ହେଡଲାଇନସ୍:

ଶଙ୍ଖ ବଜାଇବାକୁ ଖୋଜି ନପାଇବାରୁ ମନ୍ତ୍ରୀ ଖପ୍ପା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଉଦ୍ଘାଟନ କଲେ ମନ୍ତ୍ରୀ ଆରୁଖ

 ଗୁଣୁପୁର/ସିଦ୍ଧାର୍ଥ ଦାଶ : ରାୟଗଡ଼ା ଜିଲ୍ଲା ଗୁଣପୁର ଠାରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ବିଭିନ୍ନ ପ୍ରକଳ୍ପ ର ଉଦ୍ଘାଟନ କରିଥିଲେ । ଗୁଣପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତ ରେ ୨ କୋଟି ୮୫ ଲକ୍ଷ ଟଙ୍କା ରେ ନିର୍ମିତ ନୂତନ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ର କୋଠା ଙ୍କୁ ଉଦ୍ଘାଟନ କରିଥିଲେ ।ପରେ ଗୁଣପୁର ସହର ର ବିକ୍ରମପୁର ଠାରେ ୯୮ ଲକ୍ଷ ଟଙ୍କା ବ୍ୟୟ ରେ ନିର୍ମିତ ଗ୍ରାମ୍ୟ ନିର୍ମାଣ ବିଭାଗ ଡିଭିଜନ ଅଫିସ୍ ଉଦ୍ଘାଟନ କରିଥିଲେ । ସେହିପରି ୭ କୋଟି ଟଙ୍କା ରେ ନିର୍ମିତ ଫୁଲପୁଟି , ଖଇରା ଏବଂ ଝୁମ୍ପାପୁର ରାସ୍ତାରେ ନିର୍ମିତ ସେତୁକୁ ମଧ୍ୟ ଉଦ୍ଘାଟନ କରିଥିଲେ । ଶେଷରେ ୧୦ ଲକ୍ଷ ଟଙ୍କା ବ୍ୟୟ ରେ ନିର୍ମିତ ମିନି ଷ୍ଟାଡ଼ିୟମ ରେ ଡ୍ରେସ ଚେଞ୍ଜ ରୁମ୍ କୁ ଉଦ୍ଘାଟନ କରିଥିଲେ ।

ଏହି କାର୍ଯ୍ୟକ୍ରମ ରେ ରାଜ୍ୟସଭା ସଦସ୍ୟ ଏନ ଭାସ୍କର ରାଓ , କୋରାପୁଟ ସାଂସଦ ଝିନ୍ନ ହିକକା , ଗୁଣପୁର ବିଧାୟକ ତ୍ରିନାଥ ଗମାଙ୍ଗ , ଜିଲ୍ଲା ଯୋଜନା ବୋର୍ଡ଼ ଅଧକ୍ଷ ତଥା ରାୟଗଡ଼ା ବିଧାୟକ ଲାଲବିହାରୀ ହିମିରିକା , ରାଜ୍ୟ ଯୋଜନା ବୋର୍ଡ଼ ସଦସ୍ୟ ସୁଧୀର ଦାସ ଏବଂ ରାୟଗଡ଼ା ଜିଲ୍ଳାପାଳ ଗୁହା ପୁନମ ତାପସ କୁମାର ଙ୍କ ସମେତ ବହୁ ପଦାଧିକାରି କର୍ମଚାରୀ ଓ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।

ମନ୍ତ୍ରୀ ଙ୍କ ଗସ୍ତ କୁ ଦୃଷ୍ଟି ରେ ରଖି ବିଭିନ୍ନ ସ୍ଥାନରେ ପୁଲିସ୍ ମୁତୟନ କରଯାଇଥିଲା । ଟ୍ରାଫିକ ସମସ୍ୟା ଠାରୁ ଆରମ୍ଭ କରି ଉଦ୍ଘାଟନୀ ମଞ୍ଚ ପର୍ଯ୍ୟନ୍ତ ସୁରୁଖୁରୁରେ ନିଜ ଦାୟିତ୍ଵ ତୁଲାଇ ଥିଲେ ପୁଲିସ୍ । ସମସ୍ତ ଏସ୍ ଆଇ ଓ ଏ ଏସ୍ ଆଇ ଖାକି ପୋଷାକ ରେ ଥିବା ବେଳେ , କେତେକ କନଷ୍ଟେବଳ ସାଧା ପୋଷାକ ରେ ଦାୟିତ୍ଵ ତୁଲାଉ ଥିଲେ । ସାଧା ପୋଷାକ ପରିଧାନ କରିଥିବା କନଷ୍ଟେବଳ ଜଣକ ଥାନା ବାବୁ ଙ୍କ ପାଖ ଲୋକ ଓ ତାଙ୍କ ହାତରେ ମାଓବାଦୀଙ୍କ ଗତିପଥ ନକ୍ସା ରହିଥିବା କଥା ଉଦ୍ଘାଟନୀ ଉତ୍ସଵ ରେ ଚର୍ଚ୍ଚା ହୋଇଥିଲା ।

ଉଦ୍ଘାଟନୀ ଉତ୍ସଵ ରେ ପୁଜା କାର୍ଯ୍ୟକ୍ରମ ସମୟରେ ଶ୍ରୀ ଆରୁଖ ଶଙ୍ଖ ନାଦ କରିବା ନିମନ୍ତେ ଖୋଜିଥିଲେ ଶଙ୍ଖ | କିନ୍ତୁ ଘଟଣା ସ୍ଥଳରେ ପାଇପାରିନଥିବା ରୁ ଖପା ହୋଇଥିଲେ ଶ୍ରୀ ଆରୁଖ ।

 

0
0
0
s2sdefault