ହେଡଲାଇନସ୍:

ନିର୍ବାଚନରେ ଇଭିଏମ୍ ଓ ଭିଭିପାଟର ବ୍ୟବହାରକୁ ନେଇ ମତଦାତା ସଚେତନତା ରଥର ଶୁଭାରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଅରବିନ୍ଦ ଦାସ )- ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ଅନୁସାୟୀ ଭାରତର ସମସ୍ତ ରାଜ୍ୟରେ ଆସନ୍ତା ୨୦୧୯ ସାଧାରଣ ନିର୍ବାଚନରେ ଇଭିଏମ୍ ଓ ଭିଭିପାଟ ମେସିନ ମାଧ୍ୟମରେ ଭୋଟ ଗ୍ରହଣ ହେବ । ମତଦାତାମାନଙ୍କୁ  ଇଭିଏମ୍ ଓ ଭିଭିପାଟ ମେସିନର ବ୍ୟବହାର ସମ୍ପର୍କରେ ଭୋଟରମାନଙ୍କୁ ସଚେତନ କରାଇବା ନିମନ୍ତେ ତାଲିମ ପ୍ରାପ୍ତ ସରକାରୀ କର୍ମଚାରୀମାନଙ୍କୁ ନେଇ ୨୦୧୯ ଜାନୁଆରୀ ୭ରୁ ଏକ ମତଦାତା ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଅଛି । ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜର ସମସ୍ତ ୯ଟି ବିଧାନସଭା କ୍ଷେତ୍ର ତଥା ଜିଲ୍ଲାର ୨୬ଟି ବ୍ଲକମାନଙ୍କରେ ମତତାଦାତାମାନଙ୍କ ମତଦାନରେ ସୁବିଧା ନିମନ୍ତେ ସହରାଞ୍ଚଳରେ ୧୪୦୦ ଓ ଗ୍ରାମାଞ୍ଚଳମାନଙ୍କରେ ୧୨୦୦ ଭୋଟରମାନଙ୍କୁ ନେଇ ଗଠିତ ହୋଇଥିବା  ଥିବା ମୋଟ ୨୪୦୯ଟି ବୋଥ(ମତଦାନକେନ୍ଦ୍ର)ରେ ଭୋଟରମାନଙ୍କୁ ସଚେତନ କରାଯିବା ନିମନ୍ତେ ସଚେତନତା ରଥ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଶୁଭାରମ୍ଭ କରାଯାଇଛି । ଏଥି ନିମନ୍ତେ ମୟୂରଭଞ୍ଜ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବିନୀତ ଭରଦ୍ୱାଜ ତାଙ୍କ କାର୍ଯ୍ୟାଳୟ ପ୍ରକୋÂରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏବିଷୟରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇଥିଲେ । ସେହିପରି  ଓଡ଼ିଶାରେ ପ୍ରଥମ ଥର ଇଭିଏମ୍ ଓ ଭିଭିପାଟ ମେସିନ ମାଧ୍ୟମରେ ଭୋଟ ଗ୍ରହଣ ହେବାକୁ ଯାଉଥିବା କାରଣରୁ ଜନସଚେତନତାର ଆବଶ୍ୟକତା ରହିଛି । ତରଣୁ ନିର୍ବାଚନ ସମୟରେ ମତଦାତାମାନେ ଯେପରି ଇଭିଏମ୍ ଓ ଭିଭିପାଟ ମେସିନର ବ୍ୟବହାରକୁ ନେଇ କୌଣସି ଅସୁବିଧାର  ସମ୍ମୁଖୀନ ନ ହୁଅନ୍ତି ; ସେଥି ନିମନ୍ତେ ମକପୋଲ ବା ଡେମୋ ମାଧ୍ୟମରେ ସଚେତନ କରାଯାଉଛି । ଜିଲ୍ଲାରେ ମୋଟ ୬୩ଟି ଗାଡ଼ିରେ ଇଭିଏମ୍ ଓ ଭିଭିପାଟ ମେସିନ  ସହିତ ୨ ଜଣ ସରକାରୀ କର୍ମଚାଉରୀ ଓ ଜଣେ ପୁଲିସ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି । ପୂର୍ବରୁ ପ୍ରସ୍ତୁତ ରୁଟଚାଟ ଅନୁସାରେ ପୂର୍ବାହ୍ନ ୯ରୁ ଅପରାହ୍ନ ୫ ମଧ୍ୟରେ ଗାଡ଼ି ପ୍ରତ୍ୟେକ ବୋଥ ସହିତ ବିଭିନ୍ନ ମୁଖ୍ୟ ଜନଗହଳି ଛକମାନଙ୍କରେ ଜନସାଧାରଣଙ୍କୁ ଡ଼ାକି ଆଣି ଡେମୋ ପ୍ରଦର୍ଶନ ପୂର୍ବକ ସଚେତନ କରାଇବେ । ଜନସାଧାରଣ କାହାକୁ ଭୋଟ ଦେଲେ ତାର ଏକ ସ୍ଲିପ୍ କିପରି ୭ ସେକେଣ୍ଡ ନିମନ୍ତେ ଭିଭିପାଟ ସ୍କ୍ରିନରେ ଦେଖା ଯିବ, ସେହି ସ୍ଲିପ କେଉଁଠି କିପରି ସୁରକ୍ଷିତ ରହିବ, ସେ ସମ୍ପର୍କରେ ବିଷଦ ଭାବେ ଦାୟିତ୍ୱରେ ରହିଥିବା କର୍ମଚାରୀମାନେ ବୁଝାଇ ଦେବେ । ଏହା ପୂର୍ବରୁ ସେମାନଙ୍କ ଗ୍ରାମକୁ ଇଭିଏମ୍ ଓ ଭିଭିପାଟ ଗାଡ଼ି ଯାଉଥିବା ବିଷୟରେ ସୂଚନା ଦିଆଯିବ । ପ୍ରାୟ ଦେଢ଼ ମାସ ମଧ୍ୟରେ ସମସ୍ତ ବୋଥରେ ଏହି ଜନସଚେତନତା କାର୍ଯ୍ୟକୁ ପହଁଞ୍ଚାଇ ଦିଆଯିବାର ଆଶା କରାଯାଇଛି । ଇଭିଏମ୍ ଓ ଭିଭିପାଟ ମେସିନ ଟେମ୍ପରିଂ ଓ ହ୍ୟାକିଂର ସତ୍ୟତା ଉପରେ ଗଣମାଧ୍ୟମର ପ୍ରତିନିଧିମାନେ ପଚାରିଥିବା ପ୍ରଶ୍ନର ଉତ୍ତରରେ ଜିଲ୍ଲାପାଳ ଶ୍ରୀଭରଦ୍ୱାଜ ଏହାର କୌଣସି ସତ୍ୟତା ନାହିଁ । କାରଣ ଇଞ୍ଜିନିୟର ଆସି ଇଭିଏମ୍ ଓ ଭିଭିପାଟ ମେସିନକୁ ଯାଞ୍ଚ କରିବା ପରେ ତାହା ବ୍ୟବହାର ଉପଯୋଗୀ ବୋଲି କହିବା ପରେ ଏକ ହଳଦିଆ ରଙ୍ଗର ସ୍ଲିପ ମେସିନ ଉପରେ ଚିଟାଇ ଦିଆଯାଏ । ଯଦି ଏକ ସହିତ ୨ଟି ନିର୍ବାଚନ ହେଉଥିବ ତେବେ ଅନ୍ୟ ମେସିନରେ ଧଳା ସ୍ଲିପ ଚିଟାଇ ଦିଆଯିବ ବୋଲି କହିଥିଲେ । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବୀନ୍ଦ୍ର କୁମାର ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । 

 

 

0
0
0
s2sdefault