ହେଡଲାଇନସ୍:

ସର୍ବଦଳୀୟ ବୈଠକରେ ଏକ ସ୍ୱର : ପଦ୍ମପୁର ଜିଲ୍ଲାଗଠନ ଦାବୀକୁ ସବୁ ରାଜନୈତିକ ଦଳର ସମର୍ଥନ ଘୋଷଣା ।

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ପଦ୍ମପୁର/ ନୀଳ ଦୀପ

ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବୀରେ ଗତ ମଙ୍ଗଳବାର ଦିନ ଅନୁଷ୍ଠିତ ବୈଠକରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ସମସ୍ତ ରାଜନୈତିକ ନେତାଙ୍କ ସମର୍ଥନ ଘୋଷଣା ଜିଲ୍ଲା ଦାବୀକୁ ଆହୁରି ଗୋଟିଏ ପାଦ ଆଗକୁ ନେଇଥିବାରୁ ବୈଠକରେ ନିର୍ବାଚନ ମଣ୍ଡଳୀର ବିଜୁଜନତା ଦଳର ନେତା ତଥା ପୂର୍ବତନ ମନ୍ତ୍ରୀ ବିଜୟରଞ୍ଜନ ସିଂ ବରିହା , ଭାରତୀୟ ଜନତା ପାର୍ଟିର ବିଧାୟକ ପ୍ରଦୀପ ପୁରୋହିତ,କଂଗ୍ରେସର ପୂର୍ବତନ ମୁଖ୍ୟ ସଚେତକ ସତ୍ୟଭୂଷଣ ସାହୁଙ୍କୁ କମିଟିତରଫରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା। ନାଗରିକ କମିଟିର ସଂପାଦକ ଅଜିତ  କୁମାର ଶତପଥୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସର୍ବଦଳୀୟ ରାଜନୈତିକ ବୈଠକରେ ବିଜେଡିର ପ୍ରତିନିଧି ନବକିଶୋର ସାହୁ, କଂଗ୍ରେସର ପ୍ରତିନିଧି ଗୌନ୍ତିଆ କୁମାର  ସାହୁ,  ବିଜେପିର ବିଧାୟକ ପ୍ରଦୀପ ପୁରୋହିତ, ବହୁଜନ ସମାଜ ପାର୍ଟିର ଟଙ୍କଧର କଣ୍ଟା ପ୍ରମୁଖ ଯୋଗଦାନ ଦେଇ ଦଳୀୟ ଆଭିମୁଖ୍ୟ  ସହ ତାଙ୍କ ଦଳୀୟ ସମର୍ଥନ ଘୋଷଣାକରି ଦଳ ମାନେ ଆସନ୍ତା ଦିନରେ ପଦ୍ମପୁର ଜିଲ୍ଲା ଗଠନ ଦାବୀ ସମର୍ଥନକୁ ସଂପୂର୍ଣ୍ଣ ସମର୍ଥନ ଦେବାର ଘୋଷଣା କରିଛନ୍ତି । ଆଗାମୀ ଦିନରେ ଉପଖଣ୍ଡର ସମସ୍ତ ବ୍ଲକର ଜନସାଧାରଣଙ୍କୁ ଓ ତାଙ୍କ ପ୍ରତିନିଧିମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ କରିବାପାଇଁ ପ୍ରସ୍ତାବ ଗୃହୀତ ହୋଇଛି ।

0
0
0
s2sdefault