ହେଡଲାଇନସ୍:

ପୂର୍ବତନ ତହସିଲଦାରଙ୍କ ବିରୋଧରେ ଆଇନଜୀବୀଙ୍କ ମାମଲା : କୋର୍ଟରେ ବୟାନ ରେକର୍ଡ  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗୁଣପୁରରୁ ସିଦ୍ଧାର୍ଥ ଦାଶ : ରାୟଗଡ଼ା ଜିଲ୍ଲା ଗୁଣପୁର ପୂର୍ବତନ ତହସିଲଦାର ସୁଶ୍ରୀ ଅକ୍ଷମିତା କାର୍ତ୍ତିକଙ୍କ ବିରୋଧରେ ଆଇନଜୀବୀ ମାନେ ଏସ.ଡ଼ି.ଜେ.ଏମଙ୍କ କୋର୍ଟରେ କରିଥିବା ମାମଲାରେ ବୟାନ ରେକର୍ଡ କରାଯାଇଛି ।

ଅଭିଯୋଗକାରୀ ତଥା ଆଇନଜୀବୀ  ଶ୍ରୀ ଇନ୍ଦ୍ରାକ୍ଷି ଦାଶ ଏସ.ଡ଼ି.ଜେ.ଏମ ଶ୍ରୀ ବିଭୁଦତ୍ତ ନାୟକଙ୍କ ନିକଟରେ ଓକିଲ ସଂଘ ସଭାପତି ବ୍ରହ୍ମାନନ୍ଦ ପଟ୍ଟନାୟକଙ୍କ ଜରିଆରେ ବୟାନ ଦେଇଛନ୍ତି । ଆସନ୍ତା ଜାନୁୟାରୀ ୧୮ ରେ ସାକ୍ଷୀ ମାନଙ୍କ ବୟାନ ରେକର୍ଡ କରାଯିବାକୁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି ।

ଗତ ଫେବୃଆରୀ ୫ ରେ ଓକିଲ ଶ୍ରୀ ଦାଶ ଏକ ମ୍ୟୁଟେସନ ମାମଲାରେ ତହସିଲଦାର ସୁଶ୍ରୀ କାର୍ତ୍ତିକଙ୍କ ନିକଟକୁ  ଯାଇଥିଲେ । ଏହି ସମୟରେ ଉଭୟଙ୍କୁ ମଧ୍ୟରେ ବଚସା ହେବା ସହ ସୁଶ୍ରୀ କାର୍ତ୍ତିକ ତାଙ୍କୁ ଗିରଫ ଧମକ ଦେଇଥିଲେ । ଆଇନଜୀବୀ  ସଂଘର ନିଷ୍ପତି କ୍ରମେ କାର୍ତ୍ତିକ ଏବଂ କର୍ମଚାରୀ ନିମାଲାଙ୍କ ନାମ ରେ ଗୁଣପୁର କୋର୍ଟରେ ଏକ ମାମଲା ରୁଜୁ କରିଥିଲେ ।

ଜିଲ୍ଲାପାଳ ଶ୍ରୀମତୀ ଗୁହା ପୁନମ ତାପସ କୁମାରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ମଧ୍ୟ କୌଣସି ନିର୍ଯାସ୍ ନ ବାହାରିବାରୁ ଫେବୃୟାରୀ ୨୨ ରୁ ଓକିଲ ମାନେ ଅନିର୍ଦ୍ଦିଷ୍ଟ  କାଳ ପର୍ଯ୍ୟନ୍ତ ଙ୍କୁ କାର୍ଯ୍ୟବନ୍ଦ କରିଥିଲେ । ପରେ କର୍ମଚାରୀ ନିମାଲାଙ୍କୁ ଜିଲ୍ଲାପାଳ କୋଲନରା ବ୍ଲକକୁ ବଦଳି କରିଥିଲେ । ୨୬ ଦିନ ଧରି ଓକିଲଙ୍କ ଆନ୍ଦୋଳନ ଚାଲିଥିବା ବେଳେ ରାଜସ୍ୱ ସଚିବ , ପି.ଡି ଡି.ଆର.ଡ଼ି.ଏ ଶ୍ରୀ ମଧୁସୂଦନ ମିଶ୍ରଙ୍କ ସହ ଆଲୋଚନା ପରେ ଏହା ପ୍ରତ୍ୟାହୃତ ହୋଇଥିଲା ।

ସମ୍ପୃକ୍ତ ତହସିଲଦାର ଓ କିରାଣୀଙ୍କ ନାମରେ ରେଡ୍ କ୍ରସ ନାମରେ ଜାଲ ରସିଦ ଦେଇଥିବା ଅଭିଯୋଗ ଆସିବା ପରେ ପୂର୍ବତନ  ଉପଜିଲ୍ଲାପାଳ ଶ୍ରୀ ଅମ୍ରିତ୍ ଋତୁରାଜ ମାର୍ଚ୍ଚ ୭ ତାରିଖ ରେ ଗୁଣପୁର ଥାନାରେ ଉଭୟ ଙ୍କ ନାମରେ ଏତଲା ଦେଇଥିଲେ । ମାର୍ଚ୍ଚ ୨୩ ରେ ଅକ୍ଷମିତାଙ୍କୁ ଗୁଣପୁରରୁ ସହକାରୀ ଜିଲ୍ଲାପାଳ ଭାବେ ବଦଳି କରିଥିଲେ । ଜାଲ ରେଡ କ୍ରସ ମାମଲାରେ ତହସିଲଦାର ଅକ୍ଷମିତା ହାଇକୋର୍ଟଙ୍କ ନିର୍ଦ୍ଦେଶ  କ୍ରମେ ଜାମିନରେ ଯାଇଥିଲେ ।

 

0
0
0
s2sdefault