ହେଡଲାଇନସ୍:

ରାଜନାଥଙ୍କୁ ନବୀନଙ୍କ ଚିଠି :  ତିତିଲି କ୍ଷତିପୂରଣ ରାଶି ଜଲଦି ଦିଆଯାଉ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର- ତିତଲି ବାତ୍ୟାରେ ଓଡ଼ିଶା କ୍ଷତିଗ୍ରସ୍ତ ହୋଇଥିଲେ ହେଁ ବର୍ତମାନ ସୁଦ୍ଧା କ୍ଷତିର ଭରଣା ପାଇଁ କୌଣସି କେନ୍ଦ୍ରୀୟ ଅନୁଦାନ ଏ ପର୍ଯ୍ୟନ୍ତ ମିଳିନାହିଁ । ଅଥଚ ଅନ୍ୟ ରାଜ୍ୟ ମାନଙ୍କୁ ଇତି ମଧ୍ୟରେ କେନ୍ଦ୍ରୀୟ ଅନୁଦାନ ମିଳି ସାରିଛି । ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ କ୍ଷତିଭରଣା ଲାଗି କେନ୍ଦ୍ରୀୟ ଅନୁଦାନ ଅର୍ଥ ଦେବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି । ଏହି ଚିଠିରେ ସେ ଦର୍ଶାଇଛନ୍ତି ଯେ, ଏହି କ୍ଷତିଭରଣା କରିବା ପାଇଁ ଆବଶ୍ୟକ ହେଉଥିବା ୨ ହଜାର ୨୩ କୋଟି ଟଙ୍କାର ସ୍ମାରକପତ୍ର ପ୍ରଦାନ କରାଯାଇଛି ।  ସ୍ମାରକପତ୍ର ପ୍ରଦାନ କରାଯିବାର ଦୀର୍ଘ ଦିନ ହୋଇଗଲାଣି । ଏ ପର୍ଯ୍ୟନ୍ତ ସେ ଅର୍ଥ ମିଳିନାହିଁ । ଆଉ ବିଳମ୍ବ ନ କରି ତୁରନ୍ତ ଏହି ଅର୍ଥ ମିଳିଲେ ପୁନର୍ଗଠନ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି ।

 

0
0
0
s2sdefault