ହେଡଲାଇନସ୍:

ଜାତୀୟ ସାମ୍ୱାଦିକ ସଂଘ- ଓଡିଶା ଶାଖାର ଗଜପତି ଜିଲ୍ଲା ୟୁନିଟର ସାଧାରଣ ପରିଷଦ ବୈଠକ କାର୍ଯ୍ୟକ୍ରମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ  : ପାରଳାଖେମୁଣ୍ଡି ସ୍ଥିତ ରୋଟେରୀ ହଲ ଠାରେ ମଙ୍ଗଳବାର ଦିନ ଜାତୀୟ ସାମ୍ୱାଦିକ ସଂଘ, ଓଡିଶା ଶାଖାର ଗଜପତି ଜିଲ୍ଲା ୟୁନିଟର ସାଧାରଣ ପରିଷଦ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ୟୁନିଟର ସଭାପତି ଗରୁଡଧ୍ୱଜ ଚୌଧୁରୀଙ୍କ ସଭାପତିତ୍ୱରେ ହାଇଟେକ ମେଡିକଲ କଲେଜର ଅଧ୍ୟକ୍ଷ ତଥା ସ୍ୱାଭିମାନ ମଞ୍ଚର ମୁଖ୍ୟ ଡ: ତିରୁପତି ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମାଜକୁ ବିଭିନ୍ନ କ୍ଷେତ୍ରରେ ଦିଗ୍‍ଦର୍ଶନ ଦେବାରେ ସାମ୍ୱାଦିକ ମାନଙ୍କ ଭୁମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେଣୁ ସ୍ଥାନୀୟ ତଥା ଜିଲ୍ଲାଞ୍ଚଳର ସମସ୍ୟା ଅଭାବ ଅସୁବିଧା ସବୁ ସୁଧାରିବା ଦିଗରେ ନିର୍ଭିକ ଭାବେ ସତ୍ୟ ଖବରକୁ ନେଇ ଲେଖନୀ ଚାଳନା କରି ଖବର ପ୍ରଚାର କରିବା ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ । ଅନ୍ୟତମ ଅତିଥି ଭାବେ ସଂଘର ଓଡିଶା ରାଜ୍ୟ ଚାପଟେର ସଭାପତି ରବି ରଥ ଯୋଗଦେଇ ସାମ୍ୱାଦିକ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରି ଯେଉଁ ମାନେ ଆଇନ କାର୍ଯ୍ୟକାରୀ କରୁଛନ୍ତି, ସାଂସଦ ବ୍ୟବସ୍ଥା ମଧ୍ୟରେ ଅଛନ୍ତି ଏବଂ ଅମଳା ତାନ୍ତ୍ରିକ ବ୍ୟବସ୍ଥା ମଧ୍ୟରେ ଯେଉଁ ମାନେ ରହିଛନ୍ତି, ସେମାନଙ୍କ ପ୍ରତି ସରକାର ସ୍ୱୀକୃତି ପ୍ରଦାନ କରିଛନ୍ତି । ହେଲେ ସରକାରୀ ସ୍ତରରେ ସାମ୍ୱାଦିକ ମାନଙ୍କୁ ସମ୍ୱିଧାନର ଚତୁର୍ଥ ସ୍ତମ୍ଭ କୁହାଯାଉଥିଲେ ମଧ୍ୟ ସରକାର ସାମ୍ୱାଦିକ ମାନଙ୍କୁ ଆଜି ପର୍ଯ୍ୟନ୍ତ ସାମ୍ୱାଧାନିକ ସ୍ୱିକୃତି ବ୍ୟବସ୍ତା କରିନାହାନ୍ତି । ୧୯୮୦ ମସିହାରେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ସମୟରେ ଓଡିଶାର ସାମ୍ୱାଦିକ ମାନଙ୍କ ସ୍ତିତିକୁ ଦୃଷ୍ଟିରେ ରଖି ଓଡିଶାରେ ସାମ୍ୱାଦିକ ପେନସନ ଲାଗୁ କରାଯିବା ପାଇଁ ଘୋଷଣା କରିଥିଲେ । ଏବଂ ତା ପରିବର୍ତ୍ତି ଅବସ୍ତାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ ଓ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସାମ୍ୱାଦିକ ପେନସନ ଲାଗୁ କରିବା ସମ୍ପର୍କରେ ଯୁକ୍ତି ବାଡିଥିଲେ । ହେଲେ ଇତି ମଧ୍ୟରେ ଦୀର୍ଘ ୩୮ ବର୍ଷ ଅତିକ୍ରମ କରିଥିଲେ ମଧ୍ୟ ଓଡିଶାରେ ସାମ୍ୱାଦିକ ପେନସନ ଲାଗୁ ହୋଇପାରିଲା ନାହିଁ । ଭାରତ ବର୍ଷରେ ବର୍ତ୍ତମାନ କ୍ରମାଗତ ଭାବେ ପଡୋଶୀ ଆନ୍ଧ୍ରା ରାଜ୍ୟ ସମେତ ୧୨ଟି ରାଜ୍ୟରେ ସାମ୍ୱାଦିକ ପେନସନ ଲାଗୁ କରାଯାଇଥିବା ସହ  ସାମ୍ୱାଦିକ ସୁରକ୍ଷା ଓ ବିଭିନ୍ନ ସୁବିଧା