ହେଡଲାଇନସ୍:

ଗ୍ରାମୀଣ ମହିଳାଙ୍କୁ ସ୍ୱାବଲମ୍ବୀ କରିବାକୁ ପ୍ରୟାଶ : ଉଦ୍ଘାଟିତ ହେଲା ସିଲେଇ ତାଲିମ କେନ୍ଦ୍ର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଯୋଡା(ଚିତ୍ତ ରଞ୍ଜନ କର)

ଗ୍ରାମୀଣ ମହିଳା ମାନଙ୍କୁ ସ୍ୱାବଲମ୍ବୀ ତଥା ଅର୍ଥନୈତିକ ସଶକ୍ତିକରଣ କରାଇବା ଉଦେ୍ଧଶ୍ୟରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ)ର େଓøଦ୍ୟଗିକ ସାମାଜିକ ଦାୟିତ୍ୱବୋଧ ଶାଖା ଜେଏସପିଏଲ ଫାଉଣ୍ଡେସନ ତରଫରୁ ଏକ ସିଲେଇ ତାଲିମକେନ୍ଦ୍ର ସ୍ଥାନୀୟ ଜନଜୀବିକା କେନ୍ଦ୍ର ଠାରେ ଉଦଘାଟିତ ହୋଇଯାଇଛି । ଏହି କେନ୍ଦ୍ରକୁ ବଡବିଲ ପ୍ଲାଣ୍ଟ ମହିଳା କ୍ଲବ ମୁଖ୍ୟ ଶ୍ରୀଦେବୀ ସୁରେଶା,କ୍ଲବର ଅନ୍ୟ ସଭ୍ୟା ତଥା ସ୍ଥାନୀୟ ନିର୍ବାଚିତ ଲୋକ ପ୍ରତିନିଧିଙ୍କ ଉପସ୍ଥିତିରେ ଉଦ୍ଘାଟିତ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ କମ୍ପାନୀ ଦ୍ୱାରା ନିଯୁକ୍ତ ଜଣେ ପ୍ରଶିକ୍ଷକଙ୍କ ଦ୍ୱାରା ୫୦ଜଣ ମହିଳାଙ୍କୁ ମାଗଣାରେ ତାଲିମ ପ୍ରଦାନ କରାଯିବ । ଏଥିପାଇଁ କମ୍ପାନୀ ତରଫରୁ ୬ ଗୋଟି ସିଲେଇ ମେସିନ ସମେତ ସମସ୍ତ ପ୍ରକାର ଆବଶ୍ୟକୀୟ ଉପକରଣ ଯୋଗାଇ ଦିଆଯାଇଛି । ଏହି ୧୫ ଦିନିଆ ତାଲିମ ପରେ ତାଲିମ ପ୍ରାପ୍ତଙ୍କ ସହାୟତାରେ ଜେଏସପିଏଲ ଫାଉଣ୍ଡେସନ ଏହି କେନ୍ଦ୍ରରୁ ମାସକୁ ପ୍ରାୟ ୫ ରୁ ୬ ହାଜାର ସାୟା ଉତ୍ପାଦନ  କରିବାକୁ ଲକ୍ଷ୍ୟ ରଖିଛି । ବଜାର ସହାୟତା ଯୋଗାଇ ଦିଆଯାଇଥିବାରୁ ଜଣେ ତାଲିମ ପ୍ରାପ୍ତ ମହିଳା ଦିନକୁ ୩ଘଣ୍ଟା ସମୟ ଦେଇ ମାସକୁ ୩ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବ । ଏତଦବ୍ୟତୀତ ଜଣେ ତାଲିମ ପ୍ରାପ୍ତ ମହିଳା ନିଜ ଘରେ ମଧ୍ୟ ବସି ସିଲେଇ ସେବା ଆରମ୍ଭ କରି ଘରର ସମସ୍ତ କାର୍ଯ୍ୟ କରିବା ସହ ରୋଜଗାରର ବୃଦ୍ଧି କରିବାରେ ସାହାଯ୍ୟର ହାତ ବଢାଇପାରିବ । ଏହି ତାଲିମ କେନ୍ଦ୍ରଟି କମ୍ପାନୀର ଔଦ୍ୟୋଗିକ  ସାମାଜିକ ଉତ୍ତର ଦାୟିତ୍ୱବୋଧ ଅଧୀନରେ ହାତକୁ ନିଆଯାଇଥିବା ବିଭିନ୍ନ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ଦ୍ୱାରା ସ୍ଥାପନ କରାଯାଇଛି । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଦେଓଝର ଗ୍ରାମ ପଞ୍ଚାୟତ ପୂର୍ବତନ ସରପଞ୍ଚ ତ୍ରିଶି ମୁଣ୍ଡାଙ୍କ ସମେତ ଆଖପାଖ ଗ୍ରାମରୁ ଆସିଥିବା ପ୍ରାୟ ଶତାଧିକ ମହିଳା ଉପସ୍ଥିତ ଥିଲେ । 

 

0
0
0
s2sdefault