ହେଡଲାଇନସ୍:

ପାରଳାଖେମୁଣ୍ଡି ମାଟିର ଯୁବକ ତାମିଲ ସିନେମାରେ ହିରୋ ଭୁମିକାରେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୁଖ୍ୟ ପର୍ଯ୍ୟଟନ ସ୍ଥଳୀ ଗଣ୍ଡାହାତୀ ଜଳ ପ୍ରପାତ ଅଞ୍ଚଳର ପାଦଦେଶରେ ରାମୋଜୀ ଫିଲିମ ସିଟି ଢାଞ୍ଚାରେ ଏକ ବୃହତ ସିନେମା ଷ୍ଟୁଡିଓ କରିବେ ତିରୁପତି 

 ପାରଳାଖେମୁଣ୍ଡି(ବାଳକୃଷ୍ଣ ପାଣିଗ୍ରାହୀ) ପାରଳାଖେମୁଣ୍ଡିର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଜୟଜଗନ୍ନାଥ ଡେନ୍‍ସ ଷ୍ଟୁଡିଓର ମାଷ୍ଟର ଜଗନ ତାମିଲ ଭାଷାଭାଷି ଏକ ଭୟ ଆତଙ୍କ ହରର ସିନେମାରେ ହିରୋ (ନାୟକ) ଭୂମିକାରେ ତାମିଲ ଅଭିନେତ୍ରୀ ଅପେକ୍ଷାଙ୍କ  ସହ ଅଭିନୟ କରିଛନ୍ତି । ସେହି ତାମିଲ ହରର ସିନେମା ସନ୍ତୋଷ ଥିଲ୍‍ କାଲାଭରମ ଆଜି ପାରଳାଖେମୁଣ୍ଡି ସ୍ଥିତ ଜୟା ସିନେମା ହଲରେ ରିଲିଜ ହେଉଛି। ଏହି ଅବସରରେ ଏହି ତାମିଲ ସିନେମାର ହିରୋ ଭୁମିକାରେ ଅଭିନୟ କରିଥିବା ଜଗନ, ପାରଳାଖେମୁଣ୍ଡି ସହରରେ ଯୁବକଳାକାର ମାନଙ୍କୁ ସାମ୍ୱାଦିକ ମାନଙ୍କ ସହଯୋଗରେ ଏ ଦିଗରେ ଉତ୍ସାହିତ କରିବା ସହିତ ନିଜକୁ ପାରଳାବାସୀଙ୍କ ଠାରୁ ଆଉକିଛି ପ୍ରେରଣା ପାଇବା ଉଦ୍ଦେଶ୍ୟ ନେଇ ଜୟା ସିନେମା ହଲ ପରିସରରେ ଏକ ସାମ୍ୱାଦିକ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ହାଇଟେକ ମେଡିକଲ କଲେଜର ଅଧ୍ୟକ୍ଷ ତଥା ପାରଳା ସ୍ୱାଭିମାନ ମଞ୍ଚର ମୁଖ୍ୟ ତଥା ଟି.ପି ଏଣ୍ଟରପ୍ରାଇଜେର୍ସ ଗ୍ରୁପ ଅଧ୍ୟକ୍ଷ ଡ:ତିରୁପତି ପାଣିଗ୍ରାହୀ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ପାରଳା ମାଟି ଅଞ୍ଚଳର ଜଣେ ଯୁବକ ଜଗନ ତାମିଲ ସିନେମାରେ ଅଭିନୟ କରି ଯେଉଁ ପ୍ରତିଭା ପରମ୍ପରା ସୃଷ୍ଟି କରିଛନ୍ତି ତାହା ନିଶ୍ଚିତ ଭାବେ ଅନ୍ୟ ଯୁବ କଳାକାର ମାନଙ୍କ ପାଇଁ ଏକ ଉଦାହରଣ । ଯୁଗଯୁଗରୁ ଏହି ପାରଳା ମାଟି କଳା ସଂସ୍କୃତି ସମେତ ବୀରତା ଓ ସାହସିକତାର ମାଟି । ଏହି ମାଟି ଓ ଜିଲ୍ଲା ମାଟିରେ ଅନେକ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ମନୋରମ ଦୃଶ୍ୟ ସବୁ ଭରିରହିଛି ।