ଯୋଗାଇଦିଆଯାଉଥିବା ସତ୍ତ୍ୱେ ଓଡିଶା ସରକାର ସାଧାରଣ ନିର୍ବାଚନକୁ ଦୃଷ୍ଟି ଆଗରେ ରଖି କେବଳ ଲଲିପପ୍‍ ଦେଲା ଭଳି ସାମ୍ୱାଦିକ ମାନଙ୍କ ନିମନ୍ତେ ସ୍ୱାସ୍ଥ୍ୟ ବୀମା ଲାଗୁ ଆଖି ଦେଖାଣିଆକୁ କରିଛନ୍ତି ସିନା ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ପରିଚିତ ଥିବା ଗଣ ମାଧ୍ୟମ ପ୍ରତି ସାମ୍ୱାଦିକ ପେନସନ ଆଇନ ଲାଗୁ ନକରିବା ବି ନିଃସହାୟ ଓ ଆର୍ଥିକ ଅନାଟରେ ଜୀବନ କାଟୁଥିବା ସାମ୍ୱାଦିକ ମାନଙ୍କ ପ୍ରତି କୌଣସି ଉଚିତ ପଦକ୍ଷେପ କି ଦୃଷ୍ଟି ଦେଉନଥିବା ଅତ୍ୟନ୍ତ ପରିତାପର ବିଷୟ ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ୟୁନିଟର ସମ୍ପାଦକ ତାରିଣି ପ୍ରସାଦ ପଣ୍ଡା,ଉପସଭାପତି ବସନ୍ତ ପଣ୍ଡା ଏବଂ ରାୟଗଡା ଜିଲା ୟୁନିଟ ତଥା ରାଜ୍ୟ କାର୍ଯ୍ୟକାରିଣୀର ଦିପକ କୁମାର ପୁଷ୍ଟି ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ବିଭିନ୍ନ କ୍ଷେତ୍ରରେ ସାମ୍ୱାଦିକ ମାନେ ସମ୍ୱାଦ ସଂଗ୍ରହ କରିଲା ବେଳେ ହେଉଥିବା ବିଭିନ୍ନ ସମସ୍ୟା  ଓ ଅସୁବିଧାର ସମ୍ମୁଖୀନ ଉପରେ ଆଲୋଚନା କରି ସାମ୍ପ୍ରତିକ ସ୍ଥିତିରେ ସାମ୍ୱାଦିକ ମାନଙ୍କ ଭୁମିକା ଓ କର୍ତ୍ତବ୍ୟ ଉପରେ ଆଲୋଚନା କରିଥିଲେ । ଶେଷରେ ବରିଷ୍ଠ ସାମ୍ୱାଦିକ ଲୋକନାଥ ପଣ୍ଡା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଦ୍ୱୀତିୟ ଅଧିନବେସନରେ ସଂଘର ଓଡିଶା ଚାପଟରର ଜିଲ୍ଲା ୟୁନିଟ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଭାବେ ଗରୁଡ ଧ୍ୱଜ ଚୌଧୁରୀ ଏବଂ ସାଧାରଣ ସମ୍ପାଦକ ଭାବେ ତାରିଣୀ ପଣ୍ଡା ନିର୍ବାଚିତ ହୋଇଥିବା ବେଳେ ୨ଜଣ ଉପସଭାପତି ଭାବେ ବସନ୍ତ ପଣ୍ଡା ଏବଂ ବି.ପ୍ରବୀଣ କୁମାର, ୨ଜଣ ସହ ସମ୍ପାଦକ ଭାବେ କୁଞ୍ଜ ବିହାରୀ ବଡକୁମାର ଏବଂ ଅମିତ ପଟ୍ଟନାୟକ, କୋଷାଧ୍ୟକ୍ଷ ଭାବେ ରଶ୍ମି ରଞ୍ଜନ ମିଶ୍ର, ସହକୋଷାଧ୍ୟକ୍ଷ ଭାବେ ରାଜେନ୍ଦ୍ର କୁମାର ଭୁକ୍ତା, ଜିଲ୍ଲା କାର୍ଯ୍ୟକାରିଣୀ ସଭ୍ୟ ଭାବେ ୪ଜଣ ଶିଶିର ଗୌଡ, ଜ୍ୟୋତି ପାଣି, ବିବେକା ନନ୍ଦ ବେହେରା, ଏବଂ ଶିବାଜୀ ପଟ୍ଟନାୟକ ପ୍ରମୁଖ ମନୋନୀତ ହୋଇଥିଲେ । ସେହିଭଳି ବ୍ଲକ ସ୍ତରୀୟ ସଭାପତି ଭାବେ ରାଜେନ୍ଦ୍ର ପଟ୍ଟନାୟକ ଗୋଷାଣି ବ୍ଲକ, ରାଜେଶ ପଟ୍ଟନାୟକ କାଶୀନଗରବ୍ଲକ, ଇଶ୍ୱର ବିଶୋଇ  ଗୁମ୍ମା ବ୍ଲକ, ସୁବାସ ମଣ୍ଡଳ ନୁଆଗଡ ବ୍ଲକ, ବୃନ୍ଦାବନ ଗୌଡ ରା.ଉଦୟଗିରି ବ୍ଲକ,  ଗଣେଶ ବିଷୋଇ ମୋହନା ବ୍ଲକ,  ଏବଂ ବିଜୟ ଗୌଡ ରାୟଗଡା ବ୍ଲକ ପାଇଁ ସର୍ବସମ୍ମତ କ୍ରମେ ମନୋନୀତ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ସହର ଓ ବିଭିନ୍ନ ବ୍ଲକାଞ୍ଚଳର ସଂଘର ୫୦ରୁ ଉର୍ଧ୍ଵ  ସାମ୍ୱାଦିକ ଯୋଗଦେଇ ବିଭିନ୍ନ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

0
0
0
s2sdefault