ହେଡଲାଇନସ୍:

ପଦ୍ମପୁର ରେ ଦେଶୀ ବିହନ ପରବ ଆରମ୍ଭ :  ଚାରି ଶହ ପ୍ରକାରର ବିହନ ପ୍ରଦର୍ଶିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ନୀଳ ଦୀପ  - ପଦ୍ମପୁର ଉପଖଣ୍ଡ  ଅଭ୍ୟୁଦୟ  ରାଜବେ।ଡାସମ୍ବର କୃଷକ ସଂଠନ ଆନୁକୁଲ୍ୟରେ ‘ବିହନ ପରବ ୨୦୧୮’ ପଦ୍ମପୁର ସ୍ଥାନିୟ ରିକ୍ରେସନ ସେଣ୍ଟର ଠାରେ ଅନୁଷ୍ଠିତ ହୋଇ ଯାଇଅଛି । ଉକ୍ତ ଉତ୍ସବରେ କୁ ବରଗଡ ଉପ କୃଷି ନିର୍ଦ୍ଦେଶକ  ଦିନବନ୍ଧୁ ଗାନ୍ଧୀ, ଡିପିଡି ନୃସିଂହ ବେହେରା, ନାବାର୍ଡ ଏଜି ଏମ ଏସ  କେ. ଜେନା ଏବଂ ଏଏଓ ନିବେଦିତା ପ୍ରଧାନ ଯୋଗଦେଇ ପ୍ରଥମ ଥର ପାଇଁ ପଦ୍ମପୁରରେ ହେଉଥିବା ଏହି ଆୟୋଜନକୁ ଉଦ୍ଘାଟନ  କରିଥିଲେ । ଏହି ବିହନ କାର୍ଯକ୍ରମରେ ଜନସାଧାରଣ ତଥା ଅନ୍ୟ ଚାଷୀ ମାନଙ୍କୁ ପାରମ୍ପାରିକ ଭାବରେ ବହୁ ଦିନ ଧରି ହୋଇ ଆସୁଥିବା ଦେଶୀ ଫସଲ ଉତ୍ପାଦନ  ବିଷୟରେ ଅବଗତ କରେଇବା ପାଇଁ ଆୟୋଜିତ ଏହି ପ୍ରଦର୍ଶନୀ କାର୍ଯ୍ୟକ୍ରମରେ ପଦ୍ମପୁର ତ୍ରୀରଙ୍ଗା ଯୁବକ ସଂଘ, ଗାଇସିଲାଟ ଦେବଦତ କ୍ଲବ, ଭୁତିବାହାଲ ଅହିଂସା କ୍ଲବ ପକ୍ଷରୁ ପ୍ରାୟ ଚାରି ଶହ ପ୍ରକାରର ବିହନ ଯଥା ବିଭିନ୍ନ ପ୍ରକାରର ଧାନ, ବାଜରା, ମାଣ୍ଡିଆ, ରକ୍ସି ଜୁଆର, ଅର୍କା, ସୁଆାଁ, ମୁଗ୍ଫଲି, କୁଦୋ, ଗୁଞ୍ଜି ଆଦି ପ୍ରଦର୍ଶିତ କରାଯାଇଥିଲା । 

0
0
0
s2sdefault