ହେଡଲାଇନସ୍:

ଦେଶବ୍ୟାପୀ ଧର୍ମଘଟର ବନ୍ଦ ଡାକରା ଗଜପତି ଜିଲ୍ଲାରେ ଆଂଶିକ ପ୍ରଭାବ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : କେନ୍ଦ୍ରସରକାରଙ୍କ ବିଭିନ୍ନ ନୀତିକୁ ବିରୋଧ କରି ଏବଂ ସମସ୍ତ ଟ୍ରେଡ ୟୁନିୟମ ସମେତ ସମସ୍ତ ବାମପନ୍ଥୀ ଦଳ ଗୁଡିକ ଏହି ବନ୍ଦ ପାଳନରେ ସାମିଲ ରହିଥିବା ଯୋଗୁଁ ପାରଳାଖେମୁଣ୍ଡି ସମେତ ଜିଲ୍ଲାର ବିଭିନ୍ନ ବ୍ଲକାଞ୍ଚଳରେ ଏହି ବନ୍ଦ ଡାକରାର ଆଂଶିକ ପ୍ରଭାବ ଘନୀଭୁତ ହେବା ଦେଖାଦେଇଛି । ଏହି ବନ୍ଦ ପାଳନ ଫଳରେ ପାରଳାଖେମୁଣ୍ଡି ସହରର ବସ ଓ ଟ୍ରକ ଚଳାଚଳ ସମ୍ପୁର୍ଣ୍ଣ ବନ୍ଦ ରହିଥିଲା ବସ ଚଳାଚଳ ବନ୍ଦ ଯୋଗୁଁ ଯାତ୍ରୀ ମାନେ ନାହିଁ ନଥିବା ଅକଥନୀୟ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଯାତ୍ରୀ ମାନେ ବସଷ୍ଟାଣ୍ଡରେ ବିଭିନ୍ନ ସ୍ଥାନକୁ ଯିବା ପାଇଁ ଅପେକ୍ଷା କରି ରହିଥିବା ବେଳେ ବହୁ ସଂଖ୍ୟାରେ ଯାତ୍ରୀ ମାନେ ବସ ନପାଇ ଚାଲିଚାଲି ଯାଉଥିବା ଦେଖାଦେଇଥିଲା । ବସ ଗୁଡିକ ବସଷ୍ଟାଣ୍ଡ ଠାରେ ହିଁ ଅଟକି ରହିଥିବା ବେଳେ ଟ୍ରକ ଗୁଡିକ ବିଭିନ୍ନ ସ୍ଥାନରେ ଅଟକି ରହିଥିଲା । ଛୋଟ ଯାନବାହନ ଚଳାଚଳ କରୁଥିଲା । କାଭାଁ ଦୋକାନ ସବୁ ବନ୍ଦ ରହିଥିଲା ବେଳେ ବହୁ ସଂଖ୍ୟାରେ ଦୋକାନ ବଜାର ଖୋଲା ରହିଥିଲା । ସେହିଭଳି ସରକାରୀ ନିର୍ଦ୍ଦେଶନାମା ପ୍ରକାରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା ବେଳେ ଆରଟିଓ, ଶ୍ରମ, ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ଗୁଡିକୁ ସିପିଆଇ ଓ ସିଆଇଟିୟୁ ୟୁନିୟନର ଆନ୍ଦୋଳନକାରୀ ମାନେ ବନ୍ଦ କରିଦେଇଥିଲେ । ସେହିପରି ଏଚ.ଡି.ଏଫ.ସି ବ୍ୟାଙ୍କ, ଆନ୍ଧ୍ର ବ୍ୟାଙ୍କ , ଉତ୍କଳଗ୍ରାମୀଣ ବ୍ୟାଙ୍କ, ୟୁନିୟନ ବ୍ୟାଙ୍କ, ଇଣ୍ଡିଆନ ବ୍ୟାଙ୍କ,ବରୋଦା ବ୍ୟାଙ୍କ ପ୍ରଭୃତି ବ୍ୟାଙ୍କ ଗୁଡିକ ବନ୍ଦ ରହିଥିବା ବେଳେ ଷ୍ଟେଟ ବ୍ୟାଙ୍କ, ଏଲଆଇସି କାର୍ଯ୍ୟାଳୟ, ପୋଷ୍ଟ ଅଫିସ ପ୍ରଭୃତି ଆନ୍ଦୋଳନକାରୀ ମାନେ ବନ୍ଦ କରିଦେଇଥିଲେ । ବିଭିନ୍ନ ସରକାରୀ କାର୍ଯ୍ୟାଳୟ , ଜିଲ୍ଲାପାଳ,ଉପଜିଲ୍ଲାପାଳ,ତହସିଲକାର୍ଯ୍ୟାଳୟ ପ୍ରଭୃତି ସ୍ୱଭାବିକ ଭାବେ ଖୋଲାଥିଲା । ସିପିଆଇ,ସିପିଆଇ(ଏମ), ଏବଂ ସି.ଆଇ.ଟିୟୁପ୍ରଭୃତିର କର୍ମଚାରୀମାନେ ବିଭିନ୍ନ ଛକ ପ୍ରବେଶ ରାସ୍ତାରେ କାଠଗଣ୍ଡି, ଟାୟର, ପଥର ରଖି ଏବଂ ଟାୟର ଜାଳି ରାସ୍ତା ଅବରୋଧ କରି ରଖିଥିଲେ । ଦଳିୟ ଝଣ୍ଡା ଧରି କେନ୍ଦ୍ର ସରକାରୀଙ୍କ ନୀତିକୁ ବିରୋଧ କରି ସ୍ଲୋଗାନ ମାନ ଦେଇଥିଲେ । ଫଳରେ ଛୋଟ ଛୋଟ ଯାନବାହାନ ଚଳାଚଳରେ ବ୍ୟାଘାତ ସୃଷ୍ଟି କରିଥିଲେ ।

 

0
0
0
s2sdefault