ହେଡଲାଇନସ୍:

୨୬ ଜାନୁୟାରରୁ ସ୍ୱଛତା ରଥର ଜିଲା ପରିକ୍ରମଣ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଯାଜପୁର(ଜୟଶଙ୍କର ଦାଶ) ଗାନ୍ଧି ଦର୍ଶନ ଓ ଆଦର୍ଶ ସମଗ୍ର ବିଶ୍ୱକୁ ପ୍ରଭାବିତ କରିଛି । ପିଢୀ ପରେ ପିଢୀ ଏହି ମହାନ ଆଦର୍ଶକୁ ଗ୍ରହଣ କରି ସଫଳତା ପାଇଥିବାବେଳେ ସ୍ୱଚ୍ଛତା ଓ ସୁସ୍ଥ ପରିବେଶ ପାଇଁ ଗାନ୍ଧୀଜୀଙ୍କ ଅବଦାନ ଚିରସ୍ମରଣୀୟ । ତେଣୁ ଗାନ୍ଧିଙ୍କ ବେଶରେ ସାଇରାମଙ୍କ ଉଦ୍ୟମ ଅଧିକ ଫଳପ୍ରଦ ହେବ ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ଆଶାବ୍ୟକ୍ତ କରିଛନ୍ତି ।  ମଙ୍ଗଳବାର ପୁର୍ବାହ୍ନରେ ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ସ୍ୱଛତା ଓ ସୁସ୍ଥ ପରିବେଶର ବାର୍ତା ପାଇଁ ଗାନ୍ଧୀ ବେଶରେ ଚର୍ଚିତ ଥିବା ସାଇରାମ ଗାନ୍ଧି ଓରଫ ମୋହନ ମହାପାତ୍ରଙ୍କ ସହ ଜିଲାପାଳ ରଂଜନ କୁମାର ଦାସ ପଦଯାତ୍ରା କରିଥିଲେ । ଜାତିର ପିତା ମହାତ୍ମାଗାନ୍ଧୀ ସ୍ୱଚ୍ଛଭାରତର ଦେଇଥିବା ଆହ୍ୱାନକୁ କାର୍ଯ୍ୟକାରୀ କରିବାପାଇଁ ଗାନ୍ଧୀରୂପୀ ସାଇରାମ ନିଜର ପଦଯାତ୍ରା ବରୀ ମାଟିରୁ ଅଗଷ୍ଟ କ୍ରାନ୍ତି ଦିବସରେ ଆରମ୍ଭ କରି ସାବରମତୀ ଯାତ୍ରା କରିଥିଲେ । ତାଙ୍କର ଏହି ଯାତ୍ରା ସମୟରେ ୭ଟି ରାଜ୍ୟ ପାଖାପାଖି ୨୦୦୦ କି.ମି ଯାତ୍ରା କରିଥିବାରୁ ସେ ୟୁନିକ୍ ୱାର୍ଲଡ଼ ରେକଡର଼୍ରେ ସ୍ଥାନ ପାଇଛନ୍ତି । ସାବରମତୀରୁ ଦିଲ୍ଲୀ ଯାତ୍ରା କରି ଭାରତର ମହାମହୀମ ରାଷ୍ଟ୍ରପତିଙ୍କ ଠାରୁ ପୁରଷ୍କୃତ ହୋଇ ପୁଣି ଯାଜପୁର ମାଟିକୁ ଫେରିଛନ୍ତି । ସେ ଉକ୍ରଳ ସଂଗୀତ ମହାବିଦ୍ୟାଳୟର ନାଟକ ବିଭାଗର ଛାତ୍ର ଅଟନ୍ତି । ମହାତ୍ମାଗାନ୍ଧିଙ୍କ ୧୫୦ତମ ଜନ୍ମବାର୍ଷିକର ଅଂଶ ବିଶେଷ ଏହି କାର୍ଯ୍ୟକ୍ରମ ଜନରାଜ୍ୟ ଦିବସରୁ ଯାଜପୁର ଜିଲାରେ ଶୁଭାରମ୍ଭ ହେବ । ବାଳାଶ୍ରମ ପଡ଼ିଆରୁ ଜନରାଜ୍ୟ ଦିବସ ଦିନ ଜଳ ଓ ପରିମଳ ବିଭାଗର ସଚେତନତା ରଥ ବାହାରି ଯାଜପୁର ବ୍ଲକ ଅଂଚଳ ପରିକ୍ରମଣ, ୨୭ତାରିଖରେ ଦଶରଥପୁର, ବିଞ୍ଝାରପୁର, ବରୀ ପରିକ୍ରମଣ କରି ରାତ୍ରଯାପନ, ୨୮ତାରିଖରେ ବଡ଼ଚଣା ଧର୍ମଶାଳା, ରସୁଲପୁର ପରିକ୍ରମଣ କରି ସେଠାରେ ରାତ୍ର ରହଣୀ, ୨୯ତାରିଖ ଦିନ ସୁକିନ୍ଦା, ଦାନଗଦୀ, କୋରାଇ ବ୍ଲକ ପରିଭ୍ରମଣ କରି କୋରାଇ ଠାରେ ରାତ୍ରୀ ଯାପନ କରିବା ପରେ ସାଇରାମ ଜାନୁୟାରୀ ୩୦ବାପୁଙ୍କର ମହାପ୍ରୟାଣ ତିଥିରେ ଏକ ଶୋଭାଯାତ୍ରା ସହର ପରିକ୍ରମା କରିବେ । ପରେ ସଂସ୍କୃତି ଭବନରେ ଏକ ବୈଠକ ଅନୁଷ୍ଠିତ  ହେବ । ଏହି ସମସ୍ତ କାର୍ଯ୍ୟକ୍ରମରେ ସାଇରାମ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି । ଏହି ପଦଯାତ୍ରା ସମୟରେ ଅତିରିକ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତି, ସହକାରୀ ଜିଲାପାଳ କୂଳମଣୀ ନାୟକ, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଗ୍ଲୋବାଲ ପିସ୍ ଫାଉଣ୍ଡେସନର ଅଧ୍ୟକ୍ଷ ଡ଼ାକ୍ତର ରାଜକିଶୋର ପଣ୍ଡାଙ୍କ ସମେତ ଗାନ୍ଧି ମନସ୍କ ଅଶୋକ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ ।     

0
0
0
s2sdefault