ହେଡଲାଇନସ୍:

 ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ବିଶ୍ୱ ମାନବ ଅଧିକାର ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ କଟକ ଓ ଗଜପତି ଜିଲ୍ଲା ଜୋରାଜଜ୍‍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ଦୁର୍ଗା ଶଙ୍କର ମିଶ୍ର ନିର୍ଦ୍ଦେଶକ୍ରମେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସ୍ଥାନୀୟ ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ବିଶ୍ୱ ମାନବ ଅଧିକାର ଦିବସ ଉପଲକ୍ଷେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ସମ୍ମାନନୀୟ ଗଜପତି ଜିଲ୍ଲା ଦୌରାଜଜ୍‍ ତଥା ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ଦୁର୍ଗା ଶଙ୍କର ମିଶ୍ର ଉପସ୍ଥିତ ରହି ବିଶ୍ୱ ମାନବ ଅଧିକାର ଦିବସ ପାଳନର ଆବଶ୍ୟକତା ଓ କିପରି ମାନବ ଅଧିକାର ସାମାଜିକ ଗତିବିଧି ଯୋଗୁଁ କ୍ଷୁର୍ଣ୍ଣ ହୋଇଥାଏ ଓ ଏହାର ନିରାକରଣ ଓ ସଚେତନତା ବିଷୟରେ ଆଲୋକପାତ କରିଥିଲେ । ବିଶ୍ୱରେ ମାନବ ଚାଲାଣ ଯେଉଁ ଭାବେ ବୃଦ୍ଧି ହେବାର ଲାଗିଛି ଏବଂ ଏହା କିପରି ରୋକାଯାଇପାରିବ ସେ ବିଷୟରେ ପିଲାମାନଙ୍କୁ ବୁଝାଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସିଭିଲ କୋର୍ଟ ରେଜିଷ୍ଟାର ଶ୍ରୀ ସର୍ବେଶ୍ୱର ଦାସ, ଯୋଗ ଦେଇ ପ୍ରାଧିକରଣ ତରଫରୁ ଗ୍ରହଣ କରାଯାଇଥିବା ବିଭିନ୍ନ ଯୋଜନା ଓ ସରକାରଙ୍କ ବିଭିନ୍ନ ଆଇନ ଉପରେ ଆଲୋକପାତ କରିଥିଲେ । ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ ମୁତାବକ ମାନବ ଅଧିକାର ଦିବସରେ ପିଲାମାନଙ୍କ ପାଇଁ କୁଇଜ ପ୍ରତିଯୋଗିତା କରାଯାଇଥିଲା । ପରିଶେଷରେ ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ମିଶ୍ର କୃତୀ ଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ବିଦ୍ୟାଳୟର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍କୁଲର ପ୍ରଧାନଶିକ୍ଷକ ଦାୟିତ୍ୱରେ ଥିବା ଶ୍ରୀ ସୁଦର୍ଶନ ରାଓ ଉପସ୍ଥିତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ମାନେ ଯୋଗ ଦେଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ପ୍ରାଧିକରଣର କର୍ମଚାରୀମାନେ ଉପସ୍ଥିତ ରହି ସଭା ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ ।

0
0
0
s2sdefault