  ଉଦୟଗିରି ସୁନ୍ଦର ପାଣିପାଗ ଯୋଗୁଁ ବ୍ରିଟିଶ ମିସନାରୀ ମାନେ ଏହି ଠାରେ ବସବାସ କରି ଲୋକଙ୍କ ସେବା ପାଇଁ ମେଡିକାଲ, ସ୍କୁଲ ଏବଂ ବିଭିନ୍ନ ଅନୁଷ୍ଠାନ ସ୍ଥାପନ କରି ଥିଲେ |  କିନ୍ତୁ ଏହି ଅଂଚଳ ଆଜି ଅବହେଳିତ , ସରକାରୀ ଯୋଜନାରୁ ବହୁ ଦୂରରେ ଅଞ୍ଚଳବାସୀ |  ଘୁ ଉଦୟଗିରି ଚତୁପାର୍ଶ୍ଵ ପାହାଡ ଘେରା ସମତଳ ଅଂଚଳରେ ଅବସ୍ଥିତ | ସବୁଜ ବନାନୀ ଘେରା  ଘୁ ଉଦୟଗିରି ଆଜି ଅବହେଲିତ | ଘୁ ଉଦୟଗିରି ଶିକ୍ଷା କ୍ରୀଡା କଳା ଏବଂ ବିଭିନ୍ନ କ୍ଷେତ୍ରରେ ରାଜ୍ୟ ଏବଂ ରାଜ୍ୟ ବାହାରେ ବେଶ ପରିଚିତ | ହେଲେ ତାହା ଇତିହାସରେ ହିଁ ରହିଯାଇଛି | ଯଦି ସରକାର ଏହାର ଉନ୍ନତି କରାନ୍ତି ତାହାହେଲେ ଆର୍ଥିକ କ୍ଷେତ୍ରରେ ଉନ୍ନତି ହୋଇ ପାରିବ ବୋଲି ଅଞ୍ଚଳର ବରିଷ୍ଠ ନାଗରିକ ମତ ରଖିଛନ୍ତି |  ତେଣୁ ପର୍ଯ୍ୟଟନ ସ୍ଥଳୀ ଭାବରେ ଘୁ ଉଦୟଗିରିକୁ ସୌନ୍ଦର୍ଯ୍ୟକରଣ କରିବା ପାଇଁ ସାଧାରଣରେ ଦାବି ହେଉଛି |.

 

0
0
0
s2sdefault