ହେଡଲାଇନସ୍:

ନୟାଗଡ ଜିଲ୍ଲାପାଳଙ୍କ ଅଫିସ ଗେଟରେ ତାଲା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ (ବିଶ୍ୱଜିତ ନାୟକ )

ଚାଷୀମାନଙ୍କୁ ପେନଶନ ଦାବିରେ ନବନିର୍ମାଣ  କୃଷକ ସଂଗଠନର ରାଷ୍ଟୀୟ ସଂଯୋଜକ ଅକ୍ଷୟ କୁମାର ଭୁବନେଶ୍ୱର କାର୍ଯ୍ୟାଳୟ ଠାରେ ୯ ଦିନ ଧରି ଅନଶନରେ ବସିଥିବାବେଳେ ନୟାଗଡର ନବନିର୍ମାଣ କୃଷକ ସଂଗଠନ ଏହାକୁ ସମର୍ଥନ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଓ ପ୍ରତିବାଦ ସଭା ଚଳାଇଥିଲା  | ଜିଲ୍ଲା କାର୍ଯ୍ୟକାରିଣୀ ସଂଯୋଜକ ମହେଶ୍ୱର ଜେନା,ସହ ସଂଯୋଜକ ପ୍ରସନ୍ନ ପ୍ରଧାନ,ବରିଷ୍ଠ ଚାଷୀନେତା ସନ୍ତୋଷ ପ୍ରଧାନ,ଜିଲ୍ଲା ସଂଯୋଜିକା ମମତା ନାଥ ଓ ରଣଜିତ ଦଳବେହେରା ଙ୍କ ନେତୃତ୍ୱରେ ସହ ସହ ଚାଷୀ ଆସି ଜିଲ୍ଲାପାଳଙ୍କ ଗେଟ ରେ ତାଲା ପକାଇଦେଇଥିଲେ ଓ କୌଣସି କର୍ମଚାରୀ  ଙ୍କୁ ଭିତରକୁ ଛାଡ଼ିଦେଇ ନଥିଲେ I ଚାଷୀ ବଞ୍ଚିଲେ ଦେଶ ବଞ୍ଚିବ ଚାଷୀ ହସିଲେ ଦେଶ ହସିବ ସ୍ଲୋଗାନ ଦେବା ସହ ସରକାରଙ୍କର ଚାଷୀମାରଣା ନୀତିକୁ ବିରୋଧ କରିଥିଲେ I ୨୦ ବର୍ଷରୁ ଉର୍ଦ୍ଧ ଚାଷୀଙ୍କୁ ମାସିକ ୫୦୦୦ ଟଙ୍କାର ଚାଷୀ ସୁରକ୍ଷା ଭତ୍ତା ଓ ଚାଷ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ଦେବାକୁ ଚାଷୀମାନେ ଦାବି କରିଥିଲେ I ଯଦି ଚାଷୀମାନଙ୍କୁ ସେମାଙ୍କର ପ୍ରାପ୍ୟ ନମିଳିବ ତେବେ ଆଗାମୀ ଦିନରେ ଭୋଟବାକ୍ସ ବର୍ଜନ କରିବେ ବୋଲି କହିଥିଲେ i ଚାଷୀମାନଙ୍କର ଏପରି ଧାରଣା ଆଜି କିଛି ସମୟ ଚାଲିବା ପରେ ନୟାଗଡ ପୋଲିସ ବଳପୂର୍ବକ ଚାଷୀମାନଙ୍କୁ ଗିରଫ କରିଥିବାର ଚାଷୀନେତାମାନେ ଅଭିଯୋଗ କରିଛନ୍ତି i

 

 

0
0
0
s2sdefault