ହେଡଲାଇନସ୍:

ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦାବୀରେ  ଆରମ୍ଭ ହେଲା ଗଣଧାରଣା  ।

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ପଦ୍ମପୁର/ନିଳ ଦୀପ-ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବୀ ରେ ଆନେ୍ଦାଳନ ଯୋର ଧରିବାରେ ଲାଗିଛି । ଏ ନେଇ ଆଜି ମିଳିତ କ୍ରିୟାନୁଷ୍ଠାନ  କମିଟି ତରଫରୁ ପଦ୍ମପୁର ଠାରେ ଏକ ବିଶାଳ ର୍ୟାଲି ର ଡାକରା ଦିଆଜାଇଥିଲା । ଅଂଚଳର ବିଭିନ୍ନ ଅନୁଷ୍ଠାନ  ତଥା ରାଜନୈତିକ ଦଳ ଏବଂ ଜନ ସାଧାରଣ ବହୁ ସଂଖ୍ୟାରେ ର୍ୟାଲିରେ ଯୋଗ ଦେଇ ପଦ୍ମପୁର କୁ ଜିଲ୍ଲା କରିବା ପାଇଁ ଦାବି ରଖିଥିଲେ  । ପଦ୍ମପୁର ସ୍ଥାନୀୟ ମାଁ ଦୁର୍ଗାଙ୍କର ମନ୍ଦୀର ଠାରୁ ଏହି ବିଶାଳ ର୍ୟାଲି ବାହାରି ପଦ୍ମପୁର ନଗର ବୁଲିବା ସହ ପଦ୍ମପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ପହଂଚି ଦାବି ଉପସ୍ଥାପନା କରିବା ସହ ଅନିର୍ଦ୍ଧିଷ୍ଟ କାଳ ପାଇଁ ଗଣଧାରଣା ଆରମ୍ଭ କରିଛନ୍ତି । ବହୁ ବର୍ଷ ଧରି ହୋଇ ଆସୁଥିବା ପଦ୍ମପୁର କୁ ଜିଲ୍ଲା ଦାବୀ ଯଦି ସରକାର ଶିଘ୍ର ପୁରଣ ନ କରିବେ ତାହେଲେ ଏହି ଆନେ୍ଦାଳନ ଭବିଷ୍ୟତ ରେ ଆହୁରି ତିବ୍ର ରୂପ ନେବା ବୋଲି କମିଟି ତରଫରୁ କୁହାଯାଇଛି । ପଦ୍ମପୁର ଉପ-ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟ ମନ୍ତ୍ରିଙ୍କୁ ଦାବି ଜଣାଇବା ପାଇଁ ମିଳିତ କ୍ରିୟାନୁଷ୍ଠାନ  କମିଟି ତରଫରୁ ଏକ ଦାବି ପତ୍ର ମଧ୍ୟ ଦିଆଯାଇଛି  । ଏହି ଦାବୀପତ୍ରକୁ ପଦ୍ମପୁର ଉପ-ଜିଲ୍ଳାପାଳ ଶୀଘ୍ର ଅତିଶୀଘ୍ର ମୁଖ୍ୟ ମନ୍ତ୍ରୀ ଙ୍କ ନିମିତ ପ୍ରରେଣ କରିବେ ବୋଲି ଜନସାଧାରଣଙ୍କୁ ପ୍ରତିଶୃତି ଦେଇଛନ୍ତି । 

 

0
0
0
s2sdefault