ହେଡଲାଇନସ୍:

ବିଭିନ୍ନ ଦାବୀ ନେଇ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ସାଂସଦ କଳିକେଶଙ୍କ ସାକ୍ଷାତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଲାଙ୍ଗିର- ସାଂସଦ କଳିକେଶ ନାରାୟଣ ସିଂହଦେଓ ରେଳ ସମ୍ବନ୍ଧୀତ କେତେକ ଦାବୀ ନେଇ କେନ୍ଦ୍ର ରେଳ ମନ୍ତ୍ରୀ ପିୟୁଷ ଗୋୟଲକୁ ସାକ୍ଷାତ କରି ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି । କଣ୍ଟାବାଞ୍ଜୀରେ ରେଳ ୱାଗନ କାରଖାନ କିମ୍ବା ଖାଲିଥିବା ସ୍ଥାନରେ ସିମେଣ୍ଟ ସ୍ଲିପର୍ କାରଖାନା ପ୍ରତିଷ୍ଠା  ପାଇଁ ଦାବୀ କରିଥିଲେ । ଏହାଛଡା ବଲାଙ୍ଗିର ଠାରୁ ଭଇଁସା ପାଲି ପର୍ଯ୍ୟନ୍ତ ପାସେଞ୍ଜର ଟ୍ରେନ ଚଳାଚଳ ବ୍ୟବସ୍ଥା ଏବଂ ବଲାଙ୍ଗିର ଖୋର୍ଦ୍ଧା ରେଳ ଲାଇନ କାମକୁ ଖୁବ ଶିଘ୍ର ସମାପ୍ତ କରିବା ପାଇଁ ଦାବୀ କରିଥିଲେ । ଇଷ୍ପାତ୍ ଏକ୍ସପ୍ରେସ କୁ ଟଟିଲାଗଡ ରୁ କଣ୍ଟାବାଞ୍ଜି ପର୍ଯ୍ୟନ୍ତ ସମ୍ପ୍ରସାରଣ ତଥା ପୁରୀ- ଦୁର୍ଗ ଇଣ୍ଟରସିଟି  ଏକ୍ସପ୍ରେସ୍ ସଇଁତଳା ଠାରେ ରହଣି, ଦେଓଗାଁ ଠାରେ ତପଷ୍ପିନୀ ଏକ୍ସପ୍ରେସ  ରହଣି, ହାୱଡା -ଟିଟିଲାଗଡ ଏବଂ ବଲାଙ୍ଗିର-ଭୁବନେଶ୍ୱର ଏକ୍ସପ୍ରେସ ର ଡୁଙ୍ଗୁରିପାଲ ଠାରେ ରହଣି  ପାଇଁ ଦାବୀ ଜଣାଇଥିଲେ । ଆହୁରି ମଧ୍ୟ ଜମ୍ମୁ- ତାଓି୍ୱ ଏକ୍ସପ୍ରେସ କୁ ଟିଟିଲାଗଡ ପର୍ଯନ୍ତ ସମ୍ପ୍ରସାରଣ କରିବା ପାଇଁ କହିଥିଲେ । ଦିଲ୍ଲୀ ରେଳ ମନ୍ତ୍ରାଳୟରେ ମନ୍ତ୍ରୀ ପିୟୁଷ ଗୋୟଲଙ୍କୁ  ଭେଟି ସାଂସଦ  କଳିକେଶ ଏହି ସବୁ ଦାବୀ ଉପସ୍ଥାପନ କରିଥିଲେ । 

 

0
0
0
s2sdefault