ହେଡଲାଇନସ୍:

୨୮ତମ ଜିଲ୍ଲା ସ୍ତରୀୟ ସ୍କାଉଟ ଓ ଗାଇଡ କେମ୍ପୋରୀ ଉଦଯାପିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗିର(ନିରୋଜ ମିଶ୍ର )ସିହିନୀ ହାଇସ୍କୁଲଠାରେ ଜିଲ୍ଲାସ୍ତରୀୟ ସ୍କାଉଟ ଓ ଗାଇଡ କେମ୍ପୋରୀ ସଫଳତାର ସହ ଉଦଯାପିତ ହୋଇଯାଇଛି । ସ୍କାଉଟ ଓ ଗାଇଡ ମାନଙ୍କ ଦ୍ୱାରା ଶାରୀରିକ କଳା କୌଶଳ , କ୍ୟାମ୍ପ କ୍ରାଫ୍ଟ , ସ୍କୁଲ ଗେଟ,ଆଂଚଳିକ ନୃତ୍ୟ, ଗ୍ରାମ୍ୟ ବଜାର, ପ୍ରଦର୍ଶନୀ, ପେଣ୍ଟିଙ୍ଗ, ର୍ୟାମ୍ପ ସୋ, ଫୁଡ ଭିଲ୍ଲା ପ୍ରତିଯୋଗିତା ଅନୁଷ୍ଠିତ  ହୋଇଥିଲା । ଏହାପରେ ଶିବିରାର୍ଥୀମାନେ ବିଭିନ୍ନ ଦୁଃସାହସିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସେମାନଙ୍କ କଳା କୌଶଳ ପ୍ରଦର୍ଶନ କରିଥିଲେ । ସ୍କାଉଟ ,ଗାଇଡ,ସ୍କାଉଟ ମାଷ୍ଟର ଓ ଗାଇଡ କ୍ୟାପଟେନ ମାନେ ପିସ ମାର୍ଚ୍ଚରେ ସିହିନୀ ଗ୍ରାମ ପରିକ୍ରମା କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସନ୍ଧ୍ୟା ୫ ଟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପିଜେଣ୍ଟ ସୋ ପ୍ରଦର୍ଶନ କରାଯାଇଥିଲା ।  ସନ୍ଧ୍ୟା ରେ ଜିଲ୍ଲା ଶିକ୍ଷାଧିକାରୀ କାର୍ତ୍ତିକେଶ୍ୱର ଲେଙ୍କା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ଉଦଯାପନୀ ଉସôବରେ ମୁଖ୍ୟଅତିଥି ଭାବେ ଡିଏଫଓ ବଲାଙ୍ଗିର ସମୀର କୁମାର ଶତପଥି, ମୁଖ୍ୟ ବକ୍ତା ଭାବେ ପିଏସ କଲେଜ ବେଲପଡା ର ଓଡିଆ ଅଧ୍ୟାପକ ମନୋଜ ମହାକୁଡ, ସମ୍ମାନିତ ଅତିଥିଭାବେ ପ୍ରଧାନଶିକ୍ଷକ ଚିତ୍ତରଞ୍ଜନ ପଣ୍ଡା, ଜିଲ୍ଲା କମିଶନର ସ୍କାଉଟ ସାରଙ୍ଗଧର ଠାକୁର,ବିଶ୍ୱାତ୍ମ ବିଦ୍ୟାମନ୍ଦିର ଖୁଜେନପାଲିର ଅଧ୍ୟକ୍ଷ ବିନୟ କୁମାର ନାୟକ ,ଲାୟନସ୍ ପବ୍ଲିକ ସ୍କୁଲ,କଣ୍ଟାବାଞ୍ଜି ର ଅଧ୍ୟକ୍ଷ ଭିଭି ମୂର୍ତ୍ତୀ ,ନିଦେ୍ର୍ଧଶକ ସେଣ୍ଟ ଜାଭିୟର ସ୍କୁଲ ରୋହିତ ଅଗ୍ରୱାଲ,ସହକାରୀ ଶିକ୍ଷକ ପଦ୍ମମୁଖ ପାଣିଗ୍ରାହୀ । ସ୍ୱାଗତ ଭାଷଣ ଜିଲ୍ଲା ସଂପାଦକ ସ୍କାଉଟ ଜ୍ୟୋତି ପ୍ରସାଦ ପରିଡା ଦେଇଥିବା ବେଳେ କ୍ୟାମ୍ପୋରୀ ରିପୋର୍ଟ ପଠନ କରିଥିଲେ ଜିଲ୍ଲା ଅର୍ଗାନାଇଜିଂ କମିଶନର ସ୍କାଉଟ ନିଲାଞ୍ଚଳ ଚିରଗୁନ ।  