ବଦଳିବ ଆଚାର୍ଯ୍ୟ ହରିହର ଆଚଂଳିକ କର୍କଟ କେନ୍ଦ୍ର ନାମ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର - କଟକ ସ୍ଥିତ ଆଚାର୍ଯ୍ୟ ହରିହର ଆଚଂଳିକ କର୍କଟ କେନ୍ଦ୍ର ନାମ ବଦଳି ଆଚାର୍ଯ୍ୟ ହରିହର ପୋଷ୍ଟଗ୍ରାଜୁଏଟ୍ ଇନଷ୍ଟିଟ୍ୟୁଟ୍ ଅଫ୍ କ୍ୟାନ୍ସର ହେବ । ଏ ନେଇ ଶୁକ୍ରବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ,ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପରିଚାଳନା କମିଟି ବୈଠରେ ଅନୁଷ୍ଠାନର  ବିକାଶ ନେଇ ବିସ୍ତୃତ ଆଲୋଚନା କରାଯିବା ସହିତ କେତେକ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯାଇଛି । ଚିକିତ୍ସା ନିମନ୍ତେ ଆସୁଥିବା ରୋଗୀଙ୍କ ପାଇଁ ସ୍ଥାନାଭାବ ଦୂର କରାଯିବା ନିମନ୍ତେ ଉକ୍ତ ଅନୁଷ୍ଠାନର ପରିସର ବୃଦ୍ଧି କରାଯିବ  । ପରିସରକୁ ଲାଗି ପୂର୍ତ ବିଭାଗ ଅଧିନରେ ଥିିବା ଶିଳ୍ପ ବିଭାଗ ଓ ଜିଏ ପ୍ରାୟ ୪ ଏକର ଜମି ଏହାକୁ ହସ୍ତାନ୍ତର କରାଯିବ । ଅନୁଷ୍ଠାନର ବିକାଶ ତଥା ଉନ୍ନତିକରଣ ନିମନ୍ତେ ଟାଟା ଟ୍ରଷ୍ଟ ଏକ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିବାକୁ କୁହାଯାଇଛି । ଖୁବ୍ଶୀଘ୍ର ଏଠାରେ ରୋଗୀଙ୍କ ନିମନ୍ତେ ପେଟ୍ , ସିଟି ଓ ଏମ୍.ଆର୍.ଆଇ ସ୍କାନ ସୁବିଧା ପିପିପି ମୋଡରେ ଉପଲବ୍ଧ ହେବ । ସେହିପରି ସ୍ତ୍ରୀ ଓ ପ୍ରସୂତୀ ଅଙ୍କୋଲୋଜି , ସର୍ଜରୀ ଅଙ୍କୋଲୋଜି ଏବଂ ମେଡିକାଲ ଫିଜିକ୍ସରେ ପିଜି ପାଠ୍ୟକ୍ରମ ଜାରି ରହିବ ଏବଂ ଆଗାମୀ ଦିନରେ ଅନ୍ୟାନ୍ୟ ବିଷୟରେ ମଧ୍ୟ ପିଜି ପାଠ୍ୟକ୍ରମ ଆରମ୍ଭ କରାଯିବା ନିମନ୍ତେ ବ୍ୟବସ୍ଥା ହେବ ବୋଲି ମନ୍ତ୍ରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି । ଏହି ଅବସରରେ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ପକ୍ଷରୁ ପ୍ରକାଶିତ ପ୍ରଥମ 'ଇୟର ବୁକ୍-୨୦୧୭' ଉନ୍ମୋଚିତ ହୋଇଥିଲା ।

ଏଏଚ୍ଆର୍ସିସି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ  ଉକ୍ତ ବୈଠକରେ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ,ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡାଃ ପ୍ରମୋଦ କୁମାର ମେହେର୍ଦ୍ଧା , ନିର୍ଦ୍ଦେଶକ  ଡାଃ ଲଲାଟେନ୍ଦୁ ଷଢଙ୍ଗୀ , ରାଜ୍ୟ ମେଡିକାଲ ନିଗମ ଏମ୍.ଡି ଅର୍ଚ୍ଚନା ପଟ୍ଟନାୟକ ଏବଂ ଏସ୍.ସି.ବି ମେଡିକାଲ କଲେଜ ଓ ହସପିଟାଲ ଡିନ୍ ତଥା ପ୍ରନ୍ସିପାଲ ପ୍ରଫେସର ସିଦ୍ଧାର୍ଥ ଦାଶଙ୍କ ସମେତ ପରିଚାଳନା କମିଟିର ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

0
0
0
s2sdefault