ହେଡଲାଇନସ୍:

ଖୁବ ଶୀଘ୍ର ୧୯୫୦ ଜଣ ସହକାରୀ ସର୍ଜନ ପଦବୀରେ ନିଯୁକ୍ତି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନାମ ସୁପାରିଶ କରିବାକୁ ଓଡିଶା ଲୋକସେବା ଆୟୋଗଙ୍କୁ ଅନୁରୋଧ କଲେ ସ୍ୱାସ୍ଥ୍ୟ ସଚିବ 

ଭୁବନେଶ୍ୱର(ଶାସକ ପ୍ରଶାସକ) 

 ରାଜ୍ୟରେ ଖାଲିଥିବା ଗୃପ୍-ଏ (ଜୁନିୟର ବ୍ରାଂଚ)ର ୧୯୫୦ ଜଣ ମେଡିକାଲ ଅଫିସର ( ସହକାରୀ ସର୍ଜନ ) ନିଯୁକ୍ତି ପାଇଁ ନାମ ସୁପାରିଶ କରିବାକୁ ଓଡିଶା ଲୋକସେବା ଆୟୋଗକଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଅନୁରୋଧ କରାଯାଇଛି । ଖାଲି ଥିବା ୧୯୫୦ ଟି ପଦବି ମଧ୍ୟରୁ ୫୮୫ ଟି ମହିଳାଙ୍କ ପାଇଁ ଉଦ୍ଧିଷ୍ଟ । ଏ ନେଇ ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡାଃ ପ୍ରମୋଦ କୁମାର ମେହେର୍ଦ୍ଧା ଓଡିଶା ଲୋକସେବା ଆୟୋଗକଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି । ସେଥି ମଧ୍ୟରୁ ସାଧାରଣ ବର୍ଗର ୨୫୧ ଜଣ ମହିଳାଙ୍କ ସମେତ ୮୩୮ ଟି, ଏସ୍.ସି ବର୍ଗରେ ୧୩୧ ଜଣ ମହିଳାଙ୍କ ସମେତ ୪୩୫ ଟି ଏବଂ ଏସ୍.ଟି ବର୍ଗରେ ୨୦୩ ଜଣ ମହିଳାଙ୍କ ସମେତ ୬୭୭ ଟି ପଦବି ଉଦ୍ଧିଷ୍ଟ । 

 

0
0
0
s2sdefault