ହେଡଲାଇନସ୍:

ମୋଦି ହଟାଓ ଓ ଶ୍ରମିକ ବଞ୍ଚାଓ ଓ ଦେଶ ବଞ୍ଚାଓ ଦାବି ରେ ଆଜି ଭାରତ ବନ୍ଦ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗୁଣପୁର ରୁ ସିଦ୍ଧାର୍ଥ ଦାଶ : ମୋଦି ହଟାଓ ଓ ଶ୍ରମିକ ବଞ୍ଚାଓ ଓ ଦେଶ ବଞ୍ଚାଓ ଦାବି ରେ ଆଜି ଭାରତ ବନ୍ଦ କୁ ସଫଳ କରିବା ନିମନ୍ତେ ସି ପି ଆଇ ଏମ ଏଲ ଲିବେରେସନ୍ ପକ୍ଷରୁ ଗୁଣପୁର ଠାରେ ବନ୍ଦ ପାଳନ କରାଯାଇଛି । କେନ୍ଦ୍ରୀୟ ଶ୍ରମିକ ସଂଗଠନ , ସ୍ଵାଧୀନ ଫେଡ଼େରେସନ ଓ ଆସୋସିଏସନ ମାନଙ୍କ ପକ୍ଷରୁ ଡକା ଯାଇଥିବା ଏହି ବନ୍ଦ ପାଳନ କୁ ଆଜି ସକାଳ ୬ ଘଣ୍ଟିକା ରୁ ଆରମ୍ଭ କରାଯାଇଛି ।

ମଧ୍ୟାହ୍ନ  ଭୋଜନ ପାଚିକା ସହାୟିକା ଙ୍କ ସ୍ଥାୟୀ ନିଯୁକ୍ତି , ସେମାନଙ୍କ ବକେୟା ଦରମା ଲାଗୁ କରିବା , ସର୍ବନିମ୍ନ ମଜୁରୀ ୧୮,୦୦୦ /- ଟଙ୍କା ଧାର୍ଯ୍ୟ କରିବା, ପେନସନ୍ ,୨୮ ମାସ ର ବକେୟା ଦରମା ଓ ବର୍ଷ କୁ ୩ ଟି ସୂତା ଲୁଗା ଯୋଗାଇବା ଦାବିରେ ରେ ପାଚିକା ମହାସଂଘ ର ସଭାନେତ୍ରୀ ଙ୍କ ନେତୃତ୍ୱ ରେ ମହାସଂଘ ର ସମସ୍ତ ପାଚିକା ସହାୟିକା ମାଆ ଉକ୍ତ ଭାରତ ବନ୍ଦ ରେ ସାମିଲ ହୋଇଥିଲେ । ଏହି ଭାରତ ବନ୍ଦ ର ପ୍ରଭାବ ଗୁଣପୁର ପୌର ପରିଷଦ ରେ ସଫଳ ହୋଇଥିବା ଦେଖିବାକୁ ମିଳିଛି ।

ପ୍ରାତଃ ୬ ଟା ରୁ ସିପିଆଇ ଏମ ଏଲ ର ରାଜ୍ୟ ସମ୍ପାଦକ ଶ୍ରୀ ତ୍ରିପତି ଗମାଙ୍ଗଙ୍କ ନେତୃତ୍ୱରେ ବହୁ ସଂଖ୍ୟକ ସମର୍ଥକ ଓ ପାଚିକା ମାଆ ରାସ୍ତା ରୋକ କରିବା ସହ ଟାୟାର ଜାଳି ବନ୍ଦ ସଫଳ କରିବାକୁ ଆହ୍ୱାନ କରିଥିଲେ । ଯଦ୍ୱାରା ଗୁଣପୁର ଅଞ୍ଚଳ ର ସମସ୍ତ ସ୍କୁଲ , କଲେଜ , ବ୍ୟାଙ୍କ , ଦୋକାନ ବଜାର ଓ ବସ୍ ଚଳାଚଳ ଠପ୍ ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା ।

ଆଗାମୀ ଦିନରେ ସରକାର ଏହି ସମସ୍ତ ଦାବି ପୁରଣ ନକଲେ ପାଚିକା ମାଆ ମାନେ ଆନ୍ଦୋଳନ କୁ ତୀବ୍ର କରିବା ସହ ଆତ୍ମ ହତ୍ୟା ଭଳି ପନ୍ଥା ଅବଲମ୍ବନ କରିବେ ବୋଲି ମତ ପ୍ରକାଶ କରିଛନ୍ତି । 

 

0
0
0
s2sdefault