ଏ ଅଞ୍ଚଳର ସଂସ୍କୃତି ସମେତ ଅନେକ କଳାକାର ମଧ୍ୟ ରହିଛନ୍ତି ଯେଉଁମାନେ କି ସୁଯୋଗର ଅଭାବରେ ଲୁକାୟିତ ପ୍ରତିଭାକୁ ବିକଶିତ  କରିପାରୁନାହାନ୍ତି । ତେଣୁ କରି ଏ ଅଞ୍ଚଳରରେ ଏକ ସିନେମା ଷ୍ଟୁଡିଓର ଅବଶ୍ୟକତା ରହିଛି । ଗଜପତି ଜିଲ୍ଲାର ମୁଖ୍ୟ ପର୍ଯ୍ୟଟନ ସ୍ଥଳୀ ଗଣ୍ଡାହାତୀ ଜଳ ପ୍ରପାତ ଅଞ୍ଚଳର ପାଦଦେଶରେ , ହାଇଦ୍ରାବାଦ ଠାରେ ଥିବା ରାମୋଜୀ ଫିଲିମ ସିଟି ଢାଞ୍ଚାରେ ଏଠାରେ ଏକ ବୃହତ ସିନେମା ଷ୍ଟୁଡିଓ ଓ ମୁଁ ତିରୁପତି ପାଣିଗ୍ରାହୀ କରିବାକୁ ଯାଉଛି । ଏଥିପାଇଁ ରାଜ୍ୟଓଡିଆ ସିନେମା ନିଗମର କୁନାତ୍ରିପାଠୀ ସହିତ କଥାବାର୍ତ୍ତା ସରିଛି । ମୁଖ୍ୟ ଉଦ୍ଦେଶ୍ୟ ଯେ ଏଞ୍ଚଳର ଯୁବ କଳାକାର ମାନଙ୍କୁ ପ୍ରତ୍ସୋହିତ କରି ବାହାର ରାଜ୍ୟ ମାନଙ୍କରେ ସେମାନଙ୍କ କଳା ପ୍ରତିଭାକୁ ବିକଶିତ କରି ପରିଚିତ କରାଇବା  । ଅଞ୍ଚଳର ଯୁବକ ଯୁବତୀ ମାନଙ୍କୁ ନେଇ କଳା ଓ ଖେଳର ମୁଖ୍ୟ ଧାରା ଭିତରେ ରଖି ସେମାନଙ୍କୁ ଉଚ୍ଚ ସ୍ଥାନରେ ପହଞ୍ଚାଇବା ବ୍ୟବସ୍ଥା କରାଇବା ଏବଂ ଆସନ୍ତା ଚାରି ବର୍ଷ ମଧ୍ୟରେ ଏହି ଜିଲ୍ଲାଞ୍ଚଳର ୯ହଜାର ଯୁବକଯୁବତୀ ମାନଙ୍କୁ ନିଯୁକ୍ତି ଦେବା ମୋର ଲକ୍ଷ୍ୟ ରହିଛି ବୋଲି ଡ: ତିରୁପତି ପାଣିଗ୍ରାହୀ ପ୍ରକାଶ କରିଥିଲେ ।

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ଚନ୍ଦ୍ର ନାୟକ ଏବଂ ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ମ୍ୟାନେଜର ଦାମୋଦର ଉଗର ସଣ୍ଡି ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ତାମିଲ ସିନେମାରେ ଅଭିନୟ କରିଥିବା ଜଗନ ଓ ଏହି ହରର ତାମିଲ ସିନେମାର ଭବିଷ୍ୟତ କାମନା କରିଥିଲେ । ସିନେମାର ହିରୋ ଜଗନ, ଏହି ସିନେମା ଚେନାଇ , ବେଙ୍ଗଲୁର ଓ ହାଇଦ୍ରାବାଦରେ ସୁଟିଙ୍ଗ ହୋଇଛି । ଏଥିପାଇଁ ଦୀର୍ଘ ମାସ ଲାଗିଥିଲା ଏବଂ ଏହା ଉଚ୍ଚମାନର ହରର ସିନେମା ବୋଲି କହିଥିଲେ ।

 

 

 

 

 

 

0
0
0
s2sdefault