ଗାଇଡ କ୍ୟାପଟେନ ରଶ୍ମିତା ଦାଶ , ସ୍କାଉଟ ମାଷ୍ଟର କଣ୍ଡୁରି ଚରଣ ରାଉତ,ସ୍କାଉଟ ଜିତ ସୁନା ଓ ଗାଇଡ ସ୍ମୃତି ସ୍ୱାଗତିକା ଦୋରା କ୍ୟାମ୍ପ ଅନୁଭୂତି ବର୍ଣ୍ଣନା କରିଥିଲେ । ଶ୍ରେଷ୍ଠ ଗାଇଡ କ୍ୟାପଟେନ ଭାବେ ବ୍ରାହ୍ମଣୀ ଦୀପ , ଶ୍ରେଷ୍ଠ ସ୍କାଉଟ ମାଷ୍ଟର ଭାବେ ପରିକ୍ଷୀତ ପୁରୋହିତ,ଶ୍ରେଷ୍ଠ ସ୍କାଉଟ ଭାବେ ଜବାହରଲାଲ ନୋଡାଲ ଉଚ୍ଚ ବିଦ୍ୟାଳୟ ବିଲେଇସର୍ଡାର ସୁଶାନ୍ତ କୁମାର ସାହୁ, ଶ୍ରେଷ୍ଠ  ଗାଇଡ ଭାବେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବଲାଙ୍ଗିରର ଛାତ୍ରୀ କାମିନୀ ସାହୁ ଙ୍କୁ ସମ୍ମାନୀତ କରାଯାଇଥିଲା । ପ୍ରକାଶ ଥାଉ କି ଉଦଘାଟନୀ ଉତ୍ସବରେ ରାଜ୍ୟ ମୁଖ୍ୟ କମିଶନର ଓଡିଶା ରାଜ୍ୟ ଭାରତ ସ୍କାଉଟ ଓ ଗାଇଡ୍ସ, ଭୁବନେଶ୍ୱର କାଳୀ ପ୍ରସାଦ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ବିଡିଓ ବେଲପଡା ପ୍ରିୟଦର୍ଶିନୀ ମିର୍ଦ୍ଧା, ଜିଲ୍ଲା ବିଜ୍ଞାନ ତତ୍ତ୍ୱାବଧାରକ ନିଳମଣୀ ପଟେଲ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ।  ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ରୁ ସ୍କାଉଟର ୩୬୨, ଗାଇଡର ୮୮, ସ୍କାଉଟ ମାଷ୍ଟର ୧୦୮, ଗାଇଡ କ୍ୟାପଟେନ ୩୪ ଯୋଗ ଦେଇଥିଲେ । ପର୍ଯ୍ୟବେକ୍ଷକ ଭାବେ ସହକାରୀ ଅର୍ଗାନାଇଜିଙ୍ଗ କମିଶନର ଓଡିଶା ରାଜ୍ୟ ଭାରତ ସ୍କାଉଟ ଗାଇଡ ଚନ୍ଦନ ଦାଶ ଯୋଗ ଦେଇଥିଲେ ।  ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଂଜିତ କୁମାର ସିଂ ଧନ୍ୟବାଦ ଦେଇଥିଲେ ।

 

0
0
0
s2sdefault