ଆଉ ଏକ ବଡ ନିଷ୍ପତ୍ତି : ଗୋଟାଏ ଷ୍ଟ୍ରୋକରେ ପ୍ରାୟ ସାଢେ ପାଞ୍ଚଲକ୍ଷ ପରିବାର ହେବେ ଉପକୃତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଡିସେମ୍ବରରୁ ୫ଲକ୍ଷ ନୂଆ ହିତାଧିକାରୀଙ୍କୁ ମଧୁବାବୁ ପେନସନ

 ୪୦ ହଜାର କଳାକାରଙ୍କୁ ମାସିକ ୧୨୦୦ ଟଙ୍କା ଲେଖାଏଁ ସହାୟତା

ଭୁବନେଶ୍ୱର(କୁମାର ଅଭିଶେଖ) - ଚଳିତ ଡିସେମ୍ବର ୧୫ ତାରିଖରୁ ରାଜ୍ୟରେ ୫ଲକ୍ଷ ନୂଆ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନାରେ ସାମିଲ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ରାଜ୍ୟର ଜଣେ ବି ଯୋଗ୍ୟ ହିତାଧିକାରୀ ଯେପରି ମଧୁବାବୁ ପେନସନ ଯୋଜନାରୁ ବଂଚିତ ନହୁଅନ୍ତି, ତା’ ଉପେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ସୂଚନାଯୋଗ୍ୟ ମଧୁବାବୁ ପେନସନ ଯୋଜନା ରାଜ୍ୟ ସରକାରଙ୍କର ନିଜସ୍ୱ ଯୋଜନା ଏବଂ ବର୍ତମାନ ଏହି ଯୋଜନାରେ ୪୩ ଲକ୍ଷ ହିତାଧିକାରୀ ଉପକୃତ ହେଉଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ୪୦ ହଜାର କଳାକାରଙ୍କୁ ଚଳିତ ଡିସେମ୍ବର ୧୫ ତାରିଖରୁ ମାସିକ ୧୨୦୦ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଉଭୟ ମଧୁବାବୁ ପେନସନ ଯୋଜନା ଓ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାର ହିତାଧିକାରୀମାନଙ୍କୁ ପ୍ରତିମାସ ୧୫ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ସ୍ୱତନ୍ତ୍ର କ୍ୟାମ୍ପ କରାଯାଇ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ  ଦେଇଛନ୍ତି । ଏହି କ୍ୟାମ୍ପ ଆୟୋଜନରେ ପଂଚାୟତିରାଜ ଅନୁଷ୍ଠାନରର ପ୍ରତିନିଧି ଏବଂ ସ୍ୱେଚ୍ଛାସେବୀମାନଙ୍କ ସହାୟତା ନିଆଯିବ । ପିଠା କ୍ୟାମ୍ପର ଆୟୋଜନର ଯଥେଷ୍ଟ ଆଗରୁ ସ୍ଥାନୀୟ ଲୋକଙ୍କୁ ପ୍ରଚାର ଜରିଆରେ ସଚେତନ କରାଯିବ ।

ଆଜି ସଚିବାଳୟ ଠାରେ ପିଠା କାର୍ଯ୍ୟକ୍ରମର କାର୍ଯ୍ୟକାରିତା ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟ ସରକାର ବିଭିନ୍ନ ଯୋଜନାର ହିତାଧିକାରୀମାନେ ଯେପରି ସେମାନଙ୍କର ହକ୍ ସୁବିଧାରେ ପାଇପାରିବେ, ତାକୁ ଦୃଷ୍ଟିରେ ରଖି ଏହି ପିଠା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମ ପ୍ରତି ମାସ ୧୫ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ବ୍ଲକ୍ ସ୍ତରରେ ଆୟୋଜନ କରାଯିବ ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣ ସମ୍ପର୍କରେ ଏହି କାର୍ଯ୍ୟକ୍ରମରେ ବ୍ୟାପକ ଜନସଚେତନତା ସୃଷ୍ଟି କରାଯିବା ଉପରେ ବିଶେଷ ଗୁରୁତ୍ୱ ଦେବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ପିଠା କାର୍ଯ୍ୟକ୍ରମ ଦ୍ୱାରା ଜନସାଧାରଣ ସଶକ୍ତ ହେବା ସହିତ ପ୍ରଶାସନ ଅଧିକ ଉତରଦାୟୀ ହେବ ଏବଂ କାର୍ଯ୍ୟକ୍ରମରେ ସ୍ୱଚ୍ଛତା ବୃଦ୍ଧିପାଇବ । ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ବିଭିନ୍ନ ବିଭାଗର ପ୍ରମୁଖ ସଚିବ, ସଚିବ, ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ବିଡିଓ ପ୍ରମୁଖ ଉପସ୍ଥିତ ଥିଲେ ।

 ନିର୍ବାଚନ ପୂର୍ବରୁ ଏହା ନବୀନ ପଟନାୟକ ସରକାରଙ୍କ ଗୋଟାଏ ବଡ ଷ୍ଟ୍ରୋକ ବୋଲି କହିଲେ ଭୁଲ ହେବନି |

0
0
0
s2sdefault