ହେଡଲାଇନସ୍:

କୁଅଁରମୁଣ୍ଡା ବ୍ଳକରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁନ୍ଦରଗଡ(ହୋରଚାନ୍ଦ ଦେହୁରୀଆ)  - କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଯାଇ  କୁଅଁରମୁଣ୍ଡା, କାଦୋବାହଲ ଓ ଝୁନ୍ମୁମୁରୁ ପଂଚାୟତର ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ ଏବଂ ଭିତିପ୍ରସ୍ତର ସ୍ଥାପନା କରିଥିଲେ । ପ୍ରଥମେ ଶ୍ରୀ ଓରାମ କୁଅଁରମୁଣ୍ଡାରେ ଥିବା ଡାଏରୀ ଫାର୍ମର ୧୦୦ ଶଯ୍ୟା ବିଶିଷ୍ଟ ବାଳକ ଛାତ୍ରାବାସ ଏବଂ ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସ ର ଶୁଭ ଉଦଘାଟନ କରିଥିଲେ  । ଏଥିପାଇଁ ମନ୍ତ୍ରୀ ଶ୍ରୀ ଓରାମ ନିଜ ମନ୍ତ୍ରଣାଳୟ ତରଫରୁ ଉଭୟ ଛାତ୍ରାବାସ ନିର୍ମାଣ ପାଇଁ ଆର୍ଟିକିଲ ୨୭୫(୧) ଜରିଅ।ରେ ୬୫ଲକ୍ଷ ଟଙ୍କା ମଞ୍ଜୁରୀ କରିଥିଲେ । ସେହିପରି ଶ୍ରୀ ଓରାମ ନିଜ ବିଭାଗରୁ ମଞ୍ଜୁରୀ ରାଶିରେ ନିର୍ମାଣ ହେବାକୁ ଥିବା  ପଂଚାୟତ  ଜେଇଏଲ ଚର୍ଚ୍ଚ ଠାରେ ସାମୁହିକ କେନ୍ଦ୍ର ନିର୍ମାଣ , କାଦୋବାହଲ ପଂ·ୟତ ସାରନାଟୋଲି, ଢାଙ୍ଗରିନାଚକ୍ଷ ଅନ୍ଧାରୀ,  କାଦବାହଲ ବଜାର  ଟୋଲି ଠାରେ ଗୋଷ୍ଠୀ କେନ୍ଦ୍ର ନିର୍ମାଣ କାର୍ଯ୍ୟର ଭିତିପ୍ରସ୍ତର ସ୍ଥାପନ କରିଥିଲେ । ଏଥିପାଇଁ ମନ୍ତ୍ରୀ ଶ୍ରୀ ଓରାମ ନିଜ ମନ୍ତ୍ରାଳୟ ତରଫରୁ ୩୦ ଲକ୍ଷ ଟଙ୍କା ମଞ୍ଜୁର  କରିଥିଲେ । ପ୍ରତ୍ୟେକ କାର୍ଯ୍ୟକ୍ରମ ସ୍ଥାନରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମଙ୍କୁ ପାରମ୍ପରିକ ନୃତ୍ୟଗୀତ ସହିତ ଗ୍ରାମବାସୀଙ୍କ ତରଫରୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଅବସରରେ ଅୟୋଜିତ ଜନସଭାରେ ମନ୍ତ୍ରୀ ଶ୍ରୀ ଓରାମ ଉଦବୋଧନ ଦେଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ବନ୍ଧରେ ବୁଝାଇଥିଲେ । ରାଜ୍ୟ ସରକାରଙ୍କ ଅସହଯୋଗ ଏବଂ ସ୍ଥାନୀୟ ଲୋକପ୍ରତିନିଧିଙ୍କ ବିରୋଧସତ୍ୱେ ସୁନ୍ଦରଗଡ଼ର ବିକାଶ ପାଇଁ ମୋର ସଂଗ୍ରାମ ଜାରୀ ରହିବ ବୋଲି ଶ୍ରୀ ଓରାମ କହିଥିଲେ । 

ମନ୍ତ୍ରୀ ଶ୍ରୀ ଓରାମଙ୍କ ସହିତ ଏହି କାର୍ଯ୍ୟକ୍ରମମାନଙ୍କରେ ବିଜେପି ପାନପୋଷ ସାଙ୍ଗଠନିକ ଜିଲ୍ଲା ସଭାପତି  ଜଗବନ୍ଧୁ ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ ବିଧାୟକ ଶଙ୍କର ଓରାମ, ମନ୍ତ୍ରୀଙ୍କ ଅ।ଇଟିଡ଼ିଏ ପ୍ରତିନିଧି ରାଇସନ ର୍ତିକୀ, ମଣ୍ଡଳ ସଭାପତି ଶଙ୍କର ପୂଜାରୀଙ୍କ ସମେତ ବହୁ ଦଳୀୟ କର୍ମୀମାନେ ଉପସ୍ଥିତ ଥିଲେ  ।

 

0
0
0
s2sdefault