ହେଡଲାଇନସ୍:

 ଓଡ଼ିଶାର ରାଜସ୍ୱ ପରିଚାଳନାରେ ଅବିବୃଦ୍ଧି :ରାଜସ୍ୱ ସଂଗ୍ରହରେ ୧୭% ଏବଂ ବଜେଟ୍ ବିନିଯୋଗରେ ୨୨% ଅବିବୃଦ୍ଧି ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କ୍ଷେତ୍ରସ୍ତରୀୟ ଅନୁଷ୍ଠାନ ମାନଙ୍କରେ ଖାଦ୍ୟ, ପରିମଳ ଓ ବ୍ୟବସ୍ଥା ଉପରେ ନଜର ରଖିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ 

ଭୁବନେଶ୍ୱର :  ଚଳିତ ଆର୍ଥିକ ବର୍ଷ (୨୦୧୮-୧୯) ନଭେମ୍ବର ମାସ ଶେଷ ସୁଦ୍ଧା ରାଜସ୍ୱ ପରିଚାଳନାରେ ଉତ୍ସାହଜନକ ଅବିବୃଦ୍ଧି ଘଟିଛି । ବୁଧବାର ମୁଖ୍ୟ ଶାସନ ସଚିବ ଅ।ଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚିବ ସ୍ତରୀୟ ବୈଠକରୁ ଏହା ଜଣାପଡିଛି । ବିଭିନ୍ନ ବିଭାଗର ନଭେମ୍ବର ମାସ ଶେଷ ସୁଦ୍ଧା ରାଜସ୍ୱ କାର୍ଯ୍ୟ ସଂପାଦନ ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ଡିସେମ୍ବର ଓ ଜାନୁଅ।ରୀ ମାସ ମଧ୍ୟରେ ବଜେଟ୍ ବିନିଯୋଗ ତ୍ୱରାନ୍ୱିତ କରିବା ସହ ବିଭିନ୍ନ ଫ୍ଲାଗ୍ସିପ୍ ପ୍ରୋଗ୍ରାମ୍ରେ ଲକ୍ଷ୍ୟ ହାସଲ ନିଶ୍ଚିତ କରିବା ପାଇଁ ବିଭାଗ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । କ୍ଷେତ୍ରସ୍ତରରେ କାର୍ଯ୍ୟ କରୁଥି ବିଭିନ୍ନ ଛାତ୍ରାବାସ, ଛାତ୍ରୀ ନିବାସ ଶିକ୍ଷାନୁଷ୍ଠାନ ଏବଂ ଅ।ଶ୍ରୟ ଗୃହ ଅ।ଦି ଅନୁଷ୍ଠାନ ଗୁଡିକର ସଠିକ୍ ପରିଚାଳନା ଉପରେ ଗୁରୁତ୍ୱ ଅ ।ରୋପ କରି ଏସବୁ ଅନୁଷ୍ଠାନରେ ଖାଦ୍ୟ, ପରିମଳ ଏବଂ ନିରାପତା ବ୍ୟବସ୍ଥା ଉପରେ ଦୃଷ୍ଟି ରଖୀବାକୁ ମୁଖ୍ୟ ଶାସନ ସଚିବ ସଚ୍ଛୃଚ୍ଛ ବିଭାଗର ଶାସନ ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । 

ବିଭିନ୍ନ କୋର୍ଟରେ ଚାଲୁଥିବା ପୁରୁଣା କେସ୍ ଗୁଡିକର ତ୍ୱରିତ ସମାଧାନ ନିମନ୍ତେ ଓଡ଼ିଶା ମକଦ୍ଦମା ପରିଚାଳନା ନିୟାମକ ଅନୁସାରେ ପ୍ରତିଟି କେସ୍ ର ସମୀକ୍ଷା କରିବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଥିଲେ । ଏହି ନିୟାମକ ମାଧ୍ୟମରେ ଗଠିତ କ୍ଷମତା ପ୍ରାପ୍ତ କମିଟିରେ ଅ ।ଲୋଚନା ମାଧ୍ୟମରେ କେଉଁ କେସ୍ ଗୁଡିକର ସମାଧାନ କରାଯାଇପାରିବ ତାହାର ଏକ ତଥ୍ୟ ଭିତି ପ୍ରସ୍ତୁତ କରିବା ପାଇଁ ଅତିରିଚ୍ଛ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ଶ୍ରୀ ଅସୀତ କୁମାର ତ୍ରିପାଠୀ ପରାମର୍ଶ ଦେଇଥିଲେ ।

