ହେଡଲାଇନସ୍:

୧୫ରେ ବଲାଙ୍ଗୀର ଗସ୍ତରେ ଆସିବେ ମୋଦି, ଜାରୀ ହେଲା କାର୍ଯ୍ୟସୂଚୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

- ସକାଳ ସାଢେ ୯ଟାରେ ଝାରସୁଗୁଡାରେ ପହଂଚି ହେଲିକ୍ୟାପ୍ଟରରେ ଯିବେ ବଲାଙ୍ଗୀର 

Bolangir/Niroj Mishra  - ଆସନ୍ତା ଜାନୁଆରୀ ୧୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିବେ । ଏହି ଅବସରରେ ବଲାଙ୍ଗୀର ଠାର ଆୟୋଜିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସହ ଏକ ସାଧାରଣ ସଭାରେ ମଧ୍ୟ ଯୋଗ ଦେବେ । ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ନେଇ ବୁଧବାର  ସମ୍ଭାବ୍ୟ କାର୍ଯ୍ୟସୂଚୀ ଜାରି କରାଯାଇଛି । 

ଏହି କାର୍ଯ୍ୟସୂଚୀ ଅନୁଯାୟୀ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ୧୫ ତାରିଖ ସକାଳ ସାଢେ୯ଟାରେ ବାୟୁସେନାର ଏକ  ସ୍ୱତନ୍ତ୍ର ବିମାନରେ ଝାରସୁଗୁଡ଼ା ବିମାନବନ୍ଦରରେ ପହଂଚିବେ । ସେଠାରୁ ହେଲିକପ୍ଟର ଯୋଗେ ସେ ବଲାଙ୍ଗିର ଯିବେ । ସକାଳ୧୦ଟା ୪୦ରେ ବଲାଙ୍ଗିର ରେଲୱେ ଷ୍ଟେସନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ । ସେଠାରୁ ପ୍ରଧାନମନ୍ତ୍ରୀ ହେଲିକପ୍ଟରରେ  ପଥରଚେପା ଯାଇ ଏକ ସାଧାରଣ ସଭାକୁ ସମ୍ବୋଧନ କରିବେ । ୧୧ଟା ୪୫ ମିନିଟରୁ ଏହି ସଭା ଅ।ରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ନ ସାଢେ଼ ୧୨ଟାରେ ସଭା ସରିବା ପରେ ପ୍ରଧାନମନ୍ତ୍ରୀ ସେଠାରୁ ଝାରସୁଗୁଡ଼ା ଯିବେ । ସେଠାରୁ ସେ ଅପରାହ୍ଣ ଗୋଟାଏ ୪୫ ମିନିଟରେ କେରଳର ତିରୁଅନନ୍ତପୁରମ୍ ଯିବାର କାର୍ଯ୍ୟକ୍ରମ ରହିଛି । 

 

 

 

0
0
0
s2sdefault