ହେଡଲାଇନସ୍:

ବିଭାଗର ଏଇ ଅଧିକାରୀଙ୍କୁ ଗାଲୁଆ କହିବନି ତା ଆଉ କଣ କହିବ !!!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାଇପ ଫାଟି ଆଁ, ନିଘୋଡ଼ ନିଦରେ ଜନସ୍ୱାସ୍ଥ୍ୟ ବିଭାଗ 

ବାରମ୍ବାର ଅଭିଯୋଗ ସତ୍ତ୍ୱେ ମରାମତି ହେଉନି, ହଜାର ହଜାର ଗେଲନ ପାଣି ନଷ୍ଟ ହେଉଛି

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ 

ସ୍ଥାନୀୟ ଅଞ୍ଚଳବାସୀଙ୍କ ଅଭିଯୋଗ ହେବା ସତ୍ତ୍ୱେ ପାରଳାଖେମୁଣ୍ଡି ଜନସ୍ୱାସ୍ଥ୍ୟ ବିଭାଗର ଖାମଖିଆଲି ନିତି ଓ ବେଖାତିର ମନୋଭାବ ଯୋଗୁଁ ବର୍ଷେ ହେଲାଣି ରେଜିଙ୍ଗ ପାଇପ ନଳା ଫାଟିଯାଇ ପ୍ରତିଦିନ ହଜାର ହଜାର ଗେଲେନ ପାଣି ନଷ୍ଟ ହୋଇଯାଉଛି । ସାହି ବସ୍ତିମାନଙ୍କ ପାଇଁ ତଥା ବିଭାଗୀୟ ଗ୍ରାହକ ମାନଙ୍କୁ ଦିନରେ ଦୁଇବେଳା  ଠିକ ଭାବେ ପାନୀୟ ଜଳ ଯୋଗାଇ ଦିଆଯାଇପାରୁନଥିବା ବେଳେ ପାଇପନଳା ଫାଟି ଯାଇଥିବା କି ଅଯଥାରେ ପାଣି ନଷ୍ଟ ହେଉଥିବା ବିଭାଗୀୟ ଅଧିକାରୀଙ୍କ ମନୋମୁଖୀ ବେଖାତିର ପ୍ରତି ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ଏ ଦିଗରେ ଅତନ୍ତ ଆବଶ୍ୟକୀୟ ହୋଇ ପଡିଛି ବୋଲି ମତ ପ୍ରକାଶ ପାଇଛି । ପାରଳାଖେମୁଣ୍ଡି ଜନସ୍ୱାସ୍ଥ୍ୟବିଭାଗର କାର୍ଯ୍ୟାଳୟର ପାହାଡପଟରେ ଅର୍ଥାତ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ କଳା ଓ ବାଣିଜ୍ୟ ବ୍ଲକର ପଛରେ ପାଚେରୀ ଆରପଟରେ ବିଭାଗ ପକ୍ଷରୁ ଉଚ୍ଚାଳିଆ ସ୍ଥାନ ଦେଖି ସେଠାରେ ବଡ ପାଇପ ନଳା ଦେଇ ନ୍ୟୁ ରେଜିଙ୍ଗ ଲାଇନ କରାହୋଇଛି ।  ତାହା ଦ୍ୱାରା ମହେନ୍ଦ୍ରତନୟା ନଦୀରୁ ସିଧା ସଳଖ ପାଣି ଉଠାଇ ସେହି ପାଇପ ନଳା ଯୋଗେ ପାଣି ଆସି କାର୍ଯ୍ୟାଳୟ ପରିସରରେ ଥିବା ଦୁଇଟି କ୍ଲେରିଫାୟ ଟାଙ୍କିରେ ପଡୁଛି । ସେଠାରୁ ଆସି ତାହା ପୁଣି ଫିଲଟର ହାଉସ ଟାଙ୍କିରେ ପଡିବା ପରେ ତାହା ପୁଣି ମୁଖ୍ୟ ପମ୍ପରେ ପଡି ସଂରକ୍ଷିତ ହୋଇଥାଏ । ସେଠାରୁ ସମସ୍ତ ସାହି ବସ୍ତି ଅଞ୍ଚଳକୁ ଏହି ପାଣି ଯୋଗାଇଦିଆଯାଇଥାଏ । ନଳା ଫାଟିଯିବା ଫଳରେ ସେଠାରେ ଏକ ବଡ ଗାତ ସୃଷ୍ଟି ହୋଇ ଭଉରୀ ମାରିବା ଦେଖାଦେଇଛି । ପାଣି ସବୁ ଗଡାଣିଆ ରାସ୍ତା ଦେଇ ଆଜିକୁ ପ୍ରାୟ ବର୍ଷେ ହେଲାଣି ହଜାର ହଜାର ଗେଲେନ ପାଣି ନଷ୍ଟ ହେଉଛି । ଦିନରାତିି ୨୪ ଘଣ୍ଟା ଧରି ପ୍ରାୟ ଏକ ବର୍ଷ ହେଲା ଚାଲିଛି । ଯିଏ କେହି ଦେଖିଲେ ପାହାଡିଆ ନାଳ ଭଳି ବୋହି ଚାଲିଛି । କୁଳୁକୁଳୁ ନାଳକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ଏଭଳି କେଉଁଠୁ ସ୍ୱଚ୍ଛ ପାଣି ଆସି ନାଳରେ ପଡି ନଷ୍ଟ ହୋଇଯାଉଛି ବୋଲି  । ପାଇପ ନଳା ଫାଟିଯାଇ ଜଳ ସବୁ ନଷ୍ଟ ହୋଇଯିବା ଯୋଗୁଁ ବିଭାଗୀୟ ଚାନେଲ ଟାଙ୍କିକୁ କମ ପରିମାଣର ପାଣି ବିଳମ୍ୱରେ ଆସି ପହଞ୍ଚୁଛି । ପାଣି ସବୁ ସେଠାରୁ ବିଭିନ୍ନ କୁତ୍ରିମ ନାଳ ସୃଷ୍ଟି ହୋଇ ନଷ୍ଟ ହୋଇଯାଉଛି । ବିଭାଗୀୟ ଅଧିକାରୀ ଏହା ଜାଣି ମଧ୍ୟ ଆବଶ୍ୟକ ମରାମତି ନକରି ଚୁପ ହୋଇ କେଉଁ ଉଦ୍ଦେଶ୍ୟରେ ବସିଛନ୍ତି ତାହା ଜନସାଧାରଣ ମହଲରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ପାଖକୁଗଲେ ସେଠାରେ କେତେବେଳେ ତାଲା ପଡିଥାଏ ତ କେତେବେଳେ ଖୋଲା ରହି ମଧ୍ୟ କେହି ନଥାଉଛନ୍ତି । ଜିଲ୍ଲା ପ୍ରଶାସନ ଏଦିଗରେ ଦୃଷ୍ଟି ଦେଇ ତୁରନ୍ତ ଏ ଦିଗରେ ଆବଶ୍ୟକ ଓ ଉଚିତ ପଦକ୍ଷେପ ନେବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବୀ ହୋଇଛି ।

 

0
0
0
s2sdefault