ହେଡଲାଇନସ୍:

ନବୀନ ବାବୁ ଓଡିଶାର ବିକାଶ ନୁହେଁ ବଂର ତାଙ୍କ ନିର୍ବାଚନ ଏଜେଣ୍ଡା ସେଟ କରିବା ପାଇଁ ଦାବି ରଖିଛନ୍ତି : ବିଜେପି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁୁବନେଶ୍ୱର - ନବୀନ ବାବୁ ଓଡିଶାର ବିକାଶ ନୁହେଁ ବଂର ତାଙ୍କ ନିର୍ବାଚନ ଏଜେଣ୍ଡା ସେଟ କରିବା ପାଇଁ ଆଜି ଅର୍ଥ କମିଶନଙ୍କ ପାଖେ ତାଙ୍କ ଦାବି ରଖିଛନ୍ତି । ନବୀନବାବୁ ତାଙ୍କ ଦାବିରେ ଜିଏସଟି କଥା କହିଛନ୍ତି । ଜିଏସଟି ଲାଗୁ ହେଲା ପରେ ଓଡିଶାର ଟିକସ କଲେକ୍ସନ ୧୫% ବୃଦ୍ଧି ପାଇଛି । ଏକଥା ନିଜେ ସରକାର ମାନିଛନ୍ତି । ୨୦୧୭-୧୮ ଆର୍ଥିକ ବର୍ଷରେ ଟିକସ ଆଦାୟ ୧୫% ବଢିଥିବା କଥା ସରକାର ନିଜେ କହିଥିଲେ । ଅଧିକ ଟିକସ ପାଇଲା ପରେ ପୁଣି କ୍ଷତିପୁରଣ କଥା ଉଠାଇ ମୁଖ୍ୟମନ୍ତ୍ରୀ ନିଜ ଅପାରଗତାର ପ୍ରମାଣ ଦେଇଛନ୍ତି ବୋଲି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି ।

ରାଜ୍ୟରେ ଋଣଭାର ୯୨ ହଜାର କୋଟି ଟଙ୍କାରେ ପହଂଚିଲାଣି । ପ୍ରତି ବ୍ୟକ୍ତି ପିଛା ୨୨ ହଜାର ଟଙ୍କାର ଋଣ

ଏବେ ଝୁଲୁଛି । ଏପରି ସ୍ଥିତିରେ ସବୁ ଆମେ କରିବୁ କହିବ ଅସଙ୍ଗତ ଲାଗୁଛି । ମୁଖ୍ୟମନ୍ତ୍ରୀ ନିଜେ ନିଜ ଦଳର ପ୍ରତିଷ୍ଠା ଦିବସରେ ସ୍ୱତନ୍ତ୍ର ପାହ୍ୟା ନୁହେଁ ବଂର ଆର୍ଥୀକ ସ୍ୱାନ୍ତ୍ରତତା ଦରକାର ବୋଲି କହିଥିଲେ । ଏବେ ପୁଣି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା କଥା ଉଠାଇବା ମାନସିକ ଅସ୍ଥିରତାକୁ ଦେଖାଉଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ସମଗ୍ର ଓଡିଶାରେ ରାଜ୍ୟସରକାର ସମସ୍ତଙ୍କ ଘରକୁ ବିଜୁଳି ସଂଯୋଗ କରିଛନ୍ତି ବୋଲି ବଡ ବଡ ବିଜ୍ଞାପନର ହୋଡିଙ୍ଗ ମାରିଛନ୍ତି । କେନ୍ଦ୍ର ସରକାର ଚତୁର୍ଦ୍ଧଶ ଯୋଜନାରେ ଗ୍ରାମୀଣ ବିଜୁଳି ସଂଯୋଗ ପାଇଁ ଅର୍ଥ ଦେଇସାରିଥିବାବେଳେ ଓଡିଶାରେ ଏବେ ଏକାଦଶ ଯୋଜନାର ଅର୍ଥ ଏବେ ସୁଦ୍ଧା ଖର୍ଚ୍ଚ ହୋଇପାରିନାହିଁ । କେବଳ ବିଜୁଳି ବିଭାଗରେ ଗ୍ରାମୀଣ ବିଜୁଳି ସଂଯୋଗ କେନ୍ଦ୍ର ସରକାର ୮୦୭୭ କୋଟି ଟଙ୍କା ଯୋଗାଇ ଦେଇଥିବାବେଳେ ରାଜ୍ୟ ସରକାର ସେହି ଅର୍ଥକୁ ଖର୍ଚ୍ଚ କରିବାରେ ବିଫଳ ହୋଇଛନ୍ତି ।

ସାମ୍ବିଧାନିକ ବ୍ୟବସ୍ଥା ଆନୁଯାୟୀ ତ୍ରିସ୍ତରୀୟ ପଂଚାୟତିରାଜ ବ୍ୟବସ୍ଥା ରହିଥିବା ସତ୍ୱେ ଜନପ୍ରତିନିଧୀମାନଙ୍କୁ ରାଜ୍ୟ ସରକାର କୌଣସି କ୍ଷମତା ପ୍ରଦାନ କରିନାହାଁନ୍ତି । ଯଦି ଜନପ୍ରତିନିଧୀମାନଙ୍କୁ ଜନଜାତି ଆଦିବାସୀ କଲ୍ୟାଣ ପାଇଁ କ୍ଷମତା ଦିଆଯାଆନ୍ତା ତେବେ ସେହି ଅଂଚଳରେ ଉନ୍ନତି ହୋଇପାରନ୍ତା । ଜନଜାତି ଅଧ୍ୟୁଷିତ  ୯ଟି ଜିଲ୍ଲାରେ ବିକାଶ ପହଂଚି ପାରିନି । ଜନଜାତି ମାନଙ୍କର ବିକାଶ ପାଇଁ ଇଂଟିଗ୍ରେଟେଡ ଟ୍ରାଇବାଲ ଡେଭଲପମେଂଟ ଏଜେନ୍ସି କାର୍ଯ୍ୟ କରୁଥିଲେ ମଧ୍ୟ ଶାସକ ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ କୈାଣସି ଆଖିଦୃଶିଆ ବିକାଶ ଆଦିବାସୀମାନଙ୍କଠାରୁ ବହୁ ଦୂରରେ ରହିଯାଇଛି । ଜନଜାତିମାନଙ୍କ ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରାଯାଇଥିଲା । ହେଲେ ତାହା କେବଳ ଦଳୀୟ ନେତାଙ୍କୁ ଥଇଥାନ କରିବା ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଧଶ୍ୟ ଥିଲା । ସାମ୍ବିଧାନିକ ବ୍ୟବସ୍ଥା ଆନୁଯାୟୀ ତ୍ରିସ୍ତରୀୟ ପଂଚାୟତିରାଜ ବ୍ୟବସ୍ଥା ରହିଥିବା ସତ୍ୱେ ଜନପ୍ରତିନିଧୀମାନଙ୍କୁ ରାଜ୍ୟ ସରକାର କୌଣସି କ୍ଷମତା ପ୍ରଦାନ କରିନାହାଁନ୍ତି । ଯଦି ଜନପ୍ରତିନିଧୀମାନଙ୍କୁ ଜନଜାତି ଆଦିବାସୀ କଲ୍ୟାଣ ପାଇଁ କ୍ଷମତା ଦିଆଯାଆନ୍ତା ତେବେ ସେହି ଅଂଚଳରେ ଉନ୍ନତି ହୋଇପାରନ୍ତା ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

0
0
0
s2sdefault