ହେଡଲାଇନସ୍:

ଜିଲ୍ଲା ପୋଲିସର ଜନସମ୍ପର୍କ ଶିବିର

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ରେଢ଼ାଖୋଲ/ଯଶୋବନ୍ତ ନାରାୟଣ ସାହୁ:ସମ୍ବଲପୁର ଜିଲ୍ଲା ପୋଲିସ ଆନୁକୁଲ୍ୟରେ ରେଢ଼ଖୋଲ ଥାନା ଛତ୍ରପୁର ଗ୍ରାମଠାରେ ଗୁରୁବାର ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି l ସମ୍ବଲପୁର ଏସପି ସଞ୍ଜିବ ଆରୋରା ,ରେଢ଼ାଖୋଲ ଡ଼ିଏଫଓ ସଂଗ୍ରାମ କେଶରୀ ବେହେରା ଡେପୁଟି କମାଣ୍ଡାଣ୍ଟ ବୁଦ୍ଧ ତୋମାଙ୍ଗ , ଟ୍ରେନି ଏସପି  ସିଦ୍ଧାର୍ଥ କାଟେରିଆ ,ଏସଡ଼ିପିଓ ହାଡ଼ିବନ୍ଧୁ ସ୍ୱାଇଁ ,ରେଢ଼ାଖୋଲ ଥାନା ଅଧିକାରୀ ପ୍ରଶାନ୍ତ ସାମଲ ,ଗୋଗୁଆ ସରପଞ୍ଚ ସୁଭଦ୍ରା ବେହେରା ,ଡ଼ଇଁଚା ସରପଞ୍ଚ ପ୍ରବୀଣ ପ୍ରଧାନ ,ସମିତି ସଭ୍ୟା ବିମଳା ଲାକ୍ରା ପ୍ରମୁଖ ଯୋଗ ଦେଇଥିଲେ l ଏହି ଅବସରରେ ଆଦିବାସୀ ନୁତ୍ୟ ,ଖେଳକୁଦ ,ସାସ୍କୁତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା lଡ଼. ମନୋଜ ନନ୍ଦ ଯୋଗ ଦେଇଥିବା ଅଞ୍ଚଳର ଲୋକ ମାନଙ୍କୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ଔଷଧ ବିତରଣ କରିଥିଲେ l ଜିଲ୍ଲା ପୋଲିସ ପକ୍ଷରୁ ଖେଳାଳି ମାନଙ୍କୁ ଖେଳ ଉପକରଣ ବଣ୍ଟନ କରିଥିଲେ l ପୋଲିସ ସହ ଉତ୍ତମ ସମ୍ପର୍କ ରଖିବା ସହ ଯୋଗ କରି ଅଞ୍ଚଳର ବିକାଶରେ ସହଭାଗି ହେବାକୁ ଏସପି ଆରୋରା ଜନସାଧାରଣଙ୍କୁ ଆହ୍ୱାନ କରିଥଲେ l ଜନସମ୍ପର୍କ ଶିବିର ରେ ଗୋଗୁଆ,ଡ଼ଇଁଚା ପଞ୍ଚାୟତର ଶତାଧିକ ଜନସାଧାରଣ ଯୋଗ ଦେଇଥିଲେ l

0
0
0
s2sdefault