ରାଜ୍ୟ ସଚିବାଳୟଠାରେ ଅନୁଷ୍ଠିତ ଏହି ବୈଠକରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଅଶୋକ କୁମାର ମୀନା ଚଳିତ ଆର୍ଥିକ  ବର୍ଷ ନଭେମ୍ବର ମାସ ଶେଷ ସୁଦ୍ଧା ରାଜସ୍ୱ ସ୍ଥିତି ଅ।ଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ  । ସମୀକ୍ଷାରୁ ଜଣାପଡିଥିଲା  ଯେ ୨୦୧୮-୧୯ ଆର୍ଥିକ ବର୍ଷ ନଭେମ୍ବର ମାସ ଶେଷ ସୁଦ୍ଧା ବଜେଟ୍ଭୁଚ୍ଛ ବିଭିନ୍ନ ଯୋଜନା ଓ ପ୍ରକଳ୍ପ ବାବଦ ଅର୍ଥ ବିନିଯୋଗରେ ପୂର୍ବ ବର୍ଷ (୨୦୧୭-୧୮) ଅପେକ୍ଷା ୨୨% ଭାଗ ବୃଦ୍ଧି ହୋଇଛି । ଗତ ବର୍ଷ ନଭେମ୍ବର ମାସ ସୁଦ୍ଧା ସମୁଦାୟ ୫୦୫୮୦ କୋଟି ଟଙ୍କା ବିନିଯୋଗ ହୋଇଥିବା ବେଳେ ଚଳିତ ବର୍ଷ ଏହା ୬୧୮୭୬ କୋଟିକୁ ବୃଦ୍ଧି ପାଇଛି । ସାମାଜିକ ବିକାଶ କ୍ଷେତ୍ରରେ ପୂର୍ବ ବର୍ଷ ତୁଳନାରେ ୪୬% ଅର୍ଥ ବିନିଯୋଗ ହୋଇଛି । ଚଳିତ ବର୍ଷ ନଭେମ୍ବର ଶେଷ ସୁଦ୍ଧା ଏହି କ୍ଷେତ୍ରରେ ବିନିଯୋଗ ପରିମାଣ ୧୮୩୮୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଭିତିଭୂମୀ ବିକାଶ କ୍ଷେତ୍ରରେ ବିନିଯୋଗ ପୂର୍ବ ବର୍ଷ ଅପେକ୍ଷା ୫% ବୃଦ୍ଧି ପାଇ ସମୁଦାୟ ୯୧୩୧ କୋଟି ଟଙ୍କାରେ ପହଂଚିଛି । ସେହିପରି କୃଷି ଓ ଅ।ନୁସଂଗିକ କ୍ଷେତ୍ରରେ ବିନିଯୋଗ ପରିମାଣ ୬୯୭୬ କୋଟି ଟଙ୍କାକୁ ବୃଦ୍ଧି ପାଇଛି ।

ଅନୁରୂପଭାବେ ଚଳିତ ଆର୍ଥିକ  ବର୍ଷ ନଭେମ୍ବର ଶେଷ ସୁଦ୍ଧା ରାଜସ୍ୱ ସଂଗ୍ରହରେ ମଧ୍ୟ ଉତ୍ସାହଜନକ ହଜନକ ୧୭% ଅବିବୃଦ୍ଧି ଘଟିଛି । ନଭେମ୍ବର ମାସ ଶେଷ ସୁଦ୍ଧା ସମୁଦାୟ ୨୬,୧୨୩ କୋଟି ଟଙ୍କା ରାଜସ୍ୱ ସଂଗ୍ରହ ହୋଇଛି ପୂର୍ବ ବର୍ଷ ଏହି ସମୟ ମଧ୍ୟରେ ୨୨,୨୯୧ କୋଟି ଟଙ୍କା ରାଜସ୍ୱ ସଂଗ୍ରହ ହୋଇଥିଲା । ସଂଗୃହିତ ରାଜସ୍ୱ ମଧ୍ୟରେ ୧୮୫୬୦ କୋଟି ଟଙ୍କା ନିଜସ୍ୱ-ଟିକସ ଏବଂ ୭୬୫୩ କୋଟି ଟଙ୍କା ଅଣ-ଟିକସ ରହିଛି । ଖଣି ଓ ଇସ୍ପାତ୍ ବିଭାଗ ମାଧ୍ୟମରେ ସଂଗୃହିତ ଖଣିଜ ରାଜସ୍ୱରେ ସର୍ବାଧିକ  ୭୫% ଅବିବୃଦ୍ଧି ଘଟିଛି । ପୂର୍ବ ବର୍ଷ ନଭେମ୍ବର ମାସ ଶେଷ ସୁଦ୍ଧା ଖଣି ରୟାଲଟି ବାବଦରେ ୩୬୨୧ କୋଟି ଟଙ୍କା ଅ।ଦାୟ ହୋଇଥିବା ବେଳେ ଚଳିତ ବର୍ଷର ଅ ।ଦାୟ ୬୩୫୦ କୋଟିରେ ପହଂଚିଛି । ସେହିପରି ଶିଳ୍ପ ଜଳ ଟିକସ ବାବଦରେ ନଭେମ୍ବର ଶେଷ ସୁଦ୍ଧା ୪୦୮ କୋଟି ଟଙ୍କା ଅ।ଦାୟ ହୋଇ ପୂର୍ବ ଆର୍ଥିକ  ବର୍ଷ ତୁଳନାରେ ୧୨% ଅବିବୃଦ୍ଧି ହାସଲ କରାଯାଇଛି । ଜଳସେଚନ ଦେୟ ବାବଦରେ ମଧ୍ୟ ଅ।ଦାୟ ପରିମାଣ ପ୍ରାୟ ୪୬% ବୃଦ୍ଧି ପାଇଛି ।

 

୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପ୍ରସ୍ତୁତି ବାବଦରେ ବୈଠକରେ ଅ।ଲୋଚନା ହୋଇଥିଲା ଡ଼ିସେମ୍ବର ମାସ ୧୫ ତାରିଖ ସୁଦ୍ଧା ନିଜ ନିଜ ବିଭାଗ ଅ।ବଶ୍ୟକତା ଓ ଚିଠା-ପ୍ରସ୍ତାବ ଦାଖଲ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଉନ୍ନୟନ କମିଶନର ଶ୍ରୀ ଅସୀତ କୁମାର ତ୍ରିପାଠୀ, ଅତିରିଚ୍ଛ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଶ୍ରୀ ରାଜ କୁମାର ଶର୍ମାଙ୍କ ସମେତ ସମସ୍ତ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଏବଂ ସ୍ୱତନ୍ତ୍ର ଶାସନ ସଚିବ ମାନେ ବୈଠକର ଅ ।ଲୋଚନାରେ ଅଂଶଗ୍ରହଣ କରିଥିଲେ ।

0
0
0
s2sdefault