ହେଡଲାଇନସ୍:

ଚଳିତ ବର୍ଷ ୧୯ ଟି ନୂତନ ଡାଏଲିସିସ୍ କେନ୍ଦ୍ର କାର୍ଯ୍ୟକ୍ଷମ - ଖୁବ୍ ଶୀଘ୍ର ଆଉ ୭ ଟି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର (ଶାସକ ପ୍ରଶାସକ)  ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପିପିପି ମୋଡରେ ଗତ କାଲି ଏକ ଡାଏଲିସିସ୍ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି । ଏହାକୁ ମିଶାଇ ଚଳିତ ,୨୦୧୮-୧୯ ଆର୍ଥିକ  ବର୍ଷରେ ଏ ପର୍ଯ୍ୟନ୍ତ ୧୯ ଟି ନୂତନ ଡାଏଲିସିସ୍ କେନ୍ଦ୍ର କାର୍ଯ୍ୟକ୍ଷମ ହେଲାଣି ଏବଂ ଖୁବଶୀଘ୍ର  ଆଉ ୭ ଟି କାର୍ଯ୍ୟକ୍ଷମ ହେବାକୁ ଯାଉଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ , ଆଇନ ,ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରତାପ  ଜେନାଙ୍କ ଠାରୁ ପ୍ରକାଶ । 

ପୂର୍ବରୁ ୧୭ ଟି ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଏବଂ ଗୋଟିଏ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ବ୍ୟବସ୍ଥା ଆରମ୍ଭ କରାଯାଇଛି । ନୂତନ କରି ଆରମ୍ଭ କରାଯାଇଥିବା ଡାଏଲିସିସ୍ କେନ୍ଦ୍ର ମଧ୍ୟରେ କ୍ୟାପିଟାଲ ହସପିଟାଲ ସମେତ ଅନୁଗୋଳ , ବାଲେଶ୍ୱର , ବଲାଙ୍ଗିର , ବୌଦ୍ଧ ,କନ୍ଧମାଳ , ଢେଙ୍କାନାଳ , କଳାହାଣ୍ଡି , ନୂଆପଡା , କେନ୍ଦୁଝର , କୋରାପୁଟ , ନୟାଗଡ , ପୁରୀ, ରାୟଗଡା , ସୁନ୍ଦରଗଡ ଏବଂ ଝାରସୁଗୁଡା ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଓ ନରସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅନ୍ତର୍ଭୁକ୍ତ । ଏହି କେନ୍ଦ୍ରଗୁଡିକ ପିପିପି ମୋଡରେ କାର୍ଯ୍ୟକରୁଛି ଏବଂ ବିନା ମୂଲ୍ୟରେ ରୋଗୀ ଚିହ୍ନଟ , ଡାକ୍ତରୀ ପରୀକ୍ଷା ଓ ଚିକିତ୍ସା ସୁବିଧା ସହ ମାଗଣା ଡାଏଲିସିସ୍  ସୁବିଧା ଉପଲବ୍ଧ କରାଯାଇଛି । ଉପରୋକ୍ତ ସମସ୍ତ କେନ୍ଦ୍ରରେ ଚଳିତ ବର୍ଷ ଏ ପର୍ଯ୍ୟନ୍ତ କିଡ୍ନି ଜନିତ ରୋଗୀଙ୍କର ମୋଟ ୨୮୬୬୫ ଥର ମାଗଣାରେ ଡାଏଲିସିସ୍କ କରାଯାଇଥିବା ମନ୍ତ୍ରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି ।

0
0
0
s2